ନୂଆଦିଲ୍ଲୀ,୧୫/୯ : ବାବର ଆଜମ ଏବଂ ରୋହିତ ଶର୍ମାଙ୍କ ମଧ୍ୟରୁ କିଏ ଭଲ ଅଧିନାୟକ । ଏହି ପ୍ରଶ୍ନ ଉପରେ ପୂର୍ବତନ ପାକିସ୍ତାନ ଅଧିନାୟକ ୟୁନୁସ ଖାନ ରିଆକ୍ଟ କରିଛନ୍ତି । ୟୁନୁସ ଖାନ ଉଭୟଙ୍କ ମଧ୍ୟରୁ କିଏ ଭଲ ଅଧିନାୟକ ବୋଲି କହିଛନ୍ତି । ଟେଲିଗ୍ରାଫ ସହ କଥା ହୋଇ ୟୁନୁସ ବାବର ଏବଂ ରୋହିତଙ୍କ ମଧ୍ୟରୁ କିଏ ଭଲ ଅଧିନାୟକ ଘୋଷଣା କରିଛନ୍ତି ।
ୟୁନୁସ କହିଛନ୍ତି କି , ବାବର ଏବଂ ରୋହିତ ଉଭୟ ନିଜ ଟିମ୍ ଲାଗି ବହୁ ଭଲ ଖେଳାଳୀ ଅଟନ୍ତି । କିନ୍ତୁ ଅଧିନାୟକ ଭାବେ ରୋହିତ ବାବରଙ୍କ ଉପରେ ଭାରି ପଡ଼ିବେ । ରୋହିତଙ୍କ ପାଖରେ ଭାରତ ଲାଗି ଖେଳିବାର ଅନୁଭବ ବାବରଙ୍କଠାରୁ ଅଧିକ । ହିଟମ୍ୟାନ ନିଜେ ମହାନ ଅଧିନାୟକ ହେବା ପୂର୍ବରୁ କେତେକ ମହାନ ଅଧିନାୟକଙ୍କ ଅଧିନରେ ଖେଳିଛନ୍ତି । ଏଥିଲାଗି ମୁଁ ତାଙ୍କୁ ବାବରଙ୍କଠାରୁ ବହୁ ଭଲ ମାନୁଛି ।