ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଥାନାରେ ସଙ୍ଗିନ୍‌ ଅଭିଯୋଗ: ୪ ଅଧ୍ୟାପିକାଙ୍କୁ ଯୌନ ନିର୍ଯାତନା! ଅଧ୍ୟକ୍ଷଙ୍କ ଖଣ୍ଡନ

ଚୌଦ୍ୱାର-ଗୁରୁଡ଼ିଝାଟିଆ,୧୩/୦୯: ଜଣେ କି ଦୁଇ ଜଣ ନୁହନ୍ତି, ୪ ଜଣ ଅଧ୍ୟାପିକା କଲେଜର ଅଧ୍ୟକ୍ଷ (ପ୍ରିନ୍ସପାଲ) ଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଅଧ୍ୟକ୍ଷ ସେମାନଙ୍କୁ ନିଜ ପ୍ରକୋଷ୍ଠକୁ ଡକାଇ ଅଶାଳୀନ ବ୍ୟବହାର କରିବା ସହ ଯୌନ ଓ  ମାନସିକ ନିର୍ଯାତନା ଦେଉଥିବା କଥା ଦର୍ଶାଇ  ଗୁରୁଡ଼ିଝାଟିଆ ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଯୌନ ନିର୍ଯାତନା ଦିଆଯିବା ପରି ଏକ  ଧର୍ତ୍ତବ୍ୟ ଅପରାଧ ଘଟଣାରେ ଥାନାରେ  ପୀଡ଼ିତାମାନେ ଏତଲା ଦେବା ସତ୍ତେ୍ୱ  ପୁଲିସ୍‌ ମାମଲା ରୁଜୁ ନକରିବା, କଲେଜ  କର୍ମଚାରୀଙ୍କଠାରୁ ଆରମ୍ଭ କରି ଛାତ୍ରୀଙ୍କ  ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏତଲା  ଦେବାର ୩ ଦିନ ପରେ ମଧ୍ୟ ମାମଲା ନହେବା  ଦୁର୍ଭାଗ୍ୟଜନକ ବୋଲି ପୀଡ଼ିତା ଅଧ୍ୟାପିକାମାନେ  କହିଛନ୍ତି । ଅଧ୍ୟକ୍ଷଙ୍କ ବିରୋଧରେ ଅପରାଧିକ  ମାମଲା ରୁଜୁ ନହେବା ପଛରେ ପୁଲିସ ଚାପରେ  ଥିବା ନେଇ ବି ଚର୍ଚ୍ଚା ହେଉଛି । ପୀଡ଼ିତା  ଅଧ୍ୟାପିକାମାନେ ନିରାଶ ହୋଇ ଗୁରୁବାର ଏ  ସଂପର୍କରେ ଏସ୍‌ପିଙ୍କୁ ଅବଗତ କରି ନ୍ୟାୟ ଭିକ୍ଷା  କରିଛନ୍ତି । ଏପରି ବିବାଦୀୟ ସ୍ଥିତିରେ କଲେଜର  ଅଧ୍ୟାପିକାଙ୍କ ସୁରକ୍ଷାକୁ ନେଇ ସେମାନଙ୍କ  ପରିବାର ଲୋକେ ଆଶଙ୍କାରେ ରହିଛନ୍ତି ।  

ଅଭିଯୋଗ ମୁତାବକ, ଗୁରୁଡ଼ିଝାଟିଆସ୍ଥିତ ଶ୍ରୀ  ଶ୍ରୀ ଧବଳେଶ୍ୱର (ଏସ୍‌ଏସ୍‌ଡି) ମହାବିଦ୍ୟାଳୟର  ୪ ଜଣ ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ ନିର୍ଯାତନା  ଦେଇ ଆସୁଛନ୍ତି । ଖରାପ ଉଦ୍ଦେଶ୍ୟ ରଖି ସମ୍ପୃକ୍ତ  ଅଧ୍ୟାପିକାମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ହଇରାଣ  କରୁଛନ୍ତି । ଅଧ୍ୟକ୍ଷଙ୍କ ନିର୍ଯାତନା ବଢ଼ିବାରୁ  ବାଧ୍ୟ ହୋଇ ଅଧ୍ୟାପିକାମାନେ ମଝିରେ  ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ତତ୍କାଳୀନ  ଉପଜିଲ୍ଲାପାଳ ଘଟଣାର ତଦନ୍ତ କରିବା ପରେ  ଅଧ୍ୟକ୍ଷଙ୍କୁ ନିଲମ୍ବିତ ବି କରାଯାଇଥିଲା । ପରବର୍ତ୍ତୀ  ସମୟରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବା  ପରେ ସେ ଉକ୍ତ କଲେଜରେ ପୁନର୍ବାର ଅଧ୍ୟକ୍ଷ  ଦାୟିତ୍ୱରେ ଅବସ୍ଥାପିତ ହୋଇଥିଲେ । ଏତେ  ସବୁ ସତ୍ତେ୍ୱ ଅଧ୍ୟକ୍ଷ ତାଙ୍କ ବଦଭ୍ୟାସ ଛାଡ଼ି  ନଥିଲେ ବୋଲି ଅଧ୍ୟାପିକାମାନେ ଦର୍ଶାଇଛନ୍ତି ।  

ସେମାନଙ୍କ ଅଭିଯୋଗ ଯେ, ଅଧ୍ୟକ୍ଷ  ରାଗ ଶୁଝାଇବା ସହ ମନ୍ଦ ଉଦ୍ଦେଶ୍ୟ ପୂରଣ  ପାଇଁ ଅନେକ ସମୟରେ ପୁରୁଷ କର୍ମଚାରୀଙ୍କ  ସମ୍ମୁଖରେ ସେମାନଙ୍କୁ ଗାଳିମନ୍ଦ କରିଥାନ୍ତି ।  ଚଳପ୍ରଚଳ ସମୟରେ ଅନ୍ୟମାନଙ୍କୁ  ଲଗାଇ ଅଧ୍ୟକ୍ଷ ଫଟୋ ଉଠାଇବା ସହ  ପ୍ରକୋଷ୍ଠକୁ ଏକା ଡକାଇ ଅଶ୍ଳୀଳ ଇଙ୍ଗିତ  କରିଥାନ୍ତି । ଖରାପ ବ୍ୟବହାର କରିବା ସହ  ଯୌନ ନିର୍ଯାତନା ଓ ମାନସିକ ନିର୍ଯାତନା  ଦେଇଥାନ୍ତି । ଏପରି ଆଚରଣରେ ଅତିଷ୍ଠ  ହୋଇ ଗୁରୁଡ଼ିଝାଟିଆ ଥାନାରେ ଏତଲା ଦେବା  ସହ ଅଧ୍ୟାପିକାମାନେ ସୁରକ୍ଷା ମାଗିଛନ୍ତି ।  

ଅଭିଯୋଗ ସଂକ୍ରାନ୍ତରେ କଲେଜର ଅଧ୍ୟକ୍ଷ  ଅଶୋକ ସାମନ୍ତରାୟ ପ୍ରତିକ୍ରିୟା ଦେଇ କହିଛନ୍ତି,  ମୋ ବିରୋଧରେ ଏଭଳି ମିଛ ଅଭିଯୋଗ  ହୋଇଛି । କର୍ତ୍ତବ୍ୟରେ ଅବହେଳା କରିବା  ନେଇ ଅଭିଯୋଗକାରିଣୀଙ୍କୁ କାରଣ ଦର୍ଶାଇବାକୁ  କହିବାରୁ ସେମାନେ ମିଛ ଅଭିଯୋଗ କରିଛନ୍ତି ।  ଅପରପକ୍ଷରେ, ଅଧ୍ୟାପିକାଙ୍କ ଏତଲା ସଂକ୍ରାନ୍ତରେ  ଗୁରୁଡ଼ିଝାଟିଆ ଥାନା ଅଧିକାରୀ ପରେଶ କୁମାର  ମହାନ୍ତି କହିଛନ୍ତି, ଏତଲା ପାଇବା ପରେ ଷ୍ଟେସନ୍‌  ଡାଏରୀ କରି ଘଟଣାର ତଦନ୍ତ କରୁଛି । କଲେଜ  ଅଧ୍ୟକ୍ଷ ମଧ୍ୟ ଅଧ୍ୟାପିକାଙ୍କ ନାଁରେ ଏତଲା  ଦେଇଛନ୍ତି । ଅଭିଯୋଗଗୁଡ଼ିକ କଲେଜ୍‌ର  ଆଭ୍ୟନ୍ତରୀଣ ବିବାଦ । ତେଣୁ ଦୁଇଟିଯାକ  ଏତଲାକୁ ନେଇ ଷ୍ଟେସନ୍‌ ଡାଏରୀ କରିଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.