ଭୁବନେଶ୍ବର, ୧୫/୫ : କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଛି ଜାତୀୟ ଫେଡେରେସନ ସିନିଅର ଆଥଲେଟିକ୍ସ ଚାମ୍ପିୟନସିପ । ଏଥିରେ ଗୋଲ୍ଡେନ ବୟ ନିରୋଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ନିରୋଜ ସର୍ବାଧିକ ୮୨.୨୭ମିଟର ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ଜିତିଛନ୍ତି । ପ୍ରତିଦ୍ବନ୍ଦୀ ଡିପି ମନୁଙ୍କୁ ହରାଇ ସ୍ବର୍ଣ୍ଣ ଜିଣିଛନ୍ତି ।
ଦ୍ୱିତୀୟ ସ୍ଥାନରେ ଡିପି ମନୁ ସନ୍ତୁଷ୍ଟ ରହିଛନ୍ତି । ଓଡିଶା ପାଇଁ ଶ୍ରାବଣୀ ନନ୍ଦ ଶହେ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିଣିଥିବାବେଳେ ପୁରୁଷ ୧୦୦ ମିଟର ଦୌଡ଼ରେ ଅନିମେଷ କୁଜୁର ରୋପ୍ୟ ପଦକ ଜିଣିଛନ୍ତି ।