ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମେଣ୍ଟାଲ୍‌, ମାଙ୍କଡ଼ ନାଁରେ ଚିଡ଼ାଉଥିଲେ, ମୁହଁ ବନ୍ଦ କଲା ପଦକ : ଜାଣନ୍ତୁ ବ୍ରୋଞ୍ଜ ପଦକ ବିଜେତା ଦୀପ୍ତି ଜୀବନଜୀଙ୍କ ସଂଘର୍ଷ କାହାଣୀ

ନୂଆଦିଲ୍ଲୀ,୫।୯: ଇଚ୍ଛାଶକ୍ତି ବଳରେ ସବୁକିଛି ହାସଲ କରିହେବ । ଏହା ସାରା ବିଶ୍ୱକୁ ଦେଖାଇଛି ପ୍ୟାରିସ୍‌ ପାରାଲିମ୍ପିକ୍ସ-୨୦୨୪ । ସବୁ ବାଧାବିଘ୍ନକୁ ପଛରେ ପକାଇ ପାରା ଆଥ୍‌ଲେଟ୍‌ମାନେ ଏଠି ସେମାନଙ୍କ ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି । ଭାରତର ଦୀପ୍ତି ଜୀବନଜୀ ସେହି ପ୍ରେରଣାଦାୟକ ଆଥ୍‌ଲେଟ୍‌ଙ୍କ ମଧ୍ୟରେ ଅନ୍ୟତମ । ତାଙ୍କ ଯାତ୍ରା ଅତ୍ୟନ୍ତ ଆହ୍ୱାନଭରା ଥିଲା, ତଥାପି ସେ ହାର୍‌ ମାନିନଥିଲେ । ଚଳିତ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତ ପାଇଁ ୧୬ତମ ପଦକ ହାସଲ କରିଛନ୍ତି ଦୀପ୍ତି । 

ଗତ ମଙ୍ଗଳବାର, ଦୀପ୍ତି ଜୀବନଜୀ ମହିଳା ଟି -୨୦ ରେ ୪୦୦ ମିଟର ଦୌଡରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ୫୫.୮୨ ସେକେଣ୍ଡ୍‌ରେ ସେ ଦୌଡ଼ ଶେଷ କରି ଭାରତ ପାଇଁ କାଂସ୍ୟ ପଦକ ହାସଲ କରିଛନ୍ତି।  ଏହା ପୂର୍ବରୁ ଜାପାନର କୋବ୍‌ରେ ଅନୁଷ୍ଠିତ ବିଶ୍ୱ ଆଥ୍‌ଲେଟିକ୍ସ ପାରା ଚାମ୍ପିଅନ୍‌ସିପ୍‌ରେ ଦୀପ୍ତି ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଦୀପ୍ତି ଆନ୍ଧ୍ରପ୍ରଦେଶର ୱାରଙ୍ଗଲ ଜିଲ୍ଲାର କାଲେଦା ଗାଁର ବାସିନ୍ଦା । ବାପା-ମା’ ଜୀବନଜୀ ୟାଧାଗିରି ଓ ଜୀବନଜୀ ଧନଲକ୍ଷ୍ମୀ ଝିଅର ପିଲାଦିନର ସଂଘର୍ଷ ବେଳର କଥା ମନେପକାଇଛନ୍ତି । ପିଲାଦିନେ ଦିପ୍ତୀଙ୍କୁ ଲୋକେ କେମିତି ଥଟ୍ଟା କରୁଥିଲେ, ସେ କଥା ଗଣମାଧ୍ୟମକୁ ଜଣାଇଛନ୍ତି ।

ଦୀପ୍ତିଙ୍କ ବାପା-ମା କହିଛନ୍ତି,  ବୌଦ୍ଧିକ ବିକାର ସହ ଦୀପ୍ତି ଜନ୍ମ ହୋଇଥିଲେ । ସେ ସୂର୍ଯ୍ୟ ପରାଗ ସମୟରେ ଜନ୍ମ ହୋଇଥିଲା । ଜନ୍ମ ସମୟରେ ତାଙ୍କ ମୁଣ୍ଡ ଖୁବ୍‌ ଛୋଟ ଥିଲା । ଓଠ ଓ ନାକର ଗଠନ ଭିନ୍ନ ଥିଲା । ତାକୁ ଦେଖୁଥିବା ଗାଁର ପ୍ରତ୍ୟେକ ବ୍ୟକ୍ତି ଏବଂ କିଛି ପରିଜନ ତାକୁ ମେଣ୍ଟାଲ୍‌ ଓ ମାଙ୍କଡ଼ ନାଁରେ ସମ୍ବୋଧନ କରୁଥିଲେ। ଏପରିକି  ଅନାଥାଶ୍ରମରେ ଝିଅକୁ ଛାଡ଼ିଦେବାକୁ ସେମାନେ ଆମକୁ କହୁଥିଲେ । ଆଜି ତାକୁ ବିଶ୍ୱ ଚାମ୍ପିଅନ୍‌ ହୋଇଥିବା ଦେଖିବା ପରେ ପ୍ରମାଣିତ ହୋଇଛି ଯେ ବାସ୍ତବରେ ସେ ଜଣେ ସ୍ୱତନ୍ତ୍ର ଝିଅ ।’

ଦୀପ୍ତିଙ୍କ ମା’ କହିଛନ୍ତି, ‘ଶ୍ୱଶୁରଙ୍କ ଦେହାନ୍ତ ପରେ ଘର ଚଳାଇବାକୁ ଆମକୁ ଚାଷ ଜମି ବିକ୍ରି କରିବାକୁ ପଡ଼ିଲା । ମୋ ସ୍ୱାମୀ ଦିନକୁ ୧୦୦-୧୫୦ ଟଙ୍କା ରୋଜଗାର କରୁଥିଲେ । ଗୁଜୁରାଣ ମେଣ୍ଟାଇବାକୁ ମୁଁ ଓ ଦୀପ୍ତିର ସାନ ଭଉଣୀ ଅମୂଲ୍ୟା କାମ କଲୁ । ଦୀପ୍ତି ଅତ୍ୟନ୍ତ ଶାନ୍ତ ସ୍ୱଭାବର । ଖୁବ୍‌ କମ୍‌ କଥା କହେ । ଗାଁ ପିଲା ତାକୁ ଯେତେବେଳେ ଚିଡ଼ାନ୍ତି, ସେ ଘରକୁ ଆସି କାନ୍ଦେ । ତେଣୁ ମୁଁ ତାକୁ ମିଠା ଅନ୍ନ, ବେଳେବେଳେ ଚିକେନ୍‌ ଦେଉଥିଲି । ସେ ଖୁସି ହୋଇଯାଉଥିଲା । ଦୀପ୍ତିଙ୍କ ବଡ଼ ଉପଲବ୍ଧି ତାଙ୍କ ବାପାଙ୍କ ଖୁବ୍   ଭାବବିହ୍ୱଳ କରିଛି । ସେ କହିଛନ୍ତି ‘ଯଦିଓ ଏହା ଆମ ପାଇଁ ଏକ ବହୁତ ବଡ଼ ଦିନ, ତଥାପି ମୁଁ କାମକୁ ଛାଡ଼ିପାରିଲି ନାହିଁ । କାରଣ କାମ ନ କଲେ ଆମ ଖାଇବା ବନ୍ଦ ହୋଇଯିବ । ସାରା ଦିନ ମୁଁ ପ୍ୟାରିସ୍‌ରେ ଦୀପ୍ତିର ପଦକ ବିଜୟ ବିଷୟରେ ଭାବୁଥିଲି । ସେ ସର୍ବଦା ଆମକୁ ଖୁସି ଦେଇଛି । ଏହି ପଦକ ଆମ ପାଇଁ ବହୁତ ବଡ଼ ଉପହାର ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.