ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ତିନି ଫୁଲ ଏକ ମାଲି: ଆମ ବରକୁ ଫେରାଇ ଆଣ..୨ ଭଉଣୀଙ୍କ ଥାନାରେ ହଲାପଟା, ନାକେଦମ୍‌ ପୁଲିସ

ଚନ୍ଦ୍ରଶେଖରପୁର, ୨୬/୦୭: ଆମ ବରକୁ  ଆମ ପାଖକୁ ଫେରାଇ ଆଣ । ସେ ଅନ୍ୟଜଣେ  ଯୁବତୀ ସହ ପଳାଇଛି । ଆମେ ଯେତେ ନେହୁରା  ହେଲେ ମଧ୍ୟ ସେ ଆମ ପାଖକୁ ଆସୁନାହିଁ । ତେଣୁ  ତୁରନ୍ତ ଆମ ବରକୁ ଫେରାଇ ଆଣିବାରେ ସାହାଯ୍ୟ  କର । ନଚେତ୍‌ ଆମେ ଜୀବନ ହାରିଦେବୁ । ଗୁରୁବାର ଏମିତି ଅଭିଯୋଗ ଆଣି ୨ ଭଉଣୀ ଚନ୍ଦ୍ରଶେଖରପୁର ଥାନାରେ ହଲାପଟା କରିଛନ୍ତି । ପୁଲିସ ସେମାନଙ୍କୁ  ବୁଝେଇ ବୁଝେଇ ନୟାନ୍ତ ହୋଇପଡ଼ିଛି । ଏଭଳି ଘଟଣା ଚନ୍ଦ୍ରଶେଖରପୁର ଅଞ୍ଚଳରେ ମୁଖ୍ୟ  ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣା ଏମିତି, ରାଜେଶ ମଲ୍ଲିକ ନାମକ ଜଣେ ଯୁବକ ଡମଣାରେ ଥିବା ଏକ ବସ୍ତିରେ ରୁହନ୍ତି । ସେହି ବସ୍ତିର ଦୁଇ ଭଉଣୀ ରାଜେଶଙ୍କ ପ୍ରେମରେ  ଉବୁଟୁବୁ ହେଉଥିଲେ । ବଡ଼ ଭଉଣୀଙ୍କୁ ରାଜେଶ  ମନ୍ଦିରରେ ବାହା ହେବା ପରେ ସାନ ଭଉଣୀଙ୍କୁ ଲୁଚି  ବିବାହ କରିଥିଲେ ରାଜେଶ । ଜଣଙ୍କ ସାଙ୍ଗରେ କିଛି  ଦିନ ବିତାଇବା ପରେ ଅନ୍ୟଜଣେ ଭଉଣୀ ଏହା  ଜାଣିପାରିଥିଲେ । ଶେଷରେ ନିଷ୍ପତ୍ତି ନେଇଥିଲେ ୨ଭଉଣୀ ରାଜେଶଙ୍କୁ ନେଇ ଏକାଠି ରହିବେ । ହେଲେ  ଏହା ଭିତରେ ରାଜେଶ ଅନ୍ୟଜଣେ ଯୁବତୀଙ୍କ  ପ୍ରେମରେ ପଡ଼ି ଯାଇଥିଲେ । ତାଙ୍କୁ ଧରି ପୁରୀ  ବୁଲିବାକୁ ଯାଇଥିଲେ । ସେଠାରେ ସଂପୃକ୍ତ ଯୁବତୀଜଣଙ୍କ  ସହ ସମୁଦ୍ରକୂଳେ ଏକାଠି ବୁଲୁଥିବାର ଫଟୋକୁ  ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ ।  

ଏହି ଫଟୋକୁ ସୋସିଆଲ ମିଡିଆରେ ଦେଖି ୨ଭଉଣୀଙ୍କ ଅକଲ ଗୁଡୁମ୍‌ । ଉଭୟେ ରାଜେଶଙ୍କୁ  ବାରମ୍ବାର ଫୋନ୍‌ କରିଥିଲେ । ସେପଟୁ ରାଜେଶ  ଉତ୍ତର ଦେଇଥିଲେ, ସେ ଆଉ ସେମାନଙ୍କ ପାଖକୁ  ଫେରିବେନି । ଉକ୍ତ ଯୁବତୀଙ୍କ ସହ ଘର ସଂସାର  କରିବେ। ଏହା ଶୁଣି ୨ଭଉଣୀ ଆସି ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିଛନ୍ତି । ତୁରନ୍ତ ଆମ ସ୍ୱାମୀଙ୍କୁ ଉକ୍ତ  ଯୁବତୀ କବଳରୁ ଉଦ୍ଧାର କରି ଆମ ପାଖକୁ ନେଇଆସ। ଆମେ ଦୁଇ ଭଉଣୀ ରାଜେଶ ସହ  ଏକାଠି ରହିବୁ । ପୁଲିସ ଯେତେ ବୁଝାଇଥିଲେ ମଧ୍ୟ ସେମାନେ ବୁଝି ନଥିଲେ । ଏକା ଜିଦ୍‌ରେ ଦୁଇ ଭଉଣୀ  ଅଟଳ ଥିଲେ । ଆମ ବରକୁ ଫେରାଇ ଆଣ ବୋଲି  ଥାନାରେ ଜିଦ୍‌ ଧରି ବସି ରହିଥିଲେ । ଶେଷରେ  ପୁଲିସ ରାଜେଶଙ୍କୁ ଫେରାଇ ଆଣିବାର ପ୍ରତିଶ୍ରୁତି  ଦେବା ପରେ ୨ ଭଉଣୀ ଥାନାରୁ ଫେରିଥିଲେ ।  ତା’ପରେ ପୁଲିସ ଟିକେ ଶାନ୍ତିରେ ନିଶ୍ୱାସ ନେଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.