ନ୍ୟୁୟର୍କ, ୦୬/୦୬: ଆୟୋଜକ ୟୁଏସ୍ଏ ଓ ଅନ୍ୟତମ ଏସୀୟ ଶକ୍ତି ପାକିସ୍ତାନ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବେ । ଡାଲାସରେ ଖେଳାଯିବାକୁ ଥିବା ଗ୍ରୁପ୍-ଏ’ର ଏହି ମୁକାବିଲା ବେଶ ରୋମାଞ୍ଚକର ରହିବ ।
ପାକିସ୍ତାନ ଶକ୍ତିଶାଳୀ ରହିଥିଲେ ହେଁ ୟୁଏସ୍ଏ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ପୂର୍ବରୁ ୟୁଏସ୍ଏ ପ୍ରଥମ ମ୍ୟାଚ୍ରେ କାନାଡ଼ାକୁ ହରାଇଥିଲା । ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଦଳ ଏକ ଟି-ଟ୍ୱେଣ୍ଟି ସିରିଜରେ ବାଂଲାଦେଶକୁ ମଧ୍ୟ ପରାସ୍ତ କରିଥିଲା । ତେଣୁ ଆଜି ପାକିସ୍ତାନକୁ କଡ଼ା ଟକ୍କର ଦେବାକୁ ୟୁଏସ୍ଏ ପ୍ରସ୍ତୁତ ରହିଛି ।
ପାକିସ୍ତାନ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ବିଜୟ ସହ ପରବର୍ତ୍ତୀ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ମନୋବଳ ଦୃଢ କରିବାକୁ ମନସ୍ଥ କରିଛି। ଇଂଲଣ୍ଡ ବିପକ୍ଷରେ ୦-୨ରେ ସିରିଜ ପରାଜିତ ହେବା ପରେ ପାକିସ୍ତାନ ଦଳ ବେଶ୍ ସମାଲୋଚିତ ହୋଇଥିଲା । ତେଣୁ ପୁନର୍ବାର ପ୍ରଶଂସା ସାଉଁଟିବାକୁ ଦଳ ଆଶାବାଦୀ ରହିଛି । ଏହି ମ୍ୟାଚ୍ରେ ପାକିସ୍ତାନର ପେସ୍ ବୋଲିଂ ବାହିନୀ ଉପରେ ଭାରତୀୟଙ୍କ ନଜର ରହିବ । ନସିମ ଶାହ, ସହିନ ଆଫ୍ରିଦି, ମହମ୍ମଦ ଅମିର ଓ ହ୍ୟାରିସ ରୌଫଙ୍କ ଭଳି ଘାତକ ବୋଲର ଡାଲାସ ଗ୍ରାଉଣ୍ଡ୍ରେ ଅଗ୍ନୀବର୍ଷି ବୋଲିଂ କରିବେ ।
ୟୁଏସ୍ଏ ବ୍ୟାଟର ମଧ୍ୟ ପାକିସ୍ତାନର ପେସ ବାହିନୀକୁ ସାମ୍ନା କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ। କାନାଡ଼ା ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ କରିଥିବା ଆନ୍ଦ୍ରିଆସ ଗସ ଓ ଆରୋନ ଜୋନ୍ସଙ୍କ ଉପରେ ଦଳ ନିର୍ଭର କରିବ ।