ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଦେଓଝର ଜଳପ୍ରପାତରେ ନିଖୋଜ ପର୍ଯ୍ୟଟକଙ୍କ ମିଳୁନି ସନ୍ଧାନ

ନରସିଂହପୁର,୧୧।୯ : ଦେଓଝର ଜଳପ୍ରପାତରେ ବୁଡ଼ି  ମଙ୍ଗଳବାର ଜଣେ ପର୍ଯ୍ୟଟକ ନିଖୋଜ ହୋଇଥିଲେ।  ଏହି ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ କୌଣସି ସନ୍ଧାନ ମିଳିନି।  ଅଗ୍ନିଶମ ବାହିନୀ ଜଳପ୍ରପାତରେ ଖୋଜାଖୋଜି  ଜାରି ରଖିଛନ୍ତି। 

ମଙ୍ଗଳବାର ଭୁବନେଶ୍ୱର ଅଞ୍ଚଳର ଆୟୁଷ ସ୍ୱାଇଁ (୧୫)  ଦେଓଝର ବୁଲିବାକୁ ଆସିଥିଲେ।  ଝରଣାରେ ଗାଧୋଉଥିବା ବେଳେ ବୁଡି  ଯାଇ ନିଖୋଜ ହୋଇଥିଲେ।   ଖବର ପାଇ  କାନପୁର ପୋଲିସ ଓ ବାଲିଝରୀ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ଝରଣାରେ  ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଆୟୁଷର କୌଣସି ସନ୍ଧାନ ମିଳିନଥିଲା।  ସଂଧ୍ୟା ହୋଇଯିବାରୁ  ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ବନ୍ଦ ରଖି  ଫେରି ଆସିଥିଲେ ।  ବୁଧବାର ସକାଳୁ ପୁଣିଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା  । କାନପୁର ପୋଲିସ, କଟକ ଫାୟାର ଇମର୍ଜେନ୍ସି ଓ ବାଲିଝରୀ ଅଗ୍ନିଶମ ବିଭାଗ ପକ୍ଷରୁ ପାଣିରେ ବୁଡିକି କ୍ୟାମେରା ପକାଇ ବହୁ ଖୋଜା କରିଥିଲେ ମଧ୍ୟ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.