ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ରାସ୍ତାଘାଟର ଦୁରାବସ୍ଥାକୁ ନେଇ ସିଏମସିକୁ ତାଗିଦ୍ କଲେ ହାଇକୋର୍ଟ, ଶୀଘ୍ର ରାସ୍ତାଗୁଡିକ ବ୍ୟବହାର ଯୋଗ୍ୟ କରିବାକୁ ଦେଲେ ନିର୍ଦ୍ଦେଶ

କଟକ, ୧୨।୯ : ରାସ୍ତାଘାଟର ଦୁରାବସ୍ଥାକୁ ନେଇ ଗୁରୁବାର କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ କଡା ତାଗିଦ କରିଛନ୍ତି ହାଇକୋର୍ଟ। ଯଥାଶୀଘ୍ର ରାସ୍ତା ଗୁଡିକ ବ୍ୟବହାର ଯୋଗ୍ୟ କରିବା ଲାଗି ନିର୍ଦ୍ଦେଶ  ଦେଇଛନ୍ତି।  ସେହିପରି ସହରର ମୁଖ୍ୟ ରାସ୍ତା ଗୁଡିକ ତୁରନ୍ତ ମରାମତି କରିବା  ଲାଗି  ପଦକ୍ଷେପ ନେବାକୁ ଆର ଆଣ୍ଡ ବି ବିଭାଗକୁ  କହିଛନ୍ତି  । 

କଟକ ସହରରରେ ଥିବା ପ୍ରାୟ ୫୦ ରୁ ଊର୍ଦ୍ଧ୍ବ ପାର୍କ ଏବେ ଜରାଜୀର୍ଣ ଅବସ୍ଥାରେ ପଡି ରହିଛି।  ଯାହାକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି।  ତୁରନ୍ତ ପାର୍କ ଗୁଡିକୁ ବ୍ୟବହାର ଯୋଗ୍ୟ କରାଇବା ଲାଗି ସିଏମସି ପ୍ରଶାସନ ପଦକ୍ଷେପ ନେବାକୁ  କହିଛନ୍ତି। ସିଏମସି ଅଧୀନରେ ଥିବା ବିଭିନ୍ନ ୱାର୍ଡରେ ଯେଉଁ ସବୁ ସମସ୍ୟା ଲାଗି ରହିଛି, ସେ ସମ୍ପର୍କିତ ରିପୋର୍ଟ ଗୁରୁବାର ସଂଧ୍ୟା ସୁଦ୍ଧା ଦାଖଲ କରିବା ଲାଗି ମଧ୍ୟ ଆଡ଼ଭୋକେଟ କମିଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.