ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଆଇଏସଏଲ୍‌-୧୧: ଚେନ୍ନାଇନଠୁ୨-୩ ଗୋଲ୍‌ରେ ହାରିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୧୫/୦୯: ଘରୋଇ ମଇଦାନ ଓ ସମର୍ଥକଙ୍କ ଉପସ୍ଥିତି ସତ୍ତେ୍ୱ  ଓଡ଼ିଶା ଏଫ୍‌ସିକୁ ପ୍ରଥମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ୨ଥର ଚାମ୍ପିଅନ୍‌ ଚେନ୍ନାଇନ ଏଫସି  ଠାରୁ ଓଡ଼ିଶା ଏଫ୍‌ସି ୨-୩ ଗୋଲ୍‌ରେ  ପରାଜିତ ହୋଇଛି । ଏକଦା ୧-୦ ଗୋଲ୍‌ରେ ଅଗ୍ରଣୀ ହାସଲ କରିଥିଲେ  ହେଁ ଘରୋଇ ଦଳ ପରବର୍ତ୍ତୀ ସମୟରେ ଲକ୍ଷ୍ୟ ଚ୍ୟୁତ ହୋଇଥିଲା ।  

ମ୍ୟାଚ୍‌ର ନବମ ମିନିଟ୍‌ରେ ଓଡ଼ିଶା  ଏଫ୍‌ସିକୁ ଏକ ପେନାଲ୍ଟି ମିଳିଥିଲା ଓ  ଡିଏଗୋ ମରିସିଓ ଏହାକୁ ଗୋଲ୍‌ରେ  ରୁପାନ୍ତରିତ କରି ଦଳକୁ ଅଗ୍ରଣୀ  କରାଇଥିଲେ । ପ୍ରଥମାର୍ଦ୍ଧରେ ଘରୋଇ  ଦଳ ୧-୦ ଗୋଲ୍‌ରେ ଅଗ୍ରଣୀ ହାସଲ  କରିଥିଲା । ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇନ  ଏଫ୍‌ସି ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲା ।  ୪୮ତମ ମିନିଟ୍‌ରେ ଫାରୁକ ଚୌଧୁରୀଙ୍କ  ଗୋଲ୍‌ ବଳରେ ଚେନ୍ନାଇନ୍‌ ସ୍ଥିତି ବରାବର  କରିଥିଲା । କନ୍ନର ସିଲ୍ଡସ ତାଙ୍କୁ ଗୋଲ୍‌ରେ  ସହାୟତା କରିଥିଲେ । ପୁନର୍ବାର ୫୧ତମ  ମିନିଟ୍‌ରେ ଫାରୁକ ଦ୍ୱିତୀୟ ଗୋଲ୍‌ କରି  ଦଳକୁ ଅଗ୍ରଣୀ କରାଇଥିଲେ । ଓଡ଼ିଶା  ଏଫ୍‌ସି ମ୍ୟାଚ୍‌କୁ ଫେରିବା ପାଇଁ ସଂଗଠିତ  ହେବା ପୂର୍ବରୁ ଆଉ ଏକ ଗୋଲ୍‌ ବରଣ  କରିଥିଲା । ଚେନ୍ନାଇନ ପକ୍ଷରୁ ଡାନିଏଲ୍‌  ଚିମା ଚୁକ୍‌ଉ ଏହି ଗୋଲ୍‌ କରିଥିଲେ ।  

ଶେଷରେ ୯୦+୫ତମ ମିନିଟ୍‌ରେ  ଓଡ଼ିଶା ଏଫ୍‌ସି ଦ୍ୱିତୀୟ ଗୋଲ୍‌ କରିବାରେ  ସଫଳ ହୋଇଥିଲା । ଷ୍ଟାର ଖେଳାଳି ରୟ  କ୍ରିଷ୍ଣା ଏହି ଗୋଲ କରିଥିଲେ । ତାଙ୍କ  ହ୍ୟୁଗୋ ବୋମୋସ ଗୋଲ୍‌ରେ ସହାୟତା  କରିଥିଲେ । ଓଡ଼ିଶା ଏଫ୍‌ସି ଦ୍ୱିତୀୟ  ମ୍ୟାଚ୍‌ରେ ପଞ୍ଜାବ ଏଫ୍‌ସିକୁ ଭେଟିବ ।  ୨୦ତାରିଖରେ ଏହି ମ୍ୟାଚ୍‌ ଖେଳାଯିବ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.