ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନ୍ଦର ଦିଶିବାର ଇଚ୍ଛା, ମାତ୍ର ୧୮ ବର୍ଷ ବୟସରେ ୧୦୦ରୁ ଅଧିକ ଥର କରାଇଛନ୍ତି ପ୍ଲାଷ୍ଟିକ୍‌ ସର୍ଜରୀ

ନୂଆଦିଲ୍ଲୀ ୦୪/୦୩: ସୁନ୍ଦର ଦିଶିବାକୁ କାହାର ବା ଇଚ୍ଛା ନଥାଏ । ତେବେ ନିଜର ସୁନ୍ଦରତାକୁ ବୃଦ୍ଧି କରିବା ଲାଗି ଚୀନ୍‌ର ଜଣେ ଝିଅ ୧୦୦ରୁ ଅଧିକ ଥର ପ୍ଲାଷ୍ଟିକ୍‌ ସର୍ଜରୀ କରାଇଛନ୍ତି । ତାଙ୍କର ବୟସ ମାତ୍ର ୧୮ ବର୍ଷ । ଅଦ୍ୟାବଧି ସର୍ଜରୀ ବାବଦରେ ସେ ଭାରତୀୟ ମୁଦ୍ରାରେ ପ୍ରାୟ ୪.୬୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତାଙ୍କର ଏହି କାହାଣୀ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । 

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ପୂର୍ବ ଚୀନ୍‌ର ଝୋଜିୟାଙ୍ଗ ପ୍ରଦେଶରେ ରହୁଥିବା ଝାଓ ଚୁନା ନାମକ ଏହି ଝିଅ ଜଣକ ବିଗତ ୫ ବର୍ଷ ହେଲା ଅସ୍ତ୍ରୋପଚାର କରାଉଛନ୍ତି । ସେ ନିଜ ପସନ୍ଦର ଅଭିନେତ୍ରୀ ଏସଥଲ ୟୁଙ୍କ ଭଳି ସୁନ୍ଦର ଦିଶିବାକୁ ଚାହାନ୍ତି । ଏଥିସହିତ ପ୍ରସିଦ୍ଧ ହେବାକୁ ବି ତାଙ୍କର ସ୍ୱପ୍ନ ରହିଛି । ତାଙ୍କର ପ୍ଲାଷ୍ଟିକ୍‌ ସର୍ଜରୀ ବାବଦ ପୂରା ଖର୍ଚ୍ଚକୁ ତାଙ୍କ ବାପା ମା’ ବହନ କରିଛନ୍ତି । ସ୍କୁଲ ସମୟରୁ ହିଁ ଝାଓ ନିଜର ଲୁକ୍‌କୁ ନେଇ ଚିନ୍ତାରେ ରହୁଥିଲେ । ପରବର୍ତ୍ତୀ ସମୟରେ ସାଂଘାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢ଼ିବା ଆରମ୍ଭ କରିବା ପରେ ନିଜଠୁ ଅଧିକ ସୁନ୍ଦର ସହପାଠୀଙ୍କୁ ଦେଖି ତାଙ୍କ ମନରେ ହୀନମନ୍ୟତା ଆସିଲା । ଏହାପରେ ଲୁକ୍‌ ପରିବର୍ତ୍ତନ ଲାଗି ପ୍ଲାଷ୍ଟିକ ସର୍ଜରୀ କରାଇବାକୁ ସେ ବାପାମା’ ନିକଟରେ ଅଳି କଲେ ।

ମାତ୍ର ୧୩ ବର୍ଷ ବୟସର ହୋଇଥିବାବେଳେ ତାଙ୍କର ପ୍ରଥମ ପ୍ଲାଷ୍ଟିକ ସର୍ଜରୀ ହୋଇଥିଲା । ସେତେବେଳେ ସେ ନିଜର ଆଖିର ପତାକୁ ଦୁଇ ଗୁଣ ବଡ଼ କରାଇଥିଲେ । ସେପଟେ ବାରମ୍ବାର ଅସ୍ତ୍ରୋପଚାର କରାଇବା ଯୋଗୁ ତାଙ୍କୁ ସ୍କୁଲ ବି ଛାଡ଼ିବାକୁ ପଡ଼ିଛି । ବର୍ତ୍ତମାନ ଡାକ୍ତରମାନେ ଝାଓଙ୍କୁ ଆଖିକୁ ଆହୁରି ବଡ଼ କରିହେବନାହିଁ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ୧୦ ଥର ଆଖିରେ ଅସ୍ତ୍ରୋପଚାର ହୋଇଥିବାବେଳେ ଆଉ ଅସ୍ତ୍ରୋପଚାର କରାଇବା କ୍ଷତିକାରକ ହୋଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.