ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୪: ବାର୍ବାଡସ୍‌ରେ ସ୍କଟଲାଣ୍ଡକୁ ଭେଟିବ ଡିଫେଣ୍ଡିଂ ଚାମ୍ପିଅନ୍‌ ଇଂଲଣ୍ଡ

ବ୍ରିଜଟାଉନ,୦୪/୦୬: ମଙ୍ଗଳବାର ଡିଫେଣ୍ଡିଂ ଚାମ୍ପିଅନ୍‌  ଇଂଲଣ୍ଡ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଗ୍ରୁପ୍‌ ବି’ର ଏହି ମ୍ୟାଚ୍‌ରେ ଇଂଲଣ୍ଡ ପଡ଼ୋଶୀ ଦେଶ ସ୍କଟଲାଣ୍ଡକୁ ଭେଟିବ । ଗତ ଦିନିକିଆ ବିଶ୍ୱକପ୍‌ ଟାଇଟଲ ରଖିବାରେ  ବିଫଳ ହୋଇଥିବା ଇଂଲଣ୍ଡ ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ ସୁଯୋଗ ହାତଛଡ଼ା କରିବ ନାହିଁ । ଜୋସ ବଟଲରଙ୍କ ଦଳ ପ୍ରଥମ ଦିନରୁ ଆଧିପତ୍ୟ ବିସ୍ତାର କରିବାକୁ ଯୋଜନା କରିଛି । ୱେଷ୍ଟ ଇଣ୍ଡିଜ୍‌ରେ ମଧ୍ୟ ଇଂଲଣ୍ଡର ସଫଳ ସ୍ମୃତି ରହିଛି। ଦଳ ଏଠାରେ  ୨୦୧୦ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଥିଲା ।  

ମଙ୍ଗଳବାର ଇଂଲଣ୍ଡର ଦୁର୍ଦ୍ଧର୍ଷ ବ୍ୟାଟରଙ୍କ ଉପରେ ଦର୍ଶକଙ୍କ ନଜର ରହିବା ସ୍ୱାଭାବିକ । ଜନି ବେୟାରଷ୍ଟୋ, ୱିଲ ଜ୍ୟାକ୍ସ ଓ ଜୋସ ବଟଲର ପ୍ରମୁଖ ଗତ ଆଇପିଏଲ୍‌ରେ ଶତକ ଅର୍ଜନ କରିଥିଲେ । ଓପନର ଫିଲ ସଲ୍ଟ ମଧ୍ୟ କୋଲକାତା ନାଇଟ ରାଇଡର୍ସକୁ ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ସେହିପରି ଲାଏମ  ଲିଭିଙ୍ଗଷ୍ଟୋନ ଓ ମୋଇନ ଅଲିଙ୍କ ଭଳି ଅଭିଜ୍ଞ ସ୍ପିନ  ବୋଲିଂ ଅଲ୍‌ରାଉଣ୍ଡର ଦଳରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ଦଳକୁ ଫେରିଥିବା ଯୁବ ବ୍ୟାଟିଂ ବିସ୍ମୟ ହ୍ୟାରୀ ବ୍ରୁକ୍‌ ଓ ପେସ୍‌ ବୋଲର ଜୋଫ୍ରା ଆର୍ଚର ଚମତ୍କାର ଫର୍ମରେ ରହିଥିବାର ସଂକେତ ଦେଇ ସାରିଛନ୍ତି ।  

ସ୍କଟଲାଣ୍ଡ ୟୁରୋପୀୟ କ୍ୱାଲିଫାୟର ଚାମ୍ପିଅନ୍‌  ହୋଇ ଏଥର ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିଛି ।  ଦଳର ବ୍ୟାଟିଂ ବିଭାଗ ମୁଖ୍ୟତଃ ଜର୍ଜ ମୁନସି ଓ ରିଚି  ବେରିଙ୍ଗଟନଙ୍କ ଉପରେ ନିର୍ଭର କରିଥିବାବେଳେ ଓଲି ହ୍ୟାରିସ୍‌,ମାଥ୍ୟୁ କ୍ରସ ଓ ପ୍ରତ୍ୟାବର୍ତ୍ତନ କରିଥିବା ମାଇକେଲ ଜୋନ୍ସ ସଫଳ ହେଲେ ସ୍କଟଲାଣ୍ଡ କଡ଼ା  ଟକ୍କର ଦେଇପାରିବ । ସଫିଆନ ସରିଫ ଦଳର  ପେସ୍‌ ବୋଲିଂ ବିଭାଗ ସମ୍ଭାଳିବେ । ମାତ୍ର ଦଳର  ଭାଗ୍ୟ ଦୁଇ ଅଲ୍‌ରାଉଣ୍ଡର ମାଇକେଲ ଲିସ୍କ ଓ  ବ୍ରାଣ୍ଡନ ମ୍ୟାକ୍‌ମୁଲେନଙ୍କ ଉପରେ ନିର୍ଭର କରିବ ।  

ବିଶ୍ୱକପ୍‌ରେ ଇଂଲଣ୍ଡ ଅନେକ ବାର ବିପର୍ଯ୍ୟୟର ସାମ୍ନା କରିସାରିଛି । ତେଣୁ ଦଳ ସ୍କଟଲାଣ୍ଡକୁ ହାଲକା  ଭାବେ ନେଉନାହିଁ । ଗତ ଦିନିକିଆ ବିଶ୍ୱକପ୍‌ରେ  ଆଫଗାନିସ୍ତାନ ଠାରୁ ପରାଜୟ ଇଂଲଣ୍ଡ ପାଇଁ ମହଙ୍ଗା  ପଡ଼ିଥିଲା । ଫଳରେ ଆସନ୍ତା କାଲି ସତର୍କତାର ସହ  ଖେଳି ପଏଣ୍ଟ ଖାତା ଖୋଲିବାକୁ ଦଳ ପ୍ରୟାସ କରିବ ।  

କେନ୍‌ସିଙ୍ଗଟନ ଓଭାଲ ଗ୍ରାଉଣ୍ଡର ପିଚ୍‌  ସାମାନ୍ୟ ମନ୍ଥର ରହିବା ନିଶ୍ଚିତ । ସ୍ପିନରମାନେ  ପିଚ୍‌ର ଭରପୁର ଫାଇଦା ଉଠାଇ ପାରିବେ । ଦିନ  ବେଳା ମ୍ୟାଚ୍‌ ଖେଳାଯାଉଥିବାରୁ ଟସ ବିଜୟୀ  ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । 

ସମ୍ଭାବ୍ୟ ଦଳ 

ଇଂଲଣ୍ଡ: ଫିଲ ସଲ୍ଟ, ଜୋସ ବଟଲର(ଅଧିନାୟକ),  ୱିଲ ଜ୍ୟାକ୍ସ, ଜନି ବେୟାରଷ୍ଟୋ, ହ୍ୟାରୀ ବ୍ରୁକ୍‌,  ମୋଇନ ଅଲି, ଲାଏମ ଲିଭିଙ୍ଗଷ୍ଟୋନ, କ୍ରିସ ଜୋର୍ଡାନ,  ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍‌ ।

 ସ୍କଟଲାଣ୍ଡ: ଜର୍ଜ ମୁନସି, ଓଲି ହ୍ୟାରିସ, ମାଇକେଲ  ଜୋନ୍ସ, ରିଚି ବେରିଂଟନ(ଅଧିନାୟକ), ମାଥ୍ୟୁ  କ୍ରସ, ମାଇକେଲ ଲିସ୍କ, କ୍ରିସ ଗ୍ରୀଭ୍‌ସ, ମାର୍କ  ୱାଟ୍‌, କ୍ରିସ ସୋଲ, ସଫିୟାନ ସରିଫ, ବ୍ରାଡ୍‌ କରି ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.