ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଚାରା ଗାଡିରୁ ୧୦ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ ଅନ୍ୟ ଜଣେ ଫେରାର

Published By : Rasmita Pradhan | April 12, 2025 8:18 AM

ଭୁବନେଶ୍ଵର, ୧୨/୦୪ : କୋରାପୁଟ ଜିଲ୍ଲା ପାଡ଼ୁଆ ପୋଲିସକୁ ବଡ଼ ସଫଳତା। ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଚାରା ଗାଡ଼ିରୁ ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ। ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପୋଲିସକୁ ଚକ୍‌ମା ଦେଇ ଫେରାର୍ ହୋଇଗଲା ଅନ୍ୟ ଜଣେ ଅଭିଯୁକ୍ତ। ବାହାର ରାଜ୍ୟକୁ ଲମ୍ଵିଛି ଚେର।  

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପିଓଙ୍କ ନେତୃତ୍ୱରେ ପାଡୁଆ ପୋଲିସ ପାଡୁଆ ନିକଟ ରାସ ଅଫିସ୍ ନିକଟରେ ନାକାବନ୍ଦୀ କରି ଜଗି ରହିଥିଲା। ଏହି ସମୟରେ ବିପରୀତ ଦିଗରୁ ଏକ ରାଜସ୍ଥାନ ରେଜିଷ୍ଟସନ୍ ନଂ ଆଇଚର ଗାଡ଼ି ଆସିଥିଲା। ସନ୍ଦେହ ହେବାରୁ ଉକ୍ତ ଗାଡ଼ିକୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ କରିବା ବେଳେ ଗାଡ଼ିର ଡ଼ାଲା ଭିତରୁ ନିମ ଚାରା ସହିତ ୧ ଟନ୍‌ର ଗଞ୍ଜେଇ ଜବତ ହୋଇଥିଲା। ଯାହାର ମୂଲ୍ୟ ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

ପୋଲିସ ଚଢାଉ କରି ଗାଡି ଡ୍ରାଇଭର୍‌କୁ କାବୁ କରିବାରେ ସଫଳ ହୋଇଛି। ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଏହି ମାମଲାରେ ପୋଲିସ ଏକ NDPS ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଗଞ୍ଜେଇ ସ୍ଥାନୀୟ ବୁଡିଂ ଗ୍ରାମରୁ ରାଜସ୍ଥାନକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଏହି ଘଟଣାରେ ଆହୁରି ଅନେକ ବ୍ୟକ୍ତି ସାମିଲ ଥିିବା ନେଇ ସନ୍ଦେହ କରାଯାଉଛି।  

ଏହି ଖବରଟିକୁ ପଢନ୍ତୁ-ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୪ ଗିରଫ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.