ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

କାହିଁକି ପାକିସ୍ତାନ ସୁପ୍ରିମକୋର୍ଟରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାଁ ନେଲେ ଇମ୍ରାନ୍‌ ଖାନ ?

Image Courtesy: timesnownews

ଇସ୍ଲାମାବାଦ: ପାକିସ୍ତାନ ସୁପ୍ରିମକୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାଁ ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ । ଏକ ମାମଲାର ଶୁଣାଣି ସମୟରେ ଇମ୍ରାନ୍‌ ଖାନ ନିର୍ବାଚନ ପ୍ରଚାର ଲାଗି କିଭଳି କେଜ୍ରିଓ୍ବାଲଙ୍କୁ ଭାରତୀୟ ସୁପ୍ରିମକୋର୍ଟ ଜାମିନ ଦେଇଥିଲେ ସେନେଇ କହିଛନ୍ତି । ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଭାରତୀୟ ନ୍ୟାୟ ବ୍ୟବସ୍ଥାର ଉଦାହରଣ ଦେଇ ଇମ୍ରାନ୍‌ ଖାନ ପାକ୍‌ ସୁପ୍ରିମକୋର୍ଟଙ୍କୁ ଆଇନା ଦେଖାଇଛନ୍ତି ।

ଗୁରୁବାର ପ୍ରଧାନ ବିଚାରପତି କାଜି ଫଏଜ୍‌ ଇସାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠଙ୍କ ସାମ୍ନାରେ ହାଜର ହୋଇଥିଲେ ଇମ୍ରାନ୍‌ ଖାନ । ଏପ୍ରିଲ ୨୦୨୨ରୁ ଗାଦିଚ୍ୟୁତ ହେବା ପରଠାରୁ ତାଙ୍କ ପ୍ରତି ହୋଇଆସିଥିବା ଅନ୍ୟାୟ ସଂପର୍କରେ ସେ କହିଛନ୍ତି । ଜଷ୍ଟିସ ଆମିନୁଦ୍ଦିନ ଖାନ, ଜମାଲ ଖାନ, ଅଥାର ମିନ୍ନାଲାହ ଏବଂ ସୟଦ ହାସନ ରିଜଭୀଙ୍କ ଖଣ୍ଡପୀଠ ଜାତୀୟ ଉତ୍ତରଦାୟୀ ଅଧ୍ୟାଦେଶ ସଂଶୋଧନକୁ ନେଇ ଶୁଣାଣି କରିବା ସହ ଏହା ଉପରେ ପାକିସ୍ତନ ଏ-ତେହରିକର ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଅଭିଯୋଗ ଶୁଣିଛନ୍ତି । 

ଶୁଣାଣି ସମୟରେ ଇମ୍ରାନଙ୍କୁ ଦୀର୍ଘ ଦିନ ଧରି ଜେଲରେ ରଖିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜଷ୍ଟିସ୍ ମିନ୍ନାଲାହ । ସେ କହିଛନ୍ତି, ଇମ୍ରାନ ଖାନ ଗୋଟିଏ ବଡ଼ ଦଳର ମୁଖ୍ୟ ଏବଂ ତାଙ୍କାର ଲକ୍ଷ ଲକ୍ଷ ସମର୍ଥକ ଅଛନ୍ତି ।ସେପଟେ ଶୁଣାଣି ସମୟରେ ଇମ୍ରାନ୍‌ ଖାନ କହିଛନ୍ତି, ଭାରତରେ ସାଧାରଣ ନିର୍ବାଚନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସେଠାକାର ସୁପ୍ରିମକୋର୍ଟ ଜାମିନ ଦେଇଥିଲେ । ଜାମିନରେ ଜେଲରୁ ବାହାରି କେଜ୍ରିଓ୍ବାଲ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ।କିନ୍ତୁ ସେ ପାକିସ୍ତାନରେ ଅତ୍ୟାଚାର ଭୋଗୁଛନ୍ତି ବୋଲି ଇମ୍ରାନ୍‌ ଖାନ କୋର୍ଟରେ କହିଛନ୍ତି ।

 ସେପଟେ ପାକିସ୍ତାନରେ ଅଘୋଷିତ ମାର୍ଶଲ ଲ’ ଲାଗୁ ହୋଇଛି । ଏପରିକି ପାକିସ୍ତାନର ସାଧାରଣ ନିର୍ବାଚନରୁ ଦୂରେଇ ରଖିବାକୁ ତାଙ୍କୁ ୫ ଦିନ ଭିତରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ବୋଲି ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି ଇମ୍ରାନ ଖାନ । 

 

  • Imran Khan
  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.