ଆନନ୍ଦପୁର,୧୭/୪ : ଆନନ୍ଦପୁର ଥାନା ଫକିରପୁର ଗାଁରେ ହତ୍ଯାକାଣ୍ଡ। ଗାଁର ଜଣେ ଆଇସ୍କ୍ରିମ୍ ବିକାଳିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ଯା ପରେ ଯୁବକ ଫେରାର । ଘଟଣାସ୍ଥଳରେ ପୋଲିସର ତଦନ୍ତ । ମୃତକ ଫକିରପୁର ଗାଁର ବିରାଟ ମଳିକ ଆଜି ସନ୍ଧ୍ୟାରେ ଆଇସ୍କ୍ରିମ୍ ବାକି ସାରି ଘରକୁ ଫେରୁଥିବା ସମୟରେ ସେହି ଗାଁର ଯୁବକ ସୁବାଷ ଅଚାନକ ଭାବେ ବିରାଟଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲା।
ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି କ୍ଷତକ୍ତ ଅବସ୍ଥାରେ ପରିବାର ଲୋକେ ବିରାଟଙ୍କୁ ଆନନ୍ଦପୁର ମେଡ଼ିକାଲ ପହଁଞ୍ଚାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବାବେଳେ, ସୁବାଷ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ବୋଲି କୁହାଯାଉଛି । ହତ୍ଯାକାଣ୍ଡର ଖବରପାଇ ପ୍ରଚାରିତ ହେବା ପରେ ଗାଁର ଶତାଧିକ ଲୋକେ ମେଡ଼ିକାଲଠାରେ ରୁଣ୍ଡ ହେବା ଯୋଗୁଁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଘଷିପୁରା ପୋଲିସ୍ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ଯମ କରିଛି ।