ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଦୁଲୁକିଲା କ୍ରୀଡ଼ାଗ୍ରାମ: ତ୍ରିରଙ୍ଗା ଧରିଲେ ସିନ୍ଧୁ ଏବଂ କମଲ, ଆଜି ସୁଟିଂରେ ପ୍ରଥମ ପଦକ ସୁଯୋଗ

ପ୍ୟାରିସ,୨୭/୦୭ ଦୀର୍ଘ ପ୍ରତୀକ୍ଷାର ଅନ୍ତଃ ଘଟାଇ ଶେଷରେ ମହାଆଡ଼ମ୍ବରରେ ପ୍ରାଚ୍ୟୁର୍ଯ୍ୟ ଭରା ପ୍ୟାରିସ ନଗରୀରେ ଆରମ୍ଭ  ହୋଇଛି ଅଲିମ୍ପିକ୍ସ କ୍ରୀଡ଼ାର ୩୩ତମ ସଂସ୍କରଣ । ପ୍ୟାରିସ ନଗରୀର ଜୀବନରେଖା ସେନ ନଦୀରେ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ୨୦୬ ରାଷ୍ଟ୍ରରୁ  ୭୦୦୦ କ୍ରୀଡ଼ାବିତ ଡଙ୍ଗା ପରେଡରେ ଛଅ କିଲୋ  ମିଟର ଯାତ୍ରା କରିଥିଲେ । ଏଥିପାଇଁ ୮୫ଟି ବଡ଼  ବଡ଼ ଡଙ୍ଗା ନିୟୋଜିତ ହୋଇଥିଲା । ଅଷ୍ଟ୍ରେର୍ଲିଜ  ବ୍ରିଜ୍‌ (ପୋଲ) ପାଖରୁ ଆରମ୍ଭ ହୋଇଥିଲା  ଉଦ୍‌ଘାଟନୀ ଉତ୍ସବ । ପରେଡ୍‌ ଶେଷରେ ୧୬ଟି  ପୋଲ ଅତିକ୍ରମ କରି ଆଇଫିଲ ଟାୱାର ନିକଟରେ  ଶେଷ ହୋଇଥିଲା । ରଙ୍ଗାରଙ୍ଗ ଆଲୋକମାଳା,  ନଦୀ ଗର୍ଭରେ ଜଳ ଫୁତ୍‌କାର ଏବଂ ଆତସବାଜି  ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲା । 

ସାଂସ୍କୃତିକ କାର୍ଯ୍ୟକ୍ରମରେ ଥିଲା ବିଶ୍ୱକୁ  ପ୍ରେମଭରା ଶାନ୍ତିର ବାର୍ତ୍ତା ଏବଂ ପ୍ରଦର୍ଶିତ  ହୋଇଥିଲା ଫ୍ରାନ୍ସର କଳା, ସଂସ୍କୃତି ଓ  ଐତିହ୍ୟର ଛବି । ୩ ହଜାର କଳାକାର ଏଥିରେ  ଭାଗ ନେଇଥିଲେ । ବେଶ ମନମୁଗ୍ଧକର ଥିଲା  ପରିବେଶ । ପ୍ରଥମ ଥର ଅଲିମ୍ପିକ୍ସପ୍ରେମୀ ଷ୍ଟାଡିୟମ  ପରିବର୍ତ୍ତେ ଖୋଲା ଆକାଶତଳେ ଉଦ୍‌ଘାଟନୀ  ଉତ୍ସବର ରୋମାଞ୍ଚ ନେଇଥିଲେ । ପ୍ରସିଦ୍ଧ କଣ୍ଠଶିଳ୍ପୀ  ଲେଡି ଗାଗା, ସେଲିନ ଡିୟନ ଏବଂ ପପ୍‌ ଷ୍ଟାର  ଆୟା ନାକାମୁରାଙ୍କ ଧମାକାଦାର ଶୋ ପରିବେଶକୁ  ମନ୍ତ୍ରମୁଗ୍ଧ କରିଥିଲା । ମଝିରେ ମଝିରେ  ହାଲକା ବର୍ଷା ସମସ୍ତଙ୍କୁ ଭିଜାଇ ଦେଉଥିଲା ।  ଶେଷରେ ଆନୁଷ୍ଠାନିକ ଭାବେ ଫ୍ରାନ୍ସ ରାଷ୍ଟ୍ରପତି  ଇମାନୁଏଲ୍‌ ମାକ୍ରନ କ୍ରୀଡ଼ା ଶୁଭାରମ୍ଭ ଘୋଷଣା  କରିଥିଲେ । ଆଇଫିଲ ଟାୱାର ନିକଟରେ  ଶେଷରେ ଉତ୍ସବ ସମାପିତ ହୋଇଥିଲା ।  ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟର ସଭାପତି  ଥୋମାସ ବାକ୍‌ ଏବଂ ୮୦ଟିରୁ ଊଦ୍ଧ୍ୱର୍ ରାଷ୍ଟ୍ରର  ମୁଖ୍ୟମାନେ ଉତ୍ସବରେ ଯୋଗ ଦେଇଥିଲେ ।  

୧୦୦ ବର୍ଷ ପରେ ପ୍ୟାରିସକୁ ଅଲିମ୍ପିକ୍ସ  କ୍ରୀଡ଼ା ଫେରିଛି । ପୂର୍ବରୁ ଏଠାରେ ୧୯୦୦ ଓ  ୧୯୨୪ରେ ଦୁଇ କ୍ରୀଡ଼ା ଆୟୋଜିତ ହୋଇଥିଲା। ଉଦଘାଟନୀ ପାଇଁ ପ୍ୟାରିସ ନଗରୀରେ କଡ଼ା  ସୁରକ୍ଷା ବ୍ୟବସ୍ଥା ହୋଇଛି । ଆଜି ଉଦ୍‌ଘାଟନୀ ସ୍ଥଳ  ଠାରୁ ପୂରା ସହରକୁ ୪୫ ହଜାର ସୁରକ୍ଷାକର୍ମୀ  ଜଗି ରହିଥିଲେ । ତଥାପି ସକାଳୁ ପ୍ୟାରିସକୁ  ଯୋଗାଯୋଗ ବିଛିନ୍ନ କରିବା ପାଇଁ ଷଡ଼ଯନ୍ତ୍ର  ହୋଇଥିଲା । ସହରର ଚତୁର୍ଦିଗରୁ ହାଇ-ସ୍ପିଡ୍‌  ରେଳ ସିଗନାଲ୍‌ ବକ୍ସକୁ ଆକ୍ରମଣକାରୀମାନେ ନିଆଁ  ଲଗାଇ ଦେଇଥିଲେ । ଫଳରେ ସହରକୁ ରେଳ  ଯୋଗାଯୋଗ ସଂପୂର୍ଣ୍ଣ ଅଚଳ ହୋଇ ଯାଇଥିଲା ।  ଅଲିମ୍ପିକ୍ସ ଇତିହାସରେ ଏହା ପ୍ରଥମ କ୍ରୀଡ଼ା  ଯାହା ଉଦ୍‌ଘାଟନୀର ସପ୍ତାହେ ପୂର୍ବରୁ ସହରକୁ  ଲକ୍‌ଡାଉନ କରି ଦିଆଯାଇଥିଲା ।  

ପ୍ୟାରିସ କ୍ରୀଡ଼ାରେ ୨୦୬ ରାଷ୍ଟ୍ରରୁ ୧୦,୭୧୪  କ୍ରୀଡ଼ାବିତ ୩୨ଟି କ୍ରୀଡ଼ାର ୩୨୮ଟି ଇଭେଣ୍ଟରେ  ଅଂଶ ଗ୍ରହଣ କରିଛନ୍ତି । କ୍ରୀଡ଼ା ଆସନ୍ତା ମାସ ୧୧  ତାରିଖରେ ଉଦ୍‌ଯାପିତ ହେବ । ୧୧୭ ଜଣିଆ  ଭାରତୀୟ ଦଳ ଅଲିମ୍ପିକ୍ସରେ ଭାଗ ନେଇଛି । କିନ୍ତୁ  ଆଜି କ୍ରୀଡ଼ାବିତ ଓ ଅଫିସିଆଲମାନଙ୍କୁ ନେଇ  ୭୮ ଜଣ ପରେଡରେ ସାମିଲ ହୋଇଥିଲେ । ଦୁଇ  ଥର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଏବଂ  ଟେବୁଲ ଟେନିସ ତାରକା ଶରତ କମଲ ଦଳର  ନେତୃତ୍ୱ ନେଇ ତ୍ରିରଙ୍ଗା ଧାରଣ କରିଥିଲେ ।

ସୁଟିଂରେ ପ୍ରଥମ ପଦକ ସୁଯୋଗ

ପ୍ୟାରିସ୍‌  ଅଲିମ୍ପିକ୍ସର ଦ୍ୱିତୀୟ ଦିବସରେ ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ଏକାଧିକ ଭାରତୀୟ  ଆକ୍ସନକୁ ଓହ୍ଲାଇବେ । ସୁଟିଂ କ୍ରୀଡ଼ାରେ  ଭାରତ ନିକଟରେ ପଦକ ଖାତା ଖୋଲିବାର  ସୁବର୍ଣ୍ଣ ସୁଯୋଗ ରହିଛି । ସେହିପରି ହକି,  ବ୍ୟାଡ଼ମିଣ୍ଟନ, ଟେନିସ୍‌, ଟେବୁଲ ଟେନିସ୍‌,  ବକ୍ସିଂ, ରୋଇଂ ଇଭେଣ୍ଟରେ ଭାରତୀୟ  ପ୍ରତିଯୋଗୀ ଅଭିଯାନ ଆରମ୍ଭ କରିବେ । 

ଶନିବାର ସୁଟିଂରେ ୧୦ମିଟର ଏୟାର ରାଇଫଲ୍‌ ମିକ୍ସଡ୍‌ ଟିମ୍‌ ଇଭେଣ୍ଟର  ଯୋଗ୍ୟତା ଏବଂ ପଦକ ରାଉଣ୍ଡ୍‌ ରହିଛି । ଏଥିରେ ଭାରତର ଅର୍ଜୁନ ବାବୁତା ଓ ରମିତା  ଜିନ୍ଦଲ ଏବଂ ଏଲାଭେନିଲ୍‌ ଭାଲାରିଭାନ୍‌ ଓ ସନ୍ଦୀପ ସିଂହ ଭାଗ ନେବେ । ଯୋଗ୍ୟତା  ରାଉଣ୍ଡ୍‌ ଅପରାହ୍ଣ ୧୨.୩୦ରୁ ଆରମ୍ଭ ହେବ । ଭାରତୀୟ ଯୋଡ଼ିଙ୍କ ନିକଟରୁ ଏକ  ପଦକ ଆଶା କରାଯାଉଛି । ଏଥିରେ ମୋଟ  ୨୮ଟି ଯୋଡ଼ି ଭାଗ ନେବେ। ଚୀନର ଡୁ’  ଲିଙ୍ଗସୁ-ହାନ୍‌ ଜିଆୟୁ ଯୋଡ଼ି ଡିଫେଣ୍ଡିଂ  ଚାମ୍ପିଅନ୍‌ ରହିଛନ୍ତି । 

ସେହିପରି ଆମେରିକାର ମେରୀ କାରୋଲିନ ଟକର ଓ ର‌୍ୟାନ୍‌  କିସେଲ ଏବଂ ଫ୍ରାନ୍ଦର ମନୋନ ହର୍‌ବୋଲ୍ଟ  ଓ ରୋମେନ ଔଫ୍ରେରେ ଯୋଡ଼ି ପଦକ  ଦାବିଦାରଙ୍କ ମଧ୍ୟରେ ସାମିଲ ରହିଛନ୍ତି । ସେହିପରି ମହିଳା ୧୦ମିଟର ଏୟାର  ପିସ୍ତଲ୍‌ ଯୋଗ୍ୟତା ରାଉଣ୍ଡ୍‌ରେ ମନୁ  ଭାକର ଓ ରିଦମ ସାଙ୍ଗୱାନ୍‌ ଏବଂ ପୁରୁଷ  ବର୍ଗରେ ସରବଜୋତ ସିଂହ ଓ ଅର୍ଜୁନ  ସିଂହ ଚୀମା ଆକ୍ସନକୁ ଓହ୍ଲାଇବେ ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.