ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପ୍ୟାରିସ ଅଲମ୍ପିକ ଆଥଲେଟଙ୍କ ଉପରେ ବୟଫ୍ରେଣ୍ଡ ପକାଇଲେ ପେଟ୍ରୋଲ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ନୂଆଦିଲ୍ଲୀ, ୫/୯ : ପ୍ୟାରିସ ଅଲମ୍ପିକ ୨୦୨୪ରେ ଭାଗ ନେଇଥିବା ଆଥଲେଟ ରେବେକା ଚେପ୍ଟେଗୀଙ୍କ ଗୁରୁବାର ଚିକିତ୍ସାଧିନ ଅବସ୍ଥାରେ ନିଧନ ହୋଇଛି । ସେପ୍ଟେମ୍ବରରେ ବୟଫ୍ରେଣ୍ଡ ତାଙ୍କ ସହ ବହୁ ନୃଶଂସ କାମ କରିଥିଲେ । ବ୍ୟକ୍ତି ଜଣଙ୍କ ଜମିଜମା ବିବଦକୁ ନେଇ ତାଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ । ଯାହାର ୩ଦିନ ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୩୩ବର୍ଷୀୟ ଆଥଲେଟଙ୍କ ଚିକିତ୍ସା କେନ୍ୟାର ଏକ ହସ୍ପିଟାଲରେ ହେଉଥିଲା । ଯେଉଁଠାରେ ତାଙ୍କୁ ଗୁରୁବାର ମୃତ ଘୋଷଣା କରାଯାଇଛି ।

ରେବେକାଙ୍କ ଶରୀରର ୮୦ପ୍ରତିଶତ ଜଳିବାର ଦାଗ ଥିଲା । ପୂର୍ବ ମାସରେ ହିଁ ସେ ପ୍ୟାରିସ ଅଲମ୍ପିକରେ ମାରାଥନରେ ଭାଗ ନେଇଥିଲେ । ରବିବାର ହୋଇଥିବା ଏହି ଘଟଣା ପରେ ତାଙ୍କ ଚିକିତ୍ସା ଏଲ୍ଡୋରେଟ ସହରର ମୋଇ ଟିଚିଂ ଏଣ୍ଡ ରେଫରଲ ହସ୍ପିଟାଲ‌ରେ ଚାଲୁଥିଲା । ଏପୀ ସମାଚାର ଏଜେନ୍ସି ଅନୁସାରେ ‘ମାରାଥନ ଧାବକ ଏବଂ ତାଙ୍କ ବୟଫ୍ରେଣ୍ଡ  ମଧ୍ୟରେ ଜମିଜମାକୁ ନେଇ ବିବାଦ ଉଗ୍ରରୂପ ନେଇଥିଲା । ଯାହାପରେ ତାଙ୍କୁ ନିଆଁ ଲଗାଇଥିଲେ ବୟଫ୍ରେଣ୍ଡ । ଟ୍ରାନ୍ସ ନ୍ଜୋଆ କାଉଣ୍ଟିଂ ପୋଲିସ କମାଣ୍ଡର ଜୋରିମିୟା ଓଲେ କୋସିୟମରେ ସୋମବାର କହିଥିଲେ କି ଚେପ୍ଟେଗୀଙ୍କ ସହ ଡିକ୍ସନ ନ୍ଦିମା ପେଟ୍ରୋଲ ସହ ଏକ ଜାର୍କିନ କିଣିଥିଲେ । ତାକୁ ଚେପ୍ଟେଗୀ ଉପରେ ପକାଇଥିଲେ ଏବଂ ରବିବାର ହୋଇଥିବା ବିବାଦ ସମୟରେ ତାଙ୍କୁ ନିଆଁ ଲଗାଇଦେଇଥିଲେ । ସେ ନିଜେ ବି ଜଳିଗଲେ ଏବଂ ତାଙ୍କ ଚିକିତ୍ସା ସେହି ହସ୍ପିଟାଲରେ ଚାଲୁଥିଲା ।

ୟୁଗାଣ୍ଡା ଆଥଲେଟିକ୍ସ ଫେଡରେଶନ ଏକ୍ସରେ ଏକ ପୋଷ୍ଟ କରି ଚେପ୍ଟେଗୀଙ୍କ ନିଧନ ହୋଇଥିବା ସୂଚନା ଦେଇଛି । ଫେଡରେଶନ ଆଥଲେଟଙ୍କ ନ୍ୟାୟର ଦାବି ବି କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.