ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ୟାହ୍ୟା ସିନୱାର ହମାସ୍‌ ମୁଖ୍ୟ ଭାବେ ସମ୍ଭାଳି​‌ଲେ କମାଣ, ଟେନସନ୍‌ରେ ଇସ୍ରାଏଲ

ଗାଜା,୦୮/୦୮: ଇସ୍‌ମାଇଲ ହାନିୟେଙ୍କ ମୃତ୍ୟୁ ପରେ ୟାହ୍ୟା ସିନୱାରଙ୍କୁ ହମାସ୍‌ର ନୂଆ ମୁଖ୍ୟ ବନାଯାଇଛି । ହମାସ ପକ୍ଷରୁ ମଙ୍ଗଳବାର ଏକ ବିବୃତି ଜାରି କରାଯାଇଛି । ଏହା ପୂର୍ବରୁ ସିନୱାର କେବଳ ଗାଜାରେ ହମାସ୍‌ର କମାଣ ସମ୍ଭାଳୁଥିଲେ । ହମାସ୍‌ର ପୂର୍ବତନ ମୁଖ୍ୟ ହାନିୟେ  କାତାରରେ ରହି ଏହି ଆତଙ୍କୀ ସଙ୍ଗଠନର ପରିଚାଳନା କରୁଥିଲେ ।  

୨୦୧୭ରେ ସିନୱାରଙ୍କୁ ଗାଜାର ମୁଖ୍ୟ ବନାଯାଇଥିବାବେଳେ ସେବେଠାରୁ ସେ ସାମ୍‌ନାକୁ ଆସିନାହାନ୍ତି । ହମାସ ଉପରେ ସିନୱାରଙ୍କ ବେଶ୍‌  ଦବଦବା ରହିଛି । ଗତ ଜୁଲାଇ ୩୧ରେ ଇରାନ ରାଜଧାନୀ ତେହରାନରେ  ହାନିୟେ ରହୁଥିବା ହୋଟେଲ ଉପରେ ଆକ୍ରମଣ ହୋଇଥିଲା । ଏଥିରେ  ହାନିୟେଙ୍କ ମୃତ୍ୟୁ ଘଟିଥିଲା । ଏଥିପାଇଁ ଇରାନ ଏବଂ ହମାସ୍‌ ଇସ୍ରାଏଲକୁ  ଦାୟୀ କରିଥିଲେ । ଏହାକୁ ନେଇ ଇରାନ ପ୍ରତିଶୋଧ ପରାୟଣ ହେବା ସହ ଇସ୍ରାଏଲ ଉପରେ ଆକ୍ରମଣ ଧମକ ଦେଇଛି । ଫଳରେ ଏବେ  ମଧ୍ୟପ୍ରାଚ୍ୟ ସ୍ଥିତି ବେଶ୍‌ ଅଶାନ୍ତ ରହିଛି । 

ଗାଜା ଷ୍ଟ୍ରିପ୍‌ରେ ଏକ ଶରଣାର୍ଥୀ ଶିବିରରେ ଜନ୍ମ ନେଇଥିବା ସିନୱାର ଇସ୍ରାଏଲର ଦୁଇ ସୈନିକଙ୍କୁ ଅପହରଣ ଏବଂ ହତ୍ୟା ଅଭିଯୋଗରେ ୧୯୮୯ରେ ଗିରଫ ହୋଇଥିଲେ । ସେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା । ପରେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । ୨୦୧୧ରେ  ଇସ୍ରାଏଲ ସୈନିକ ଗିଲାଦ ଶାଲିଟ୍‌ଙ୍କ ବଦଳରେ ୧ ହଜାର ପାଲେଷ୍ଟିନୀୟ କଏଦୀଙ୍କୁ ଇସ୍ରାଏଲ ମୁକ୍ତ କରିଥିଲା । ସେମାନଙ୍କ ମଧ୍ୟରେ ସିନୱାର ରହିଥିଲେ । ସେତେବେଳକୁ ସିନୱାର ୨୨ ବର୍ଷ ଜେଲ୍‌ରେ କାଟିସାରିଥିଲେ।

  • PrameyaOdia
  • prameya
  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.