ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କିଭଳି ଥିଲା ତେଜସ୍ବୀ ଯାଦବଙ୍କ କ୍ରିକେଟ କ୍ୟାରିୟର ? କେବେ ବିରାଟ ତାଙ୍କ ଅଧିନାୟକତ୍ବରେ ଖେଳିଥିଲେ ?

ନୂଆଦିଲ୍ଲୀ, ୧୪/୯ : ତେଜସ୍ବୀ ଯାଦବ ବିହାରର ଜଣାଶୁଣା ନେତାଙ୍କ ମଧ୍ୟରୁ ଜଣେ । ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି ଏବଂ ରାଜ୍ୟରେ କେତେକ ମନ୍ତ୍ରାଳୟର ଭାର ବି ସମ୍ଭାଳି ସାରିଛନ୍ତି । କିନ୍ତୁ ତାଙ୍କର କ୍ରିକେଟ‌ରେ ବି ପୁରୁଣା ସମ୍ପର୍କ ରହିଥିଲା । ପ୍ରକାଶ ଯେ, ରାଜନୀତିରେ ଆସିବା ପୂର୍ବରୁ ସେ କ୍ରିକେଟ ଖେଳୁଥିଲେ ଏବଂ ଷ୍ଟେଟ ଲେବୁଲ ଖେଳାଳୀ ବି ଥିଲେ । ଏଭଳି କି ତାଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ବି ମିଳିଥିଲା, କିନ୍ତୁ ଏହା ଭିନ୍ନ କଥା କି ତାଙ୍କୁ ଖେଳିବାର କେବେ ସୁଯୋଗ ମିଳିନଥିଲା ।

ତେଜସ୍ବୀ ଯାଦବ ଦିଲ୍ଲୀ ଆରକେ ପୁରମ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ପଢୁଥିଲେ । ତାଙ୍କ କ୍ରିକେଟ କ୍ୟାରିୟରର ଆରମ୍ଭ ବି ସ୍କୁଲ ଦିନରୁ ହୋଇଥିଲା ଏବଂ ୧୩ବର୍ଷ ବୟସରେ ତାଙ୍କର ଦିଲ୍ଲୀର ଅଣ୍ଡର-୧୫ଟିମରେ ଚୟନ ହୋଇଥିଲା । ଯାଦବ ନିଜ ପ୍ରୋଫେଶନାଲ କ୍ରିକେଟ କ୍ୟାରିୟରରେ ୪ ଟି ୨୦ମ୍ୟାଚ ଖେଳିଥିଲେ । କିନ୍ତୁ ତାଙ୍କୁ କେବଳ ଗୋଟିଏ ପାଳିରେ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା । ଯେଉଁଥିରେ ସେ ୩ରନ କରିପାରିଥିଲେ । ଏହା ବ୍ୟତୀତ ସେ ଲିଷ୍ଟ –ଏ କ୍ୟାରିୟରରେ ୨ମ୍ୟାଚ୍ ଏବଂ ଏକ ଫାଷ୍ଟ – କ୍ଲାସ ମ୍ୟାଚରେ ବି ଖେଳିଥିଲା । ସେ ନିଜ କ୍ୟାରିୟରରେ ‌ଖେଳିଥିବା ସବୁ ୭ମ୍ୟାଚରେ ଗୋଟିଏ ଓ୍ବିକେଟ ନେଇଥିଲେ । 

ଭାରତର ଭେଟରାନ ଲିଡରଙ୍କ ମଧ୍ୟରୁ ଜଣେ ହେଲେ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀଙ୍କୁ ଆଇପିଏଲ ୨୦୦୮ରେ ଦିଲ୍ଲୀ ଡେୟାରଡେଭିଲ୍ସ ୮ଲକ୍ଷ ଟଙ୍କାରେ ନିଜ ସ୍କ୍ବାଡ଼ରେ ସାମିଲ କରିଥିଲା । ସେ ୪ସିଜନ ଦିଲ୍ଲୀ ଟିମର ଭାଗିଦାରୀ ଥିଲେ । କିନ୍ତୁ ତାଙ୍କୁ ଖେଳିବାର ଅବସର ମିଳିନଥିଲା । ୨୦୧୧ରେ ତାଙ୍କର ଗୋଟିଏ ସିଜନ ଲାଗି ଦରମା ୮ଲକ୍ଷରୁ ବଢି ୧୦ଲକ୍ଷ ହୋଇଯାଇଥିଲା । ତେଜସ୍ବୀ କହିଥିଲେ କି ଦୁଇ ଗୋଡ଼ରେ ଆଘାତ ଲାଗିବାରୁ ତାଙ୍କୁ କ୍ରିକେଟକୁ ଅଲବିଦା କହିବାକୁ ପଡ଼ିଥିଲା । ନିକଟରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରହିସାରିଥିବା ତେଜସ୍ବୀ ଯାଦବ କହିଛନ୍ତି କି ଗୋଟିଏ ସମୟରେ ବିରାଟ କୋହଲୀ ବି ତାଙ୍କ ଅଧିନାୟକତ୍ବରେ ଖେଳୁଥିଲେ । ଏହି କଥା ହେଉଛି ସେତେବେଳର ଯେତେବେଳେ ଦିଲ୍ଲୀର ଅଣ୍ଡର-୧୫ ଏବଂ ପରେ ଅଣ୍ଡର-୧୭ଟିମ୍ ଲାଗି ବି ଖେଳୁଥିଲେ । ସେତେବେଳେ ବିରାଟ କୋହଲୀ ତେଜସ୍ବୀଙ୍କ ଅଧିନାୟକତ୍ବରେ ଖେଳୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.