ପ୍ରମୂଖ ଖବର
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ପେପର୍‌ ଲେସ୍‌ ହେବ ଦିଲ୍ଲୀ ବିଧାନସଭା, ସାମ୍ବାଦିକ ସମ୍ମିଳନୀରେ କହିଲେ ଦିଲ୍ଲୀ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା

Published By : Harapriya Sethi | April 17, 2025 3:05 PM

ଭୁବନେଶ୍ୱର,୧୭/୦୪: ଓଡ଼ିଶା ଗସ୍ତରେ ଦିଲ୍ଲୀ ବିଧାନସଭାର ପ୍ରତିନିଧି ଦଳ । ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆସିଛନ୍ତି ପ୍ରତିନିଧି ଟିମ୍ । ଦିଲ୍ଲୀ ବିଧାନସଭାର ଦେଖିବାକୁ ମିଳିବ ଓଡ଼ିଶା ମଡେଲ । ଓଡ଼ିଶା ବିଧାନସଭା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍ । ଦିଲ୍ଲୀ ବିଧାନସଭାରେ ବ୍ୟବହାର ହେବ Neva ଆପ୍ଲିକେସନ । ଓଡ଼ିଶା ବିଧାନସଭାରେ ଡିଜିଟାଲ ଆସେମ୍ଲି ବା Neva ଆପ୍ଲିକେସନ କାର୍ଯ୍ୟକାରିତାକୁ ଷ୍ଟଡି କରିଛନ୍ତି ଦିଲ୍ଲୀ ବିଧାନସଭାର ପ୍ରତିନିଧି ମଣ୍ଡଳୀ । ଦିଲ୍ଲୀ ବିଧାନସଭାକୁ ଡେପୁଟେସନରେ ଯିବ ଓଡ଼ିଶା ବିଧାନସଭାର ଟେକ୍ନିକାଲ ଟିମ୍ । ଦିଲ୍ଲୀ ବିଧାନସଭାକୁ ଡିଜିଟାଲ କରିବା ପାଇଁ ପରାମର୍ଶ ଦେବେ ଓଡ଼ିଶା ବିଧାନସଭାର ଏହି ଟିମ୍ । 

ଏହି ଅବସରରେ ଦିଲ୍ଲୀ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମୋଦିଙ୍କ ଭିଜନ୍ - ଡିଜିଟାଲ ଇଣ୍ଡିଆନ ଏବଂ ଗୋ ଗ୍ରୀନ୍ । ଦିଲ୍ଲୀ ବିଧାନସଭାକୁ ଡିଜିଟାଲ କରାଯିବ । ଓଡ଼ିଶା ବିଧାନସଭାରେ ଲାଟେଷ୍ଟ ଟେକ୍ନୋଲୋଜି ବ୍ୟବହାର ହେଉଛି । ତେଣୁ ଓଡ଼ିଶା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍‌ । ଏହାସହ ସୌର ଶକ୍ତିରେ ଚାଲିବ ଦିଲ୍ଲୀ ବିଧାନସଭା । ଏଥିପାଇଁ ୧୦୦ ଦିନର ଟାର୍ଗେଟ ରଖାଯାଇଛି । କାରଣ ଦିଲ୍ଲୀ ବିଧାନସଭାରେ ବର୍ଷକୁ ୨ କୋଟି ଟଙ୍କାର ବିଦ୍ୟୁତ୍ ବିଲ ଖର୍ଚ୍ଚ ହେଉଛି । ତେଣୁ ୫୦୦କେଭିର ସୋଲାର୍ ସିଷ୍ଟମ୍ ଦିଲ୍ଲୀ ବିଧାନସଭା ଛାତରେ ଲଗାଯିବ । ଦିଲ୍ଲୀର ପୂର୍ବ ସରକାର ବିଧାନସଭାରେ Neva କାର୍ଯ୍ୟକାରୀ କରାଇ ଦେଉନଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.