ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍: ଆଜି ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା,ନୂଆ ଅଧିନାୟକ-କୋଚ୍‌ ଯୋଡ଼ିଙ୍କ ନୂଆ ଅଧ୍ୟାୟ

ପାଲେକେଲେ,୨୭/୦୭: ଶନିବାର ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଆରମ୍ଭ ହେବ ୩ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ। ଭାରତୀୟ ସମୟ ରାତି ୭ଟାରେ ମ୍ୟାଚ୍‌  ଆରମ୍ଭ ହେବ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବିଜୟ ସହ ଭାରତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଏକ ଅଧ୍ୟାୟ ଶେଷ ହୋଇଛି।

ଶନିବାରଠୁ  ନୂତନ ଅଧ୍ୟାୟର ଆରମ୍ଭ ହେବ । ନୂଆ  କୋଚ୍‌ ଗୌତମ ଗମ୍ଭୀର ଓ ନୂଆ ଅଧିନାୟକ  ସୂର୍ଯ୍ୟକୁମାର ଯାଦବ ଟି-ଟ୍ୱେଣ୍ଟି କ୍ରିକେଟ୍‌କୁ  ସଫଳତାର ଶିଖରରେ ପହଞ୍ଚାଇବାକୁ  ଉଦ୍ୟମ କରିବେ । ସୂର୍ଯ୍ୟକୁମାର ପୂର୍ବରୁ  କାମଚଳା ଅଧିନାୟକ ଭାବେ ୭ଟି ମ୍ୟାଚ୍‌ର ନେତୃତ୍ୱ ନେଇସାରିଛନ୍ତି । ଏଥର ସେ ସ୍ଥାୟୀ  ଅଧିନାୟକ ଭାବେ କାର୍ଯ୍ୟ ଆରମ୍ଭ କରିବେ । 

ଶ୍ରୀଲଙ୍କା ମଧ୍ୟ ଏକ ଅନଭିଜ୍ଞ ଦଳ  ସହ ଗ୍ରାଉଣ୍ଡକୁ ଓହ୍ଲାଇବ । କିଛି ପ୍ରମୁଖ  ଖେଳାଳି ଆହତ ଅଛନ୍ତି ଓ ଆଉ କିଛି ବାଦ  ପଡ଼ିଛନ୍ତି । ଆଞ୍ଜେଲୋ ମାଥ୍ୟୁସ୍‌ଙ୍କୁ ବାଦ  ଦିଆଯାଇଛି । ୱାନିଣ୍ଡୁ ହସରଙ୍ଗାଙ୍କ ସ୍ଥାନରେ  ଚରିଥ ଆଶାଲଙ୍କାଙ୍କୁ ନୂଆ ଅଧିନାୟକ  ନିଯୁକ୍ତ କରାଯାଇଛି । ସେହିପରି ସନଥ  ଜୟସୂରିୟା ନୂଆ ଅସ୍ଥାୟୀ କୋଚ୍‌ ଭାବେ  କାର୍ଯ୍ୟ ଆରମ୍ଭ କରବାକୁ ଯାଉଛନ୍ତି ।  

ରୋହିତ ଶର୍ମା ଓ ବିରାଟ କୋହଲି  ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଥିବାରୁ  ଆସନ୍ତା କାଲି ଦୁଇ ଯୁବ ବ୍ୟାଟର ଯଶସ୍ୱୀ  ଜୈସ୍ୱାଲ୍‌ ଓ ଶୁଭମନ ଗିଲ୍‌ ପାଳି ଆରମ୍ଭ  କରିବେ । ଭାରତ ଆସନ୍ତା କାଲି ୩ସ୍ପିନର  ନେଇ ଖେଳିବା ନିଶ୍ଚିତ । ଶ୍ରୀଲଙ୍କା ଦଳର  ବ୍ୟାଟିଂ ବିଭାଗ ବେଶ୍‌ ସୁଦୃଢ ରହିଛି । ମାତ୍ର  ବୋଲରମାନେ ମ୍ୟାଚ ଫଳାଫଳ ନିର୍ଦ୍ଧାରଣ  କରିବେ । ବିଶେଷ କରି ମଥିଶା ପତିରଣା,  ହସରଙ୍ଗା ଓ ମହୀଶ ତୀକ୍ଷଣାଙ୍କ ଉପରେ  ଶ୍ରୀଲଙ୍କାର ବୋଲିଂ ବିଭାଗ ନିର୍ଭର କରିବ । 

ପାଲେକେଲେ ପିଚ୍‌ ବ୍ୟାଟିଂ  ପାଇଁ ବେଶ୍‌ ଅନୁକୂଳ ରହିଥିଲେ ହେଁ  ସ୍ପିନରମାନେ ଯଥେଷ୍ଟ ଫାଇଦା ଉଠାଇ  ପାରିବେ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ସମ୍ଭାବ୍ୟ ଦଳ 

ଭାରତ: ଯଶସ୍ୱୀ ଜୈସ୍ୱାଲ୍‌, ଶୁଭମନ  ଗିଲ୍‌, ରିଷଭ ପନ୍ତ, ସୂର୍ଯ୍ୟକୁମାର  ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା,  ଶିବମ ଦୁବେ, ୱାସିଂଟନ ସୁନ୍ଦର,  ଅକ୍ଷର ପଟେଲ, ଅର୍ଶଦୀପ ସିଂହ,  ରବି ବିଷ୍ଣୋଇ, ମହମ୍ମଦ ସିରାଜ । 

ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଲ ମେଣ୍ଡିସ୍‌,  କୁଶଲ ପେରେରା, ଅଭିଷ୍କା ଫର୍ଣ୍ଣାଣ୍ଡୋ,  ଚରିଥ ଆଶାଲଙ୍କା(ଅଧିନାୟକ),  ଡାସୁନ ଶଣକା, ୱାନିଣ୍ଡୁ ହସରଙ୍ଗା,  ମହୀଶ ତୀକ୍ଷଣା, ବିନୁରା ଫର୍ଣ୍ଣାଣ୍ଡେ,  ଦିଲସାନ ମଦୁଶଙ୍କା, ମଥିଶା ପତିରଣା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.