ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ସାଲେପୁର, ୧୨/୦୯ : କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ଗୁରୁବାର ସକାଳେ ନିଶ୍ଚିନ୍ତକୋଇଲି ବଜାର ନିକଟ ୮ ନମ୍ବର କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ କିଶୋନଗର ଥାନା ମୁଗୁରିଆ ଗ୍ରାମର ବିଶ୍ୱଜିତ ମହାନ୍ତି ବୋଲି ଜଣାପଡ଼ିଛି। ନିଶ୍ଚିନ୍ତକୋଇଲି ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ବିଶ୍ଵଜିତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ସୂଚନାନୁଯାୟୀ, କିଶୋନଗର ଥାନା ମୁଗୁରିଆ ଗ୍ରାମର ବିଶ୍ୱଜିତ ମହାନ୍ତି ସାଲେପୁର ଥାନା ଅନ୍ତର୍ଗତ ଶିଶୁଆ ଠାରେ ଥିବା ଏକ ଘରେଇ କମ୍ପାନୀରେ ପ୍ରାୟ ୪ ବର୍ଷ ହେବ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ଉକ୍ତ କମ୍ପାନୀର ମାଲିକ ମ୍ୟାନେଜର ଓ ସୁପରଭାଇଜର ବିଶ୍ଵଜିତକୁ ମାରଧର କରିବା ସହ ତାଙ୍କ ନିକଟରେ ଥିବା ଟଙ୍କା ସୁନା ଚେନ ଓ ଏଟିଏମ କାର୍ଡକୁ ଛଡ଼ାଇ ନେଇଥିଲେ। ଏହା ସହ ତାକୁ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ବିଶ୍ଵଜିତ ଫୋନ ଯୋଗେ ବାପାଙ୍କୁ ଜଣାଇଥିଲେ। ଏହା ପରଠାରୁ ବିଶ୍ଵଜିତଙ୍କ ଫୋନ ସୁଇଚ୍ ଅଫ୍ ଥିଲା। ତାଙ୍କ ସହ ଯୋଗାଯୋଗ କରାଯାଇପାରି ନଥିଲା। ଏନେଇ ବିଶ୍ଵଜିତଙ୍କ ବାପା ବୁଧବାର ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜି ସକାଳୁ ନିଶ୍ଚିନ୍ତକୋଇଲି ବଜାର ନିକଟ ୮ ନମ୍ବର କେନାଲରୁ ବିଶ୍ଵଜିତଙ୍କ ମୃତଦେହ ଉଦ୍ଧାର ହୋଇଛି। 

ବିଶ୍ଵଜିତକୁ ତାର ମାଲିକ, କମ୍ପାନୀର ମ୍ୟାନେଜର ଓ ସୁପରଭାଇଜର ହତ୍ୟାକରି କେନାଲରେ ଭସାଇ ଦେଇଥିବା ମୃତକଙ୍କ ବାପା ଗୁରୁଚରଣ ମହାନ୍ତି ଅଭିଯୋଗ କରିଛନ୍ତି। ଅପରପକ୍ଷରେ ସାଲେପୁର ଥାନାରେ ଏନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାକୁ ଗୁରୁତ୍ଵ ନଦେବାରୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ବିଶ୍ଵଜିତଙ୍କ ଗ୍ରାମର ଶତାଧିକ ଗ୍ରାମବାସୀ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ପ୍ରତିବାଦ କରିଛନ୍ତି। 




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.