ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ: ଆହତ କାରଣରୁ ତୁଷାରା ବାଦ

ପାଲେକେଲେ,୨୬/୦୭: ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ  ଶ୍ରୀଲଙ୍କାର ଦ୍ୱିତୀୟ ପେସ୍‌  ବୋଲର ଭାବେ ନୂଆନ ତୁଷାରା ଆହତ ହୋଇ ବାଦ୍‌  ପଡ଼ିଛନ୍ତି । ତାଙ୍କ ସ୍ଥାନରେ  ଦିଲ୍‌ସାନ ମଦୁଶଙ୍କାଙ୍କୁ ସାମିଲ  କରାଯାଇଛି । ଗତ ଗୁରୁବାର ଅଭିଜ୍ଞ  ପେସ୍‌ ବୋଲର ଦୁଷ୍ମନ୍ତ ଚାମିରା ବାଦ ପଡ଼ିଥିଲେ ଏବଂ ତାଙ୍କ  ସ୍ଥାନରେ ଆସିଥା ଫର୍ଣ୍ଣାଣ୍ଡୋଙ୍କୁ ସୁଯୋଗ ମିଳିଥିଲା । 

ଶ୍ରୀଲଙ୍କା  ଦଳର ଟିମ୍‌ ମ୍ୟାନେଜର ମହିନ୍ଦା ହାଲନଗୋଡା କହିଛନ୍ତି, ଗତ ବୁଧବାର ଫିଲ୍ଡିଂ  ଅଭ୍ୟାସ କରିବା ସମୟରେ ତୁଷାରାଙ୍କ ବାମ ହାତ ଆଙ୍ଗୁଳିରେ ଆଘାତ ଲାଗିଥିଲା  ଏବଂ ହାଡ଼ ଭାଙ୍ଗି ଯାଇଥିଲା । ଫଳରେ ସେ ଟି-ଟ୍ୱେଣ୍ଟି ସିରିଜରୁ ବାଦ୍‌ ପଡ଼ିଛନ୍ତି ।’ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ତୁଷାରା ୩ଟି ମ୍ୟାଚ୍‌ ଖେଳି ୮ଟି ୱିକେଟ୍‌ ଅକ୍ତିଆର  କରିଥିଲେ । ସେହିପରି ବାଂଲାଦେଶ ବିପକ୍ଷ ଏକ ଟି-ଟ୍ୱେଣ୍ଟିରେ ହ୍ୟାଟ୍ରିକ୍‌ ୱିକେଟ୍‌  ନେଇଥିଲେ । ଏହି ମ୍ୟାଚ୍‌ରେ ସେ ୨୦ରନ୍‌ ନେଇ ୫ଟି ୱିକେଟ୍‌ ହାତେଇଥିଲେ ।  ଆସନ୍ତା ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ ।  ଏହାପରେ ୨୮ ଓ ୩୦ ତାରିଖରେ ଶେଷ ୨ଟି ଟି-ଟ୍ୱେଣ୍ଟି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.