କଟକ, ୧୪।୦୯ : କଟକ ମହାନଦୀ ବିହାରରେ ବିଭତ୍ସ ହତ୍ୟାକାଣ୍ଡ। ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଛାନଭିନ୍ ଆରମ୍ଭ କରିଛି। ମୃତ ମହିଳାଙ୍କ ପୁଅକୁ ଅଟକ ରଖିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ଶନିବାର ସକାଳେ ମହାନଦୀ ବିହାରର ଏକ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ଅନିମା ମହାନ୍ତି। କିଛି ଦିନ ତଳେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ହୋଇଥିଲା। ଆଜି ସକାଳୁ ତାଙ୍କର ମୃତଦେହ ମିଳିଛି। ଅନିମାଙ୍କୁ ତାଙ୍କର ଦୁଇ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଣେ ପୁଅକୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର୍ ହୋଇଯାଇଛି।