ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ୟାରିସ ଅଲିମ୍ପିକ୍ ୨୦୨୪: ଉଦ୍‌ଘାଟନୀ ଉତ୍ସବରେ ଭାରତ ପକ୍ଷରୁ ତ୍ରିରଙ୍ଗା ଧରିବେ ପିଭି ସିନ୍ଧୁ, ଶରତ କମଲ

ନୂଆଦିଲ୍ଲୀ, ୨୬/୦୭: ଶୁକ୍ରବାର ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେଇ ତ୍ରିରଙ୍ଗା ଧାରଣ କରିବେ  କ୍ରମାନ୍ୱୟରେ ଦୁଇ ଥର ପଦକ ବିଜେତା ପିଭି  ସିନ୍ଧୁ ଏବଂ ଭେଟେରାନ ଟେବୁଲ ଟେନିସ ଖେଳାଳି ଶରତ କମଲ । 

ସ୍ୱତନ୍ତ୍ର ପୋଷାକ ପରିଧାନ କରି ହାତରେ ପତାକା ଧରି ଭାରତୀୟ କ୍ରୀଡ଼ାବିତ ଡଙ୍ଗା  ପରେଡ୍‌ରେ ସାମିଲ ହେବେ । ପରେଡ୍‌  ଅଷ୍ଟ୍ରେର୍ଲିଜ ବ୍ରିଜ୍‌ (ପୋଲ) ପାଖରୁ ଉତ୍ସବ ଆରମ୍ଭ  ହୋଇ ଆଇଫିଲ ଟାୱାର ନିକଟରେ ଶେଷ ହେବ । 

ବ୍ୟାଡମିଣ୍ଟନ ତାରକା ସିନ୍ଧୁ ରିଓ  ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ପୁଣି ଟୋକିଓରେ ବ୍ରୋଞ୍ଜ । ଏଥର ସେ  ହ୍ୟାଟ୍ରିକ୍‌ ପଦକ ଜିତିବା ନେଇ ଲକ୍ଷ୍ୟ  ରଖିଛନ୍ତି । ସେମିତି ଭେଟେରାନ କମଲ  ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ  ପ୍ରସ୍ତୁତ ରହିଛନ୍ତି । ଭାରତୀୟ ଅଲିମ୍ପିକ୍ସ ସଂଘ  ସଭାପତି ପିଟି ଉଷା ଏବଂ ଭାରତୀୟ ଅଲିମ୍ପିକ୍ସ  ଦଳର ଚିଫ୍‌ ଡି ମିଶନ ଗଗନ ନାରଙ୍ଗ ମଧ୍ୟ ଉଦ୍‌ଘାଟନୀରେ ଉପସ୍ଥିତ ରହିବେ । 

ଗତ ଟୋକିଓରେ ଭାରତ ସର୍ବାଧିକ ୭ଟି  ପଦକ ଜିତିଥିଲା । ପ୍ୟାରିସ ଦଳ ଦୁଇ ଅଙ୍କ  ଛୁଇଁବ ବୋଲି ଆଶା ରହିଛି । ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ଅଲିମ୍ପିକ୍ସ ଟାଇଟଲ ବଜାୟ ରଖିବେ ବୋଲି ବିଶ୍ୱାସ କରାଯାଉଛି ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.