ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ

ସାଲେପୁର,୧୧/୦୯: ଜନଶୁଣାଣୀ ଶିବିରରେ ଯୋଗ ଦେବାକୁ ଯାଇ ସାଲେପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ କଟକ ଜିଲ୍ଲାପାଳ । ଏଥି ସହିତ ନିଜ ପିଲା ଦିନର ସ୍କୁଲ ଅନୁଭୂତିକୁ ବର୍ଣନା କରିଥିଲେ । ସାଲେପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ସାଲେପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ଜନଶୁଣାଣୀ ଶିବିର । ଏହି ଶିବିରରେ ଯୋଗ ଦେଇଥିଲେ କଟକ ଜିଲ୍ଲାପାଳ ଦତ୍ତତ୍ରେୟ ଭାଉ ସାହେବ ସିନ୍ଧେ । ଶିବିର ଶେଷ ହେବା ପରେ ଅଚାନକ ସାଲେପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପହ‌ଞ୍ଚି ଥିଲେ । ସେଠାରେ ପହଞ୍ଚି ଦଶମ ଶ୍ରେଣୀକୁ ଯାଇ ପିଲାମାନଙ୍କୁ କିଛି ସମୟ ପାଇଁ ପାଠ ପଢ଼ାଇବା ସହିତ ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ପରେ ନିଜେ ପିଲାଦିନେ କିପରି ସ୍କୁଲରେ ପାଠ ପଢୁଥିଲେ, ସେ ଅନୁଭୂତି ମଧ୍ୟ ବର୍ଣ୍ଣନା କରିଥିଲେ । ଜିଲ୍ଲାପାଳ ପାଠ ପଢ଼ାଉଥିବା ସମୟରେ କଟକ ଜିଲ୍ଲା ଶିକ୍ଷାଧିକାରୀ ଡଃ ସନ୍ତୋଷ କୁମାର ରାଉତ, ସାଲେପୁର ବିଡିଓ ଖଗେଶ୍ୱର ପାତ୍ର, ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ, ଶିକ୍ଷୟିତ୍ରୀ ବନ୍ଦନା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଏହା ସହ ବିଦ୍ୟାଳୟରେ ଥିବା ବିଜ୍ଞାନ ଲାବୋରେଟୋରୀ ବୁଲି ଦେଖିବା ସହିତ ବିଦ୍ୟାଳୟ ପରିସର ମଧ୍ୟ ବୁଲିଥିଲେ ଜିଲ୍ଲାପାଳ । ବିଦ୍ୟାଳୟ ପରିସରକୁ ସଫାସୁତରା ରଖିବା ସହତ ପ୍ଲାଷ୍ଟିକମୁକ୍ତ ରଖିବା ନିମନ୍ତେ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.