ପ୍ରମୂଖ ଖବର
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ହରିଦ୍ବାରରେ ବର୍ଷା ବିତ୍ପାତ, ଛାତ ଭୁଶୁଡି ୨ ଶିଶୁ ମୃତ,୯ ଗୁରୁତର, ପାଣିପାଗ ବିଭାଗର ସତର୍କ ସୂଚନା ଜାରି…

Published By : Prameya | August 1, 2024 7:18 PM

ନୂଆଦିଲ୍ଲୀ: ଧର୍ମ ନଗରୀ ହରିଦ୍ୱାରରେ ଲଗାତାର ବର୍ଷା ହେତୁ ଜନଜୀବନ ବ୍ୟାହତ ହୋଇଛି । ହରିଦ୍ୱାରର ବାହାଦରାବାଦ ଅଂଚଲରେ ପ୍ରବଳ ବର୍ଷା କାରଣରୁ ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି, ଏଥସହ ୯ ଜଣ ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ସ୍ଥାନୀୟ ଡାକ୍ତରଖାନାରେ ଆହତ ମାନଙ୍କୁ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ଜାଣିବା ପାଇଁ ହରିଦ୍ୱାରର ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଜ୍ଞାନୀ ମାନେ ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି।

ଡିଏମ ଏବଂ ଏସଏସପି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ କଥା ହୋଇଛନ୍ତି ଏବଂ ଦୁର୍ଘଟଣାରୁ ବର୍ତ୍ତିଥିବା ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମୃତ ତଥା ଆହତଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରିଛନ୍ତି । ଏହି ଘଟଣାରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରଶାସନ ଏବଂ ପୋଲିସର ପ୍ରଥମ ପ୍ରୟାସ ବୋଲି କହିଛନ୍ତି । 

ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ବିକ୍ରମ ସିଂ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଅଗଷ୍ଟ ଆରମ୍ଭରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ଏହାକୁ ଦୃଷ୍ଟିରେ ଏହି ସମୟ ମଧ୍ୟରେ ପାହାଡିଆ ଜିଲ୍ଲାରେ ଭ୍ରମଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଦିନରେ ଏବଂ ରାତିରେ ମଧ୍ୟ ସତର୍କ ରହିବାକୁ କହିଛନ୍ତି।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.