ବୈପାରୀଗୁଡା,୧୧/୪: ଗାଧେଇବାକୁ ଯାଇ ଦୁଇ ନାବାଳିକା ମୃତ୍ୟୁ l ଏଭଳି ଏକ ଅଘଟଣ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତର ଡାବୁଗୁଡାଠାରେ ଘଟିଛି l ମୃତକ ଜଣେ ୮ ବର୍ଷୀୟ ଅମ୍ରିତା ପାଲିଗୁଡ଼ିଆ ଏବଂ ଅନ୍ୟ ଜଣେ ୧୦ ବର୍ଷୀୟ ପ୍ରମିଳା ଦୋରାପୁଟିଆ ବୋଲି ଜଣାପଡ଼ିଛି l
ପ୍ରକାଶ ଯେ, ବିଦ୍ୟାଳୟରୁ ଫେରିବା ପରେ ଗାଁ ପାଖ ନଦୀକୁ ଉଭୟେ ଗାଧେଇବାକୁ ଯାଇଥିଲେ l ଅସାବଧାନତା ଯୋଗୁଁ ନଦୀ ପାଣିରେ ବୁଡ଼ିଗଲେ ଦୁଇ ଛାତ୍ରୀ l ଖବରପାଇ ଗାଁ ଲୋକେ ପହଂଚି ଦୁହିଁଙ୍କୁ ପାଣିରୁ ଉଦ୍ଧାର କରି ମେଡ଼ିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲ ।