ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଡାଇମଣ୍ଡ ଲିଗ୍‌ରେ ଦ୍ୱିତୀୟ ସ୍ଥାନରେ ରହିଲେ ନୀରଜ, ପିଟରସନ ଚମ୍ପିଆନ

ନୂଆଦିଲ୍ଲୀ,୧୫/୦୯: ବ୍ରୁସେଲ୍ସରେ ଆୟୋଜିତ ଡାଇମଣ୍ଡ ଲିଗ୍‌ ଫାଇନାଲରେ ଅଳ୍ପକେ ଚମ୍ପିଆନ ହେବାରୁ ବଞ୍ଚିତ ହେଲେ ନୀରଜ ଚୋପ୍ରା । ସେ ୮୭.୮୬ ମିଟର ଜାଭେଲିନରେ ଦ୍ବିତୀୟ ସ୍ଥାନରେ  ରହିଛନ୍ତି । ମାତ୍ର ଗୋଟିଏ ପଏଣ୍ଟ ପଛରେ ରହିବାରୁ ପ୍ରଥମ ସ୍ଥାନରୁ ଗୋଟିଏ ପାଦ ପଛରେ ରହିଗଲେ ନୀରଜ । ପିଟରସନ ୮୭.୮୭ ମିଟର ଜାଭେଲିନ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ । ଜୁଲିଆନ ଓ୍ବେବର ୮୫.୯୭ ମିଟର ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ୦.୦୧ ମିଟର ପ୍ରାର୍ଥକ୍ୟରେ ଅଳ୍ପକେ ଚମ୍ପିଆନ ହେବାରୁ ବଞ୍ଚିତ ହୋଇଗଲେ ନୀରଜ ଚୋପ୍ରା । ପିଟରସନଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ନୀରଜ ପ୍ରଥମ ପ୍ରୟାସରେ ୮୬.୮୨ ମିଟର ଜାଭେଲିନ ଥ୍ରୋ କରିଥିଲେ । ଦ୍ବିତୀୟରେ ୮୩.୪୯, ତୃତୀୟରେ ୮୭.୮୬ ମିଟର ଜାଭେଲିନ ଥ୍ରୋ କରିଥିଲେ । 

ସେହିପରି ପିଟରସନ ପ୍ରଥମ ପ୍ରୟାସରେ ୮୭.୮୭ ମିଟର ଜାଭେଲିନ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ । ଫଳରେ ୦.୦୧ ମିଟର ପଛରେ ରହି ନୀରଜ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଦୁଇ ଜଣଙ୍କୁ ଛାଡି ଦେଲେ ଅନ୍ୟ କେହି ଜାଭେଲିନ ଫିଙ୍ଗାଳୀ ୮୬ମିଟର ଅତିକ୍ରମ କରିପାରିନଥିଲେ । ତେବେ ପ୍ରଥମ ଭାରତୀୟ ଭାବେ ୨୦୨୨ରେ ଡାଇମଣ୍ଡ ଲିଗ ଜିତିଥିଲେ ନୀରଜ । ସେହିପରି ୨୦୨୩ରେ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଥିଲେ । ପଞ୍ଚମ ଥର ପାଇଁ ଡାଇମଣ୍ଡ ଲିଗ୍‌ର ଫାଇନାଲରେ ପହଞ୍ଚିଥିଲେ ନୀରଜ । ୨୦୧୭ରେ ପ୍ରଥମେ ଖେଳି ସପ୍ତମ ସ୍ଥାନରେ ରହିଥିଲେ ।  ଚଳିତ ମାସ ମେରେ ଖେଳାଯାଇଥିବା ଦୋହା ଲିଗ୍‌ରେ ଦ୍ବିତୀୟ ଓ ଅଗଷ୍ଟ ମାସରେ ଖେଳାଯାଇଥିବା ଲୁସାନେ ଡାଇମଣ୍ଡ ଲିଗରେ ଚତୁର୍ଥ ସ୍ଥାନରେ ରହିଥିଲେ ନୀରଜ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.