ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ରବିବାର ଭୋରରୁ ବାଜିବ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବିଗୁଲ୍‌, ଉଦ୍‌ଘାଟନୀ ମ୍ୟାଚ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ ୦୧/୦୬: ଆଉ କିଛି ଘଣ୍ଟାର ଅପେକ୍ଷା । ଟେକ୍ସାସର (ୟୁଏସ୍‌ଏ) ଡାଲାସରେ ବାଜିବ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ବିଗୁଲ ।  ଉଦ୍‌ଘାଟନୀ ମ୍ୟାଚ୍‌ ଆୟୋଜକ ଆମେରିକା ଓ କାନାଡ଼ା ମଧ୍ୟରେ ଖେଳାଯିବ । ଏହା ସ୍ଥାନୀୟ ସମୟ ସନ୍ଧ୍ୟା ୭.୩୦  ମିନିଟରୁ (ଜୁନ ୧ ତାରିଖ) ଏବଂ ଭାରତୀୟ ସମୟ ରବିବାର ସକାଳ ୬ଟାରୁ (ଜୁନ ୨ ତାରିଖ) ଆରମ୍ଭ ହେବ । ଏହାପୂର୍ବରୁ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବର କାର୍ଯ୍ୟକ୍ରମ ରହିଛି । ଯଦିଓ ଆଇସିସି ପକ୍ଷରୁ ଅଫିସିଆଲ ଭାବେ  କାର୍ଯ୍ୟକ୍ରମ ସଂପର୍କରେ କିଛି ସୂଚନା ଦିଆଯାଇ ନାହିଁ ।  ତଥାପି ଏକ ଘଣ୍ଟାରୁ ଊଦ୍ଧ୍ୱର୍ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ  ଆତସବାଜୀର କାର୍ଯ୍ୟକ୍ରମ ରଖାଯାଇଛି ବୋଲି ଜଣା ପଡ଼ିଛି ।  ରବିବାର ଭୋର ୪.୩୦ ମିନିଟରୁ ଭାରତୀୟ ପ୍ରଶଂସକ  ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖି ପାରିବେ ।

୨୦ ଦଳ, ଖେଳିବେ ୫୫ ମ୍ୟାଚ୍‌ 

ପ୍ରଥମ ଥର ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର କଳେବର ବୃଦ୍ଧି କରିଛି । ମୋଟ୍‌ ୨୦ଟି ଦଳ ଏଥର  ବିଶ୍ୱକପ୍‌ରେ ସାମିଲ ହୋଇଛନ୍ତି । ଗ୍ରୁପ୍‌ ପର୍ଯ୍ୟାୟରୁ  ଫାଇନାଲ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୫୫ଟି ମ୍ୟାଚ୍‌ ମ୍ୟାଚ୍‌  ଖେଳାଯିବ । ଏଥିପାଇଁ ଆମେରିକାରେ ୩ଟି (ଫ୍ଲୋରିଡା,  ଟେକ୍ସାସ ଏବଂ ନ୍ୟୁୟର୍କ) ଏବଂ ୱେଷ୍ଟଇଣ୍ଡିଜରେ ୭ଟି  (ଆଣ୍ଟିଗୁଆ, ବାର୍ବାଡୋସ, ଗୁଏନା, ସେଣ୍ଟ ଲୁସିଆ,  ସେଣ୍ଟ ଭିନସେଣ୍ଟ ଏବଂ ତ୍ରିନିଦାଦ ଓ ଟୋବାଗୋ)  ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି । ଜୁନ ୨ ତାରିଖରେ ଡାଲାସରେ ଉଦ୍‌ଘାଟନୀ ଏବଂ ୨୯ ତାରିଖରେ  ବାର୍ବାଡୋସରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । 

ଗ୍ରୁପ୍‌ ଏ’ରେ ଭାରତ, ପାକିସ୍ତାନ, ଆୟର୍ଲାଣ୍ଡ,  କାନାଡ଼ା ଓ ଆମେରିକା³ ଗ୍ରୁପ୍‌ ବି’ରେ ଅଷ୍ଟ୍ରେଲିଆ,  ଇଂଲଣ୍ଡ, ନାମିବିଆ, ଓମାନ ଓ ସ୍କଟଲାଣ୍ଡ³ ଗ୍ରୁପ୍‌  ବି’ରେ ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ, ପପୁଆ ନ୍ୟୁ  ଗିନି, ଉଗାଣ୍ଡା ଓ ୱେଷ୍ଟଇଣ୍ଡିଜ ଏବଂ ଗ୍ରୁପ୍‌ ଡି’ରେ  ବାଂଲାଦେଶ, ନେଦରଲାଣ୍ଡସ, ନେପାଳ, ଦକ୍ଷିଣ  ଆଫ୍ରିକା ଓ ଶ୍ରୀଲଙ୍କା । ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ୨ଟି  ଦଳ ସୁପର-୮ ପର୍ଯ୍ୟାୟକୁ ଉନ୍ନୀତ ହେବେ । ଏହି  ପର୍ଯ୍ୟାୟରେ ୨ଟି ଗ୍ରୁପ୍‌ ରହିଛି । ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ  ୨ଟି ଦଳ ସେମି ଫାଇନାଲରେ ପ୍ରବେଶ କରିବେ । 

ଭାରତରେ ପ୍ରସାରଣ 

ଭାରତରେ ବିଶ୍ୱକପ୍‌ର ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ କରିବ । ସେମିତି ଡିଜନୀ୍ମହଟଷ୍ଟାର ଡିଜିଟାଲ  ପ୍ରସାରଣ ହେବ । କାନାଡ଼ା ଓ ଆମେରିକାରେ ୱିଲୋ ପ୍ରସାରଣ ଅଧିକାର ପାଇଛି ।  

ଆମେରିକାରେ ପ୍ରଥମ ଥର 

ଆମେରିକା ପ୍ରଥମ ଥର ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ର ଯୁଗ୍ମ ଆୟୋଜକ ରହିଛି । ୩ଟି ଭେନ୍ୟୁରେ  (ଫ୍ଲୋରିଡା, ନ୍ୟୁୟର୍କ ଓ ଟେକ୍ସାସ) ମୋଟ୍‌ ୧୬ଟି ମ୍ୟାଚ୍‌  ଖେଳାଯିବ । ନ୍ୟୁୟର୍କରେ ସର୍ବାଧିକ ୮ଟି ମ୍ୟାଚ୍‌ ରହିଛି ।  

ଆମେରିକାରେ ୩୦ ମିଲିୟନ କ୍ରିକେଟ୍‌ ପ୍ରଶଂସକ  ରହିଛନ୍ତି । ନାସାଉ କାଉଣ୍ଟିରେ ଯେଉଁ ଅନ୍ତର୍ଜାତୀୟ  କ୍ରିକେଟ୍‌ ଷ୍ଟାଡିୟମ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଛି,  ତାହାର ଦର୍ଶକ ଧାରଣ କ୍ଷମତା ରହିଛି ୩୪ ହଜାର ।  ଟେକ୍ସାସରେ ୧୫ ହଜାର ଏବଂ ଫ୍ଲୋରିଡାରେ  ୨୫ ହଜାର ଦର୍ଶକ ବସି ମ୍ୟାଚ୍‌ ଦେଖି ପାରିବେ । 

ଊନବିଂଶ ଶତକର ମଧ୍ୟଭାଗ ପର୍ଯ୍ୟନ୍ତ  କ୍ରିକେଟ୍‌ ଆମେରିକାରେ ବେଶ ଲୋକପ୍ରିୟ ଥିଲା ।  ୧୮୪୪ରେ ଆମେରିକା ଓ କାନାଡ଼ା ମଧ୍ୟରେ ପ୍ରଥମ  ଅନ୍ତର୍ଜାତୀୟ ମ୍ୟାଚ୍‌ ନ୍ୟୁୟର୍କରେ ଖେଳାଯାଇଥିଲା ।  ୨୦ ହଜାର ଦର୍ଶକ ଏହି ମ୍ୟାଚ୍‌ ଦେଖିଥିଲେ ।

ମାତ୍ର ୧୮୬୦ ପରବର୍ତ୍ତୀ ସମୟରେ ଧୀରେ  ଧୀରେ ବେସ୍‌ବଲ ପ୍ରତି ଆମେରିକୀୟଙ୍କ ଆଗ୍ରହ ବୃଦ୍ଧି  ପାଇଥିଲା । ବିଂଶ ଶତକର ପ୍ରଥମାର୍ଦ୍ଧ ସୁଦ୍ଧା ଏହି କ୍ରୀଡ଼ା  ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ସାରିଥିଲା । କିନ୍ତୁ କ୍ରିକେଟ୍‌  ସେହି ଅନୁସାରେ ସଂପୂର୍ଣ୍ଣ ଧରାସାୟୀ ହୋଇ ଯାଇଥିଲା ।  

ଆମେରିକାରେ ସବୁ ମ୍ୟାଚ୍‌ ଖେଳିବ ଭାରତ 

ଭାରତ ଗ୍ରୁପ୍‌ ଏ’ରେ ସାମିଲ ରହିଛି । ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୫ ତାରିଖରେ ଆୟର୍ଲାଣ୍ଡ ସହ ଖେଳିବ । ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍‌  ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ସେହିପରି ୯  ତାରିଖରେ ପାକିସ୍ତାନକୁ ଏବଂ ୧୨ରେ ଆମେରିକାକୁ  ଭେଟିବ । ଗ୍ରୁପ୍‌ର ଶେଷ ମ୍ୟାଚ୍‌ ୧୫  ତାରିଖରେ କାନାଡ଼ାକୁ ଭେଟିବାର ସୂଚୀ  ରହିଛି । ଏହି ମ୍ୟାଚ୍‌ ଫ୍ଲୋରିଡାରେ ଖେଳାଯିବ । 

ବୋଲ୍ଟ ବ୍ରାଣ୍ଡ୍‌ ଆମ୍ବାସଡର

ବିଶ୍ୱ ଦ୍ରୁତତମ ଧାବକ  ୟୁସେନ ବୋଲ୍ଟଙ୍କୁ ଆଇସିସି  ବିଶ୍ୱକପ୍‌ର ବ୍ରାଣ୍ଡ୍‌ ଆମ୍ବାସଡର କରିଛି । ସାରା ବିଶ୍ୱରେ ବୋଲ୍ଟଙ୍କ ଅନୁଗାମୀ ରହିଛନ୍ତି । ବୋଲ୍ଟ ବି ଜଣେ କ୍ରିକେଟ୍‌ପ୍ରେମୀ । ତାଙ୍କ ବାପା  କିଭଳି ଜଣେ ବଡ଼ କ୍ରିକେଟ୍‌ ପ୍ରଶଂସକ ଏବଂ ସର୍ବଦା  ୱେଷ୍ଟଇଣ୍ଡିଜ ଦଳକୁ ସମର୍ଥନ କରନ୍ତି, ତାହା ସେ  ପୂର୍ବରୁ ଆଇସିସିର ଏକ କାର୍ଯ୍ୟକ୍ରମରେ କହିଥିଲେ ।  ବୋଲ୍ଟ କହିଥିଲେ, ‘ଆମେରିକାରେ କ୍ରିକେଟର  ବିକାଶ ଘଟିବ ବୋଲି ମୋର ବିଶ୍ୱାସ । ତୃଣମୂଳ  ସ୍ତରରୁ ପ୍ରଚାର ପ୍ରସାର ଦ୍ୱାରା ହିଁ ଏହା ସମ୍ଭବ  ହୋଇପାରିବ ।’ ସେମିତି ଯୁବରାଜ ସିଂ ଏବଂ ସହିଦ  ଆଫ୍ରିଦି ମଧ୍ୟ ବ୍ରାଣ୍ଡ୍‌ ଆମ୍ବାସଡର ତାଲିକାରେ ରହିଛନ୍ତି ।

  • ଗ୍ରୁପ୍‌-ଏ: ୟୁଏସ୍‌ଏ, ଭାରତ, କାନାଡ଼ା, ଆୟର୍ଲାଣ୍ଡ୍‌, ପାକିସ୍ତାନ
  • ଗ୍ରୁପ୍‌-ବି: ଅଷ୍ଟ୍ରେଲିଆ, ଇଂଲଣ୍ଡ୍‌, ନାମିବିୟା, ଓମାନ, ସ୍କଟଲାଣ୍ଡ୍‌
  • ଗ୍ରୁପ୍‌-ସି: ୱେଷ୍ଟଇଣ୍ଡିଜ୍‌, ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ୍‌, ପପୁଆ ନ୍ୟୁଗିନି, ୟୁଗାଣ୍ଡା
  • ଗ୍ରୁପ୍‌-ଡି: ବାଂଲାଦେଶ, ନେପାଳ, ନେଦରଲାଣ୍ଡ୍‌ସ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କ

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ କ୍ରୀଡ଼ାସୂଚୀ

 ମ୍ୟାଚ୍‌   ବନାମ      ତାରିଖ          ସ୍ଥାନ       ସମୟ

୧ ୟୁଏସ୍‌ଏ ବନାମ କାନାଡ଼ା ଜୁନ ୨ ଡାଲାସ୍‌ ସକାଳ ୬.୦୦

୨ ୱେଷ୍ଟଇଣ୍ଡିଜ୍‌ ବନାମ ପପୁଆ ନ୍ୟୁଗିନି ଜୁନ ୨ ଗାଏନା ରାତି ୮.୦୦

୩ ନାମିବିୟା ବନାମ ଓମାନ ଜୁନ ୩ ବାର୍ବାଡସ୍‌ ସକାଳ ୬.୦୦

୪ ଶ୍ରୀଲଙ୍କା ବନାମ ଦ.ଆଫ୍ରିକା ଜୁନ ୩ ନ୍ୟୁୟର୍କ ରାତି ୮.୦୦

୫ ଆଫଗାନିସ୍ତାନ ବନାମ ୟୁଗାଣ୍ଡା ଜୁନ ୪ ଗାଏନା ସକାଳ ୬.୦୦

୬ ଇଂଲଣ୍ଡ ବନାମ ସ୍କଟଲାଣ୍ଡ୍‌ ଜୁନ ୪ ବାର୍ବାଡସ ରାତି ୮.୦୦

୭ ନେଦରଲାଣ୍ଡ୍‌ସ ବନାମ ନେପାଳ ଜୁନ ୪ ଡାଲାସ୍‌ ରାତି ୯.୦୦

୮ ଭାରତ ବନାମ ଆୟର୍ଲାଣ୍ଡ ଜୁନ ୫ ନ୍ୟୁୟର୍କ ରାତି ୮.୦୦

୯ ପପୁଆ ନ୍ୟୁଗିନି ବନାମ ୟୁଗାଣ୍ଡା ଜୁନ ୬ ଗାଏନା ସକାଳ ୫.୦୦

୧୦ ଅଷ୍ଟ୍ରେଲିଆ ବନାମ ଓମାନ ଜୁନ ୬ ବାର୍ବାଡସ ସକାଳ ୬.୦୦

୧୧ ୟୁଏସ୍‌ ବନାମ ପାକିସ୍ତାନ ଜୁନ ୬ ଡାଲାସ୍‌ ରାତି ୯.୦୦

୧୨ ନାମିବିୟା ବନାମ ସ୍କଟଲାଣ୍ଡ୍‌ ଜୁନ ୭ ବାର୍ବାଡସ ରାତି ୧୨.୩୦

୧୩ କାନାଡ଼ା ବନାମ ଆୟର୍ଲାଣ୍ଡ୍‌ ଜୁନ ୭ ନ୍ୟୁୟର୍କ ରାତି ୮.୦୦

୧୪ ଆଫଗାନିସ୍ତାନ ବନାମ ନ୍ୟୁଜିଲାଣ୍ଡ୍‌ ଜୁନ ୮ ଗାଏନା ସକାଳ ୫.୦୦

୧୫ ବାଂଲାଦେଶ ବନାମ ଶ୍ରୀଲଙ୍କା ଜୁନ ୮ ଡାଲାସ୍‌ ସକାଳ ୬.୦୦

୧୬ ନେଦରଲାଣ୍ଡ୍‌ସ ବନାମ ଦ.ଆଫ୍ରିକା ଜୁନ ୮ ନ୍ୟୁୟର୍କ ରାତି ୮.୦୦

୧୭ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ୍‌ ଜୁନ ୮ ବାର୍ବାଡସ୍‌ ରାତି ୧୦.୩୦

୧୮ ୱେଷ୍ଟଇଣ୍ଡିଜ୍‌ ବନାମ ୟୁଗାଣ୍ଡା ଜୁନ ୯ ଗାଏନା ସକାଳ ୬.୦୦

୧୯ ଭାରତ ବନାମ ପାକିସ୍ତାନ ଜୁନ ୯ ନ୍ୟୁୟର୍କ ରାତି ୮.୦୦

୨୦ ଓମାନ ବନାମ ସ୍କଟଲାଣ୍ଡ୍‌ ଜୁନ ୯ ଆଣ୍ଟିଗୁଆ ରାତି ୧୦.୩୦

୨୧ ଦ.ଆଫ୍ରିକା ବନାମ ବାଂଲାଦେଶ ଜୁନ ୧୦ ନ୍ୟୁୟର୍କ ରାତି ୮.୦୦

୨୨ କାନାଡ଼ା ବନାମ ପାକିସ୍ତାନ ଜୁନ ୧୧ ନ୍ୟୁୟର୍କ ରାତି ୮.୦୦

୨୩ ନେପାଳ ବନାମ ଶ୍ରୀଲଙ୍କା ଜୁନ ୧୨ ଫ୍ଲୋରିଡା ସକାଳ ୫.୦୦

୨୪ ଅଷ୍ଟ୍ରେଲିଆ ବନାମ ନାମିବିୟା ଜୁନ ୧୨ ଆଣ୍ଟିଗୁଆ ସକାଳ ୬.୦୦

୨୫ ଭାରତ ବନାମ ୟୁଏସ୍‌ଏ ଜୁନ ୧୨ ନ୍ୟୁୟର୍କ ରାତି ୮.୦୦

୨୬ ୱେଷ୍ଟଇଣ୍ଡିଜ୍‌ ବନାମ ନ୍ୟୁଜିଲାଣ୍ଡ୍‌ ଜୁନ ୧୩ ତରୌବା ସକାଳ ୬.୦୦

୨୭ ବାଂଲାଦେଶ ବନାମ ନେଦରଲାଣ୍ଡ୍‌ସ ଜୁନ ୧୩ ସେଣ୍ଟ୍‌ଭିନ୍‌ସେଣ୍ଟ ରାତି ୮.୦୦

୨୮ ଇଂଲଣ୍ଡ ବନାମ ଓମାନ ଜୁନ ୧୪ ଆଣ୍ଟିଗୁଆ ରାତି ୧୨.୩୦

୨୯ ଆଫଗାନିସ୍ତାନ ବନାମ ପପୁଆ ନ୍ୟୁଗିନି ଜୁନ ୧୪ ତରୌବା ସକାଳ ୬.୦୦

୩୦ ୟୁଏସ୍‌ଏ ବନାମ ଆୟର୍ଲାଣ୍ଡ୍‌ ଜୁନ ୧୪ ଫ୍ଲୋରିଡା ରାତି ୮.୦୦

୩୧ ନେପାଳ ବନାମ ଦ.ଆଫ୍ରିକା ଜୁନ ୧୫ ସେଣ୍ଟ୍‌ଭିନସେଣ୍ଟ ସକାଳ ୫.୦୦

୩୨ ନ୍ୟୁଜିଲାଣ୍ଡ ବନାମ ୟୁଗାଣ୍ଡା ଜୁନ ୧୫ ତରୌବା ସକାଳ ୬.୦୦

୩୩ ଭାରତ ବନାମ କାନାଡ଼ା ଜୁନ ୧୫ ଫ୍ଲୋରିଡା ରାତି ୮.୦୦

୩୪ ଇଂଲଣ୍ଡ୍‌ ବନାମ ନାମିବିୟା ଜୁନ ୧୫ ଆଣ୍ଟିଗୁଆ ରାତି ୧୦.୩୦

୩୫ ଅଷ୍ଟ୍ରେଲିଆ ବନାମ ସ୍କଟଲାଣ୍ଡ୍‌ ଜୁନ ୧୬ ସେଣ୍ଟ୍‌ ଲୁସିଆ ସକାଳ ୬.୦୦

୩୬ ପାକିସ୍ତାନ ବନାମ ଆୟର୍ଲାଣ୍ଡ ଜୁନ ୧୬ ଫ୍ଲୋରିଡା ରାତି ୮.୦୦

୩୭ ବାଂଲାଦେଶ ବନାମ ନେପାଳ ଜୁନ ୧୭ ସେଣ୍ଟ୍‌ ଭିନସେଣ୍ଟ ସକାଳ ୫.୦୦

୩୮ ନେଦରଲାଣ୍ଡ୍‌ସ ବନାମ ଶ୍ରୀଲଙ୍କା ଜୁନ ୧୭ ସେଣ୍ଟ୍‌ ଲୁସିଆ ସକାଳ ୬.୦୦

୩୯ ନ୍ୟୁଜିଲାଣ୍ଡ ବନାମ ପପୁଆ ନ୍ୟୁଗିନି ଜୁନ ୧୭ ତରୌବା ରାତି ୮.୦୦

୪୦ ୱେଷ୍ଟଇଣ୍ଡିଜ୍‌ ବନାମ ଆଫଗାନିସ୍ତାନ ଜୁନ ୧୮ ସେଣ୍ଟ୍‌ ଲୁସିଆ ସକାଳ ୬.୦୦

ସୁପର-୮ ପର୍ଯ୍ୟାୟ

୪୧ ଏ-୨ ବନାମ ଡି-୧ ଜୁନ ୧୯ ଆଣ୍ଟିଗୁଆ ରାତି ୮.୦୦

୪୨ ବି-୧ ବନାମ ସି-୨ ଜୁନ ୨୦ ସେଣ୍ଟ୍‌ ଲୁସିଆ ସକାଳ ୬.୦୦

୪୩ ସି-୧ ବନାମ ଏ-୧ ଜୁନ ୨୦ ବାର୍ବାଡସ ରାତି ୮.୦୦

୪୪ ବି-୨ ବନାମ ଡି-୨ ଜୁନ ୨୧ ଆଣ୍ଟିଗୁଆ ସକାଳ ୬.୦୦

୪୫ ବି-୧ ବନାମ ଡି-୧ ଜୁନ ୨୧ ସେଣ୍ଟ ଲୁସିଆ ରାତି ୮.୦୦

୪୬ ଏ-୨ ବନାମ ସି-୨ ଜୁନ ୨୨ ବାର୍ବାଡସ୍‌ ସକାଳ ୬.୦୦

୪୭ ଏ-୧ ବନାମ ଡି-୨ ଜୁନ ୨୨ ଆଣ୍ଟିଗୁଆ ରାତି ୮.୦୦

୪୮ ସି-୧ ବନାମ ବି-୨ ଜୁନ ୨୩ ସେଣ୍ଟ ଭିନସେଣ୍ଟ ସକାଳ ୬.୦୦

୪୯ ଏ-୨ ବନାମ ବି-୧ ଜୁନ ୨୩ ବାର୍ବାଡସ ରାତି ୮.୦୦

୫୦ ସି-୨ ବନାମ ଡି-୧ ଜୁନ ୨୪ ଆଣ୍ଟିଗୁଆ ସକାଳ ୬.୦୦

୫୧ ବି-୨ ବନାମ ଏ-୧ ଜୁନ ୨୪ ସେଣ୍ଟ୍‌ ଲୁସିଆ ରାତି ୮.୦୦

୫୨ ସି-୧ ବନାମ ଡି-୨ ଜୁନ ୨୫ ସେଣ୍ଟ ଭିନସେଣ୍ଟ୍‌ ସକାଳ ୬.୦୦

୫୩ ପ୍ରଥମ ସେମି ଫାଇନାଲ୍‌ ଜୁନ ୨୭ ତରୌବା ସକାଳ ୬.୦୦

୫୪ ଦ୍ୱିତୀୟ ସେମି ଫାଇନାଲ୍‌ ଜୁନ ୨୭ ଗାଏନା ରାତି ୮.୦୦

୫୫ ଫାଇନାଲ୍‌ ଜୁନ ୨୯ ବାର୍ବାଡସ ରାତି ୮.୦

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.