ଭୁବନେଶ୍ୱର, ୧୪/୦୪: ହାଟ ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଲୁଗାପଟା ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କୋରାପୁଟ ଜିଲ୍ଲା ଜଲାପୁଟ ଗ୍ରାମରେ ଏଭିଳି ଘଟଣା ଘିଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ମାଲିକ ଗାଗନଙ୍ଗ ଶିବା ଆଜି ଆନ୍ଧ୍ର ସାପ୍ତାହିକ ହାଟକୁ ଯିବାପାଇଁ ଗାଡ଼ିରେ ସାମଗ୍ରୀ ସବୁ ରଖିଥିଲେ । ତାଙ୍କ ସହ ଗାଁର ଆଉ ୬ ଜଣ ବ୍ୟବସାୟୀ ମଧ୍ୟ ସେହି ଗାଡ଼ିରେ ଲୁଗାପଟା ଏବଂ ଅନ୍ୟାନ୍ୟ ଜିନିଷ ରଖିଥିଲେ । ତେବେ ହଠାତ ମଧ୍ୟ ରାତ୍ରିରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଛି । ହେଲେ ନିଆଁ ଲାଗିଥିବାରୁ ଗାଡ଼ିରେ ଥିବା ସମସ୍ତ ଜିନିଷ ନଷ୍ଟ ହୋଇଯାଇଥିବା ବେଳେ ଗାଡ଼ିରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନି । ଘଟଣା ସ୍ଥଳରେ ଜଲାପୁଟ ପୋଲିସ ପହଞ୍ଚି ଗାଡ଼ିରେ ନିଆଁ କିପରି ଲାଗିଲା, ତାକୁ ନେଇ ତଦନ୍ତ ଆରମ୍ଭ କରିଛି ।