ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌

ନ୍ୟୁୟର୍କ ୦୧/୦୬: ଆଜିଠୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ନବମ  ସଂସ୍କରଣ। ଅବଶ୍ୟ ଭାରତୀୟ ଉପମହାଦେଶ ପାଇଁ ଉଦଘାଟନୀ ମୁକାବିଲା ଆରମ୍ଭ ହେବା ବେଳକୁ ୨ତାରିଖ ହୋଇ ସାରିଥିବ । ଇତି ମଧ୍ୟରେ ସମସ୍ତ ଦଳ ଅଭ୍ୟାସ ମ୍ୟାଚ୍‌ ଖେଳି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଭାରତୀୟ ଦଳ ୫ ତାରିଖରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବାବେଳେ ଏହା ପୂର୍ବରୁ ପଡ଼ୋଶୀ ବାଂଲାଦେଶ ବିପକ୍ଷରେ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳିବ । ଭାରତୀୟ ସମୟ ଅନୁଯାୟୀ ଶନିବାର ରାତି ୮ଟା  ସମୟରେ ଏହି ମ୍ୟାଚ୍‌ ଆରମ୍ଭ ହେବ ।  

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଗତ ୩ଦିନ ହେଲା ନ୍ୟୁୟର୍କରେ ଅଭ୍ୟାସ ଜାରି ରଖିଛି ।  ଉଭୟ  ଦଳର ଅଧିନାୟକ ନବନିର୍ମିତ ନାସାଉ କାଉଣ୍ଟି  କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ପହଞ୍ଚି ପିଚ୍‌ ଅନୁଧ୍ୟାନ କରିଛନ୍ତି । ମାତ୍ର ଏହି ଗ୍ରାଉଣ୍ଡ୍‌ରେ ଅଭ୍ୟାସ ପିଚ ନଥିବାରୁ ଆଉ ଏକ ନିକଟସ୍ଥ ଗ୍ରାଉଣ୍ଡ୍‌ରେ ଉଭୟ ଦଳ ଅଭ୍ୟାସ କରିଛନ୍ତି । ଅଭ୍ୟାସ ପିଚ୍‌ ଓ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ପ୍ରସ୍ତୁତ ପିଚ୍‌ ମଧ୍ୟରେ ଆକାଶ ପାତାଳ ଫରକ ରହିଥିବାରୁ ଉଭୟ ଦଳ ଅସନ୍ତୋଷ ଜାହିର କରିଛନ୍ତି । 

ଅଭ୍ୟାସ ମ୍ୟାଚ୍‌ରେ ଦଳର ସମସ୍ତ ଖେଳାଳି ଗ୍ରାଉଣ୍ଡକୁ ଓହ୍ଲାଇ ପାରିବେ । ମାତ୍ର ଗ୍ରାଉଣ୍ଡ  ଭିତରେ ୧୧ଜଣ ଫିଲ୍ଡିଂ କରିବେ । ଷ୍ଟାର ବ୍ୟାଟର ବିରାଟ କୋହଲି ଖେଳିବା ସମ୍ଭାବନା  ନାହିଁ । ଦୀର୍ଘ ୧୬ଘଣ୍ଟା ଯାତ୍ରା ପରେ କୋହଲି  ଟିମ ହୋଟେଲରେ ପହଞ୍ଚି ବିଶ୍ରାମ ନେଇଥିବା ବିସିସିଆଇ ସୂଚନା ଦେଇଛି । ଅବଶ୍ୟ ତାଙ୍କ ଅଭ୍ୟାସକୁ ନେଇ ଦଳ ଚିନ୍ତିତ ନୁହେଁ । ସେ ବର୍ତ୍ତମାନ ଚମତ୍କାର ଫର୍ମରେ ରହିଛନ୍ତି । ଗତ ଆଇପିଏଲ୍‌ରେ ସେ ୭୪୧ ରନ୍‌ ସଂଗ୍ରହ କରିଥିଲେ ।  

ବାଂଲାଦେଶ ଦଳ ମଧ୍ୟ ଶନିବାର ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଗତ ୨୮ ତାରିଖରେ ଦଳ ଆୟୋଜକ ୟୁଏସ୍‌ଏ ବିପକ୍ଷରେ ଏକ ଅଭ୍ୟାସ  ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର  ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହୋଇ ଯାଇଥିଲା । ଶନିବାର ଦଳ ଭାରତ ସମ୍ମୁଖରେ ଶକ୍ତି ପ୍ରଦର୍ଶନ  କରିବାକୁ ପ୍ରସ୍ତୁତ ରହିଥିବା ଷ୍ଟାର୍‌ ଖେଳାଳି ସାକିବ ଅଲ୍‌ ହାସନ ସ୍ପଷ୍ଟ କରି ଦେଇଛନ୍ତି । ଗତ କିଛି ବର୍ଷ ହେଲା ବାଂଲାଦେଶ ଦଳ ଭାରତକୁ କଡ଼ା ଟକ୍କର ଦେଇ ଆସୁଛି ।  କ୍ରିକେଟ୍‌ ପ୍ରେମୀ ପର୍ଯ୍ୟନ୍ତ ୨୦୧୮ରେ ଅନୁଷ୍ଠିତ  ନିଦାହାସ ଟ୍ରଫିର ଫଳାଫଳକୁ ଭୁଲି ନାହାନ୍ତି । ସେହିପରି ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ  ବାଂଲାଦେଶର ଚ୍ୟାଲେଞ୍ଜ ଭାରତୀୟ ଦଳର ନିଦ  ହଜାଇ ଦେଇଥିଲା । ତେଣୁ ଶନିବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ନାସାଉ କ୍ରିକେଟ୍‌ ଗ୍ରାଉଣ୍ଡ୍‌ର ପିଚ୍‌କୁ ନେଇ  ପୂର୍ବାନୁମାନ କରିବା କଷ୍ଟକର । କାରଣ ଏଠାରେ ପୂର୍ବରୁ କୌଣସି ମ୍ୟାଚ୍‌ ଅନୁଷ୍ଠିତ ହୋଇ ନାହିଁ ।  ଗ୍ରାଉଣ୍ଡ ମଝିରେ ମୋଟ୍‌ ୩ଟି ପିଚ୍‌ ରହିଛି ।  ଅଷ୍ଟ୍ରେଲିଆରୁ ଆସିଥିବା ଡ୍ରପ ଇନ୍‌ ପିଚ୍‌ ବ୍ୟାଟିଂ ପାଇଁ  ଅନୁକୂଳ ରହିବ ବୋଲି ଭାରତ ଆଶାବାଦୀ ରହିଛି ।  

ସୂଚନାଯୋଗ୍ୟ, ଭାରତ ଗ୍ରୁପ୍‌-ଏ’ରେ ସ୍ଥାନ  ପାଇଛି । ଏହି ଗ୍ରୁପ୍‌ରେ ଅନ୍ୟ ଦଳ ଭାବେ ଆୟର୍ଲାଣ୍ଡ,  ପାକିସ୍ତାନ, ୟୁଏସ୍‌ଏ ଓ କାନାଡ଼ା ରହିଛନ୍ତି । ଭାରତ  ପରବର୍ତ୍ତୀ ସୁପର-୮ ରାଉଣ୍ଡକୁ ଉନ୍ନୀତ ହେଲେ ଗ୍ରୁପ୍‌୧ରେ ସ୍ଥାନ ପାଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ  ଭେଟିବାର ସମ୍ଭାବନା ରହିଛି । ସୁପର-୮ ରାଉଣ୍ଡ  ୱେଷ୍ଟ ଇଣ୍ଡିଜରେ ଖେଳାଯିବ । ୱେଷ୍ଟ ଇଣ୍ଡିଜ୍‌ରେ  ଭାରତ ୧୪ଟି ଟି-ଟ୍ୱେଣ୍ଟି ଖେଳିଛି ଓ ୭ଟି ମ୍ୟାଚ୍‌ ବିଜୟୀ ହୋଇଛି । ସେହିପରି ଦଳ ୟୁଏସ୍‌ଏରେ  ୮ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ହାସଲ କରିଛି ।  

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ),  ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି, ଯଶସ୍ୱୀ  ଜୈସ୍ୱାଲ, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର  ଜାଡେଜା, ଶିବମ ଦୁବେ, ରିଷଭ ପନ୍ତ, ସଞ୍ଜୁ ସାମସନ,  ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, କୁଲଦୀପ  ଯାଦବ, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ । 

ବାଂଲାଦେଶ ଦଳ: ନଜମୁଲ ହୋସେନ  ଶାନ୍ତୋ(ଅଧିନାୟକ), ତନଜିଦ ହାସାନ, ତୋହିଦ  ହୃଦୟ, ମେହଦି ହାସାନ, ମହମୁଦୁଲ୍ଲା, ସାକିବ  ଅଲ୍‌ ହାସନ, ସୌମ୍ୟ ସରକାର, ଜାକିର ଅଲି,  ଲିଟନ ଦାସ, ମୁସ୍ତାଫିଜୁର ରେହମାନ, ରିଶଦ  ହୋସେନ, ସରିଫୁଲ ଇସଲାମ, ତନବୀର  ଇସଲାମ, ତନଜିମ ହାସାନ, ଟସ୍କିନ ଅହମ୍ମ

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.