ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପ୍ୟାରିସ ପାରାଲିମ୍ପିକ୍ସ: ଜୁଡୋରେ କପିଳ ପାରମରଙ୍କୁ ବ୍ରୋଞ୍ଜ ପଦକ, ଭାରତର ମେଡାଲ ସଂଖ୍ୟା ୨୫କୁ ବୃଦ୍ଧି

ପ୍ୟାରିସ, ୦୬/୦୯: ପାରାଲିମ୍ପିକ୍ସର ଅଷ୍ଟମ ଦିବସରେ ଜୁଡୋରେ କପିଳ ପାରମରଙ୍କ ବ୍ରୋଞ୍ଜରୁ ଭାରତର ପଦକ ଯାତ୍ରା ଆରମ୍ଭ ହୋଇଥିଲା। ବୁଧବାର ବିଳମ୍ବିତ ରାତିରେ ପୁରୁଷ କ୍ଲବ ଥ୍ରୋରେ ଡବଲ ପଦକ ମିଳିଥିଲା । ଧରମବୀର ସ୍ୱର୍ଣ୍ଣ ଏବଂ ପ୍ରଣବ ସୁରମା ରୌପ୍ୟ ପଦକ ଜିତିଥିଲେ । ପୂର୍ବରୁ  ହାଇଜମ୍ପ ଏବଂ ଜାଭେଲିନ ଥ୍ରୋରେ ଡବଲ ପଦକ  ମିଳିଥିଲା । ଭାରତର ପଦକ ସଂଖ୍ୟା ୨୫ରେ  (୫ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୧ ବ୍ରୋଞ୍ଜ) ପହଞ୍ଚିଛି ।  ଟୋକିଓରେ ମୋଟ୍‌ ୧୯ଟି ପଦକ ମିଳିଥିଲା ।  

ଜୁଡୋ (ଜେ-୧): ପୁରୁଷ ୬୦ କିଲୋ ଓଜନ  ବର୍ଗରେ କପିଳ ବ୍ରୋଞ୍ଜ ପଦକ ଜିତିଛନ୍ତି ।  ସେ ବ୍ରୋଞ୍ଜ ଲଢ଼େଇରେ ୧୦-୦ରେ ବ୍ରାଜିଲର  ଏଲିଏଲଟନ ଓଲିଭେଇରାଙ୍କୁ ପରାଜିତ କରିଥିଲେ ।  ସେମି ଫାଇନାଲରେ କପିଳ ୧୦-୦ରେ ଇରାନର  ସୟେଦ ମେୟସାମଙ୍କ ଠାରୁ ପରାଜିତ ହୋଇଥିଲେ । 

କ୍ଲବ୍‌ ଥ୍ରୋ (ଏଫ୍‌ ୫୧): ଧରମବୀର ଏରିଆ  ରେକର୍ଡ ସହ (୩୪.୯୨ ମିଟର) ପ୍ରଥମ ସ୍ଥାନ  ହାସଲ କରିଥିଲେ । ୩୪.୫୯ ମିଟର ଥ୍ରୋ କରି  ପ୍ରଣବ ରୌପ୍ୟ ଏବଂ ସର୍ବିଆର ଜେଲଜକୋ  ଦିମିତ୍ରିଜେଭିକ ବ୍ରୋଞ୍ଜ ଜିତିଥିଲେ । ଧରମବୀରଙ୍କ  ପ୍ରଥମ ୪ଟି ପ୍ରୟାସ ଫାଉଲ ହୋଇଥିଲା । ପଞ୍ଚମ  ପ୍ରୟାସରେ ୩୪.୯୨ ମିଟର ଥ୍ରୋ କରିଥିଲେ । ପ୍ରଣବ  ପ୍ରଥମ ପ୍ରୟାସରେ ହିଁ ରୌପ୍ୟ ପକ୍କା କରିଥିଲେ ।  

ପୁରୁଷ ବ୍ୟକ୍ତିଗତ ରିକର୍ଭ ଓପନରେ ହରବିନ୍ଦର  ପ୍ରଥମ ଭାରତୀୟ ଭାବେ ଫାଇନାଲରେ ପ୍ରବେଶ କରି  ରୌପ୍ୟ ନିଶ୍ଚିତ କରିଥିଲେ । ସେ ଫାଇନାଲରେ  ୬-୦ରେ ପୋଲାଣ୍ଡର ଲୁକାସ ସିସଜେକଙ୍କୁ ପରାଜିତ  କରି ସ୍ୱର୍ଣ୍ଣ ଜିତିଥିଲେ । ହରବିନ୍ଦର ଭାରତର  ପ୍ରଥମ ପାରା ତୀରନ୍ଦାଜ ଭାବେ ପାରାଲିମ୍ପିକ୍ସରେ  ସ୍ୱର୍ଣ୍ଣ ଜିତିଛନ୍ତି । ପୂର୍ବରୁ ସେମି ଫାଇନାଲରେ  ସେ ୭-୩ରେ ଇରାନର ମହମ୍ମଦ ରେଜାଙ୍କୁ  ହରାଇଥିଲେ । ସେମିତି କ୍ୱାର୍ଟରରେ କଲମ୍ବିଆର  ଜୁଲିଓ ହେକ୍ଟରଙ୍କୁ ୬-୨ରେ ପରାସ୍ତ କରିଥିଲେ ।  

ଟୋକିଓ ଅଲିମ୍ପିକ୍ସରେ ହରବିନ୍ଦର ବ୍ରୋଞ୍ଜ ପଦକ  ଜିତିଥିଲେ । ଏସୀୟ ପାରା କ୍ରୀଡ଼ାରେ ସେ ଗୋଟିଏ  ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଜିତିଥିଲେ । ସେ ଜଣେ ଉଚ୍ଚ  ଶିକ୍ଷିତ । ଅର୍ଥନୀତିରେ ପିଏଚ୍‌ଡି ହାସଲ କରିଛନ୍ତି । 

ମହିଳା ୧୦୦ମିଟର: ସିମରନ ଚତୁର୍ଥ ବିଶ୍ୱ ଚାମ୍ପିଅନସିପ୍‌ ସ୍ୱର୍ଣ୍ଣ ପଦକ ବିଜୟିନୀ ଦୃଷ୍ଟି  ବାଧିତ ମହିଳା ଆଥଲେଟ୍‌ ସିମରନ ଶର୍ମା ୧୦୦ମି. (ଟି-୧୨) ଦୌଡ଼ରେ ଅଳ୍ପକେ ପଦକରୁ ବଞ୍ଚିତ  ହୋଇଛନ୍ତି । ସେ ଫାଇନାଲ୍‌ରେ ୧୨.୩୧ ସେକେଣ୍ଡରେ  ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ଚତୁର୍ଥ ସ୍ଥାନରେ  ସନ୍ତୁଷ୍ଟ ହୋଇଥିଲେ । ମାତ୍ର ୦.୦୫ ସେକେଣ୍ଡ ପାଇଁ  ପଦକ ହାତଛଡ଼ା କରିଥିଲେ । ପୂର୍ବରୁ  ସେମି ଫାଇନାଲ୍‌ରେ ସେ ହିଟ୍‌-୨ରେ  ଦୌଡ଼ି ଥିଲେ ଏବଂ ନିର୍ଦ୍ଧାରିତ ଦୂରତାକୁ  ୧୨.୩୩ ସେକେଣ୍ଡରେ ଅତିକ୍ରମ କରି  ଦ୍ୱିତୀୟ ସ୍ଥାନରେ ରହିଥିଲେ । ତାଙ୍କ  ଗାଇଡ୍‌ ହେଉଛନ୍ତି ଅଭୟ ସିଂହ । 

କ୍ୟୁବାର ଓମାରା ଡୁରାଣ୍ଡ ଇଲିଆସ୍‌ ୧୧.୮୧  ସେକେଣ୍ଡରେ ରେସ୍‌ ଶେଷ କରି ଟାଇଟଲ୍‌ ବଜାୟ  ରଖିଥିଲେ । ସେହିପରି ୟୁକ୍ରେନର ଓକସାନା  (୧୨.୧୭) ରୌପ୍ୟ ଏବଂ ଜର୍ମାନୀର କାଟ୍ରିନ ମୁଲର  (୧୨.୨୬) ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଓମାରାଙ୍କ  ନାମରେ ପୂର୍ବରୁ ବିଶ୍ୱ ରେକର୍ଡ଼ (୧୧.୪୦ସେକେଣ୍ଡ୍‌)  ଏବଂ ପାରାଲିମ୍ପିକ୍ସ ରେକର୍ଡ଼ ରହିଛି । ଓମାରା  ପାରାଲିମ୍ପିକ୍ସରେ କ୍ରମାନ୍ୱୟରେ ଚତୁର୍ଥ ଥର ୧୦୦ମିଟର  ଟାଇଟଲ୍‌ ବଜାୟ ରଖିଛନ୍ତି । ସେ ମୋଟ ୧୦ଟି  ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚଳିତ ସଂସ୍କରଣରେ ସେ  ୪୦୦ମି. (ଟି-୧୨) ଟାଇଟଲ୍‌ ବଜାୟ ରଖିଛନ୍ତି । 

ତୀରନ୍ଦାଜୀ: ହରବିନ୍ଦର-ପୂଜା ବ୍ରୋଞ୍ଜରୁ ବଞ୍ଚିତ 

ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ହରବିନ୍ଦର ସିଂହ ଓ  ପୂଜା ଯୋଡ଼ି ବ୍ରୋଞ୍ଜ ପଦକ ହାତଛଡ଼ା କରିଛନ୍ତି ।  ଉଭୟ ତୃତୀୟ-/ଚତୁର୍ଥ ମ୍ୟାଚ୍‌ରେ  ସୁଟ୍‌ ଅଫ୍‌ରେ ସ୍ଲୋଭେନିଆ ଯୋଡ଼ିଙ୍କ  ନିକଟରୁ ହାରି ଯାଇଥିଲେ । ପୂର୍ବରୁ  ଭାରତୀୟ ଯୋଡ଼ି ସେମିରେ ୨-୬ରେ  ଇଟାଲୀର ଏଲିସାବେଟ୍ଟା ମିଜନୋ ଓ  ଷ୍ଟିଫାନୋ ଟ୍ରାଭିସାନି ଯୋଡ଼ିଙ୍କ ନିକଟରୁ  ହାରି ସ୍ୱର୍ଣ୍ଣ/ରୌପ୍ୟ ଦୌଡ଼ରୁ ବାଦ୍‌ ପଡ଼ିଥିଲେ ।  ଉଭୟ ପ୍ରି-କ୍ୱାର୍ଟରରେ ସୁଟ୍‌ ଅଫ୍‌ରେ ଅଷ୍ଟ୍ରେଲିଆର  ଆମାଣ୍ଡା ଜେନିଙ୍ଗ୍‌ସ ଓ ତାଏମୋନ କେଣ୍ଟନ- ସ୍ମିଥ୍‌ ଯୋଡ଼ିଙ୍କୁ ୫-୪ରେ ଏବଂ କ୍ୱାର୍ଟରରେ  ୬-୦ରେ ପୋଲାଣ୍ଡର ମିଲିନା ଓଲ୍ସଜିଓସ୍କା ଓ  ଲୁକାସ ସିସଜେକ୍‌ ଯୋଡ଼ିଙ୍କୁ ହରାଇଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.