ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ନାସାଓରେ ସାମ୍ନାସାମ୍ନି ହେବେ ଦକ୍ଷିଣ ଆଫ୍ରିକା - ବାଂଲାଦେଶ

ନ୍ୟୁୟର୍କ,୧୦/୦୬: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ୨୧ତମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ  ବାଂଲାଦେଶ ସାମ୍ନାସାମ୍ନି ହେବେ । କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ଜିତି ସାରିଥିବା ଦକ୍ଷିଣ ଆଫ୍ରିକା ଆଧିପତ୍ୟ ଜାରି ରଖି ସୁପର-୮ ସ୍ଥାନ ଦୃଢ଼ କରିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ବାଂଲାଦେଶ ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ ।

ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ପଲା ଭାରି ରହିବା ସ୍ୱାଭାବିକ । ପୂର୍ବରୁ ଉଭୟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ୮ଥର ପରସ୍ପରକୁ ଭେଟିଛନ୍ତି । ଏଥିରେ  ଦକ୍ଷିଣ ଆଫ୍ରିକା ସମସ୍ତ ମ୍ୟାଚ୍‌ ଜିତିଛି । ୨୦୨୨ ବିଶ୍ୱକପ୍‌ରେ  ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା  ୧୦୯ରନ୍‌ରେ ବିଜୟ ହାସଲ କରିଥିଲା ।  ସୋମବାର ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ଦୃଢ଼ ମନୋବଳରେ ରହିଛି । 

ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସକୁ ପରାଜିତ କରିଥିଲା । ନେଦରଲାଣ୍ଡ୍‌ସ ବିପକ୍ଷରେ ଦଳ ସଂଘର୍ଷ କରିଥିଲା । ଅଭିଜ୍ଞ ଡେଭିଡ୍‌ ମିଲର  (ଅପରାଜିତ ୫୯) ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦଳକୁ ବିଜୟୀ  କରାଇଥିଲେ। ପ୍ରଥମ ୨ଟି ମ୍ୟାଚ୍‌ରେ ବ୍ୟାଟିଂ ବିଭାଗର ପ୍ରଦର୍ଶନ  ନୈରାଶ୍ୟଜନକ ରହିଥିଲା । ମାତ୍ର ବୋଲିଂ ବିଭାଗ ଚମତ୍କାର ପ୍ରଦର୍ଶନ କରିଥିଲା । ଯୁବ ପେସ୍‌ ବୋଲର ଓଟନିଲ ବାର୍ଟମାନ, ଆନରିଜ ନର୍ଜ ଏବଂ କାଗିସୋ ରାବାଡ଼ା ଲୟରେ ରହିଛନ୍ତି । ବାର୍ଟମାନ ୫ଟି ଏବଂ ନର୍ଜ ୬ଟି ୱିକେଟ୍‌ ନେଇ ସାରିଛନ୍ତି । 

ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୨ ୱିକେଟ୍‌ରେ ହରାଇଥିଲା । ଏହି ବିଜୟ ଦଳୀୟ ଖେଳାଳିଙ୍କ ଉତ୍ସାହ ଦ୍ୱିଗୁଣିତ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟଧାରା ଭାଙ୍ଗିବା ପାଇଁ ଶାନ୍ତୋ ବାହିନୀ ପ୍ରସ୍ତୁତ ରହିଛନ୍ତି । ମଧ୍ୟକ୍ରମ ବ୍ୟାଟର ତୋହିଦ ହୃଦୟ, ଲେଗ୍‌ ସ୍ପିନର ରିଶଦ ହୋସେନଙ୍କ  ଉପରେ ସମସ୍ତଙ୍କ ନଜର ରହିବ। ଟପ୍‌ ଅର୍ଡ଼ର ବ୍ୟାଟର ଏବଂ ଅଭିଜ୍ଞ ଅଲରାଉଣ୍ଡ୍‌ର ସାକିବ ଅଲ୍‌ ହାସଲ ଦକ୍ଷତା ମୁତାବକ ପ୍ରଦର୍ଶନ କଲେ ଦଳ ବିପର୍ଯ୍ୟୟ ଘଟାଇପାରିବ। 

ନାସାଓ କାଉଣ୍ଟି ଅନ୍ତର୍ଜାତୀୟ ପିଚ୍‌ ବୋଲରଙ୍କୁ  ସହାୟତା କରୁଥିବାରୁ ପେସ୍‌  ବୋଲରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଫଳପ୍ରଦ ହେବ । 

ସମ୍ଭାବ୍ୟ ଏକାଦଶ 

ଦ.ଆଫ୍ରିକା: କ୍ୱିଣ୍ଟନ ଡି’କକ୍‌, ରିଜା ହେଣ୍ଡ୍ରିକ୍ସ, ଆଡେନ  ମାରକ୍ରମ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ହେନରିକ୍‌ କ୍ଲାସେନ,  ଡେଭିଡ୍‌ ମିଲର, ମାର୍କୋ ଜାନସେନ, କେଶବ ମହାରାଜ,  କାଗିସୋ ରାବାଡ଼ା, ଓଟନିଲ ବାର୍ଟମାନ, ଆନରିଚ ନର୍ଜ । 

ବାଂଲାଦେଶ: ତନଜିଦ ହାସନ, ସୌମ୍ୟ ସରକାର,  ଲିଟନ ଦାସ, ନଜମୁଲ ହୋସେନ ଶାନ୍ତୋ, ତୋହିଦ ହୃଦୟ,  ସାକିବ ଅଲ୍‌ ହାସନ, ମହମୁଦୁଲ୍ଲା, ରିଶଦ ହୋସେନ,  ତନଜିମ୍‌ ହାସନ, ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.