ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଏଥର ଦଶମ ଶ୍ରେଣୀ ଷାଣ୍ମାସିକ ପ୍ରଶ୍ନପତ୍ର ଛପାଇବନି ବୋର୍ଡ, ପ୍ରଧାନ ଶିକ୍ଷକମାନେ ନିଜ ବନ୍ଦୋବସ୍ତରେ କରିବେ ପରୀକ୍ଷା

କଟକ, ୧୬/୦୯: ମାଧ୍ୟମିକ  ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଆୟୋଜିତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଷାଣ୍ମାସିକ  ବା ଅର୍ଦ୍ଧବାର୍ଷିକୀ ପରୀକ୍ଷା ଏଥର ବୋର୍ଡ ଆୟୋଜନ କରିବ ନାହିଁ । ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା  ତଥା ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ  ଛାତ୍ରଛାତ୍ରୀମାନଙ୍କର ଏହି ଷାଣ୍ମାସିକ  ପରୀକ୍ଷା ବିଦ୍ୟାଳୟ ସ୍ତରରେ ପ୍ରଧାନ  ଶିକ୍ଷକମାନେ ହିଁ ଆୟୋଜନ କରାଇବେ  ବୋଲି ବୋର୍ଡ କାର୍ଯ୍ୟାଳୟ ସୂତ୍ରରୁ ସୂଚନା  ମିଳିଛି । ସେପ୍ଟେମ୍ବର ପ୍ରଥମ ସପ୍ତାହ  ସୁଦ୍ଧା ଷାଣ୍ମାସିକ ପରୀକ୍ଷା ଆୟୋଜନ କରାଇବା ଲାଗି ବୋର୍ଡ ପକ୍ଷରୁ  ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ରହିଥିଲେ  ହେଁ ତାହା କେବଳ କାଗଜପତ୍ରରେ  ସୀମିତ ରହିଛି।

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ଶେଷ ହୋଇଥିଲେ ମଧ୍ୟ  ଅଦ୍ୟାବଧି ରାଜ୍ୟରେ କୌଣସି ବିଦ୍ୟାଳୟ ସ୍ତରରେ ଦଶମ ଶ୍ରେଣୀ  ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ଆୟୋଜନ ହୋଇପାରିନାହିଁ ।  ଯାହାକୁ ନେଇ ଶିକ୍ଷାବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । କୋଭିଡ୍‌ ପରଠାରୁ ମାଟ୍ରିକ୍‌ ପରୀକ୍ଷାର୍ଥୀ ତଥା ଦଶମ  ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟ ଖସଡ଼ା (ସିଲାବସ୍‌) ଏବଂ ପରୀକ୍ଷା  ବ୍ୟବସ୍ଥାରେ ବୋର୍ଡ ପକ୍ଷରୁ ଅନେକ ପରିବର୍ତ୍ତନ ହୋଇଥିଲା । ତେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ସିଲାବସ୍‌କୁ  ଟର୍ମ-୧ ଓ ଟର୍ମ-୨ରେ ବିଭକ୍ତ କରାଯାଇଛି । ଟର୍ମ-୧ ରେ ବହିର  ଅଧା ବିଷୟ ପାଠ ପଢ଼ିବା ମଧ୍ୟରେ ବିଦ୍ୟାଳୟ ସ୍ତରରେ  ଛାତ୍ରଛାତ୍ରୀମାନେ ଇଣ୍ଟରନାଲ ଆସେସମେଣ୍ଟ-୧ ଓ ଇଣ୍ଟରନାଲ୍‌  ଆସସେମେଣ୍ଟ-୨ ପରୀକ୍ଷା ଦେବେ । ତେବେ ଏହି ଇଣ୍ଟରନାଲ୍‌  ଆସସେମେଣ୍ଟ୍‌-୧ ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ସାରିବା  ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ  ଇଣ୍ଟରନାଲ୍‌ ଆସେସମେଣ୍ଟ-୨ ପରୀକ୍ଷା ଅଗଷ୍ଟ ଶେଷ ସୁଦ୍ଧା  ସାରିବା ପାଇଁ ନିର୍ଦ୍ଦେଶ ରହିଛି । 

ସେହିପରି ସେପ୍ଟେମ୍ବର ପ୍ରଥମ  ସପ୍ତାହ ସୁଦ୍ଧା ଷାଣ୍ମାସିକ ପରୀକ୍ଷା ଶେଷ କରିବା ପାଇଁ ବୋର୍ଡ  ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ତେବେ ମାଟ୍ରିକ୍‌ ପରୀକ୍ଷା  ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷା  ଆୟୋଜନକୁ ନେଇ ଏକ ମାର୍ଗଦର୍ଶିକା ହାଇସ୍କୁଲ୍‌ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଛି । ପ୍ରାୟ ୪ ବର୍ଷ ହେବ ବୋର୍ଡ  ପକ୍ଷରୁ ଦଶମ ଅର୍ଦ୍ଧ ବାର୍ଷିକୀ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ  ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ଜିଲ୍ଲା ସ୍ତରକୁ ପଠାଯାଉଥିଲା । ଉକ୍ତ  ପ୍ରଶ୍ନପତ୍ର ପ୍ରଧାନ ଶିକ୍ଷକମାନେ ଗ୍ରହଣ କରି ନିଜ ଉଦ୍ୟମରେ  ପରୀକ୍ଷା କରାଉଥିଲେ। ସେହିପରି ମୂଲ୍ୟାୟନ ମଧ୍ୟ ବିଦ୍ୟାଳୟ  କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଉଥିଲା । ତେବେ ଉକ୍ତ ପରୀକ୍ଷାର  ନମ୍ବରକୁ ମାଟ୍ରିକ୍‌ ମୂଲ୍ୟାୟନରେ ଅନ୍ତର୍ଭୁକ୍ତ କରାଯାଉନଥିବାରୁ  ବୋର୍ଡ ପ୍ରଶ୍ନପତ୍ର ପ୍ରସ୍ତୁତିରୁ ଏବେ ଦୂରେଇ ରହିଛି ।  

ଅନ୍ୟପକ୍ଷରେ ଉକ୍ତ ପରୀକ୍ଷାକୁ ନେଇ ଗତବର୍ଷ ବିଦ୍ୟାଳୟ  ସ୍ତରରେ ପ୍ରଶ୍ନପତ୍ରରେ ବିଭ୍ରାଟ ହେବାରୁ ବୋର୍ଡ ପୂର୍ବ ନିଷ୍ପତ୍ତିରେ  ପରିବର୍ତ୍ତନ କରିଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ  ହିଁ ଉକ୍ତ ପରୀକ୍ଷା ଆୟୋଜନ କରାଇବା ଲାଗି ବ୍ୟବସ୍ଥା  ରହିଥିଲେ ବି ତାହା ଧାର୍ଯ୍ୟ ସମୟ ମଧ୍ୟରେ ହୋଇପାରିନଥିବା  ସୂଚନା ମିଳିଛି । ଉକ୍ତ ପରୀକ୍ଷା ପାଇଁ ବିଦ୍ୟାଳୟ ସ୍ତରରେ  କର୍ତ୍ତୃପକ୍ଷ ପ୍ରସ୍ତୁତ ହୋଇନଥିବାରୁ ସେପ୍ଟେମ୍ବର ଶେଷ ସୁଦ୍ଧା  ମଧ୍ୟ ଉକ୍ତ ପରୀକ୍ଷା ହେବା ସମ୍ଭବ ନୁହେଁ ବୋଲି ସୂଚନା  ମିଳିଛି । ସେହିପରି କଟକ ସମେତ କେତେକ ଜିଲ୍ଲାର  ବିଦ୍ୟାଳୟରେ ଇଣ୍ଟରନାଲ୍‌ ଆସେମେଣ୍ଟ୍‌ ପରୀକ୍ଷା ଅଗଷ୍ଟ  ଦ୍ୱିତୀୟ ସପ୍ତାହ ସୁଦ୍ଧା ସରି ପାରିନଥିବା ଖବର ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.