ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅଲିମ୍ପିକ୍ସ ୨୦୨୪: ମହିଳା ତୀରନ୍ଦାଜଙ୍କ କମାଲ, କ୍ବାର୍ଟର ଫାଇନାଲରେ ଭାରତୀୟ ଟିମ୍‌

Image Courtesy: hindustantimes

ନୂଆଦିଲ୍ଲୀ: ଭାରତର ମହିଳା ତୀରନ୍ଦାଜି ଦଳ ପ୍ୟାରିସ ଅଲିମ୍ପିକ୍ସର ରାଙ୍କିଙ୍ଗ ରାଉଣ୍ଡରେ ଦମଦାର ପ୍ରଦର୍ଶନ କରିଛନ୍ତି । ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ତିନି ଜଣ ମିଶି ଭାରତକୁ ୧୯୮୩ ଅଙ୍କ ଦେଇଛନ୍ତି । ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହି କ୍ଵାର୍ଟର ଫାଇନାଲ୍‌ରେ ନିଜର ସ୍ଥାନ ସୁନିଶ୍ଚିତ କରିଛି । ବ୍ୟକ୍ତିଗତ ସ୍କୋର ଉପରେ ନଜର ପକାଇଲେ ଦଳ ପକ୍ଷରୁ ସବୁଠୁ ଭଲ ପ୍ରଦର୍ଶନ ଅଙ୍କିତା ଭଗତ କରିଛନ୍ତି । ସେ ୭୨ ସଟ୍ ଲଗାଇ ମୋଟ୍ ୬୬୬ ପଏଣ୍ଟ ହାସଲ କରିଛନ୍ତି ଏବଂ ୧୧ତମ ସ୍ଥାନରେ ରହିଛନ୍ତି ।

ଦୀପିକା କୁମାରୀ ୨୩ତମ ଓ ଭଜନ କୌର ୨୨ତମ ସ୍ଥାନରେ ରହି ଟପ୍-୨୦ରୁ ବାହାରେ ରହିଛନ୍ତି ।  ଅଙ୍କିତା ଦ୍ଵିତୀୟାର୍ଦ୍ଧର ଶେଷ ୨ଟି ସେଟ୍‌ରେ ଦମଦାର ପ୍ରତ୍ୟାବର୍ତ୍ତନ କରି ୧୨୦ ଓ ୧୧୨ ପଏଣ୍ଟ ହାସଲ କରିଛନ୍ତି । ଅନ୍ୟପଟେ ଶେଷ ମୁହୂର୍ତ୍ତରେ ୧୮ ବର୍ଷୀୟ ଭଜନ କୌରଙ୍କ ପକ୍ଷରୁ ଅତ୍ୟନ୍ତ ନିରାଶଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେ ମୋଟ୍ ୬୫୯ ପଏଣ୍ଟ ହାସଲ କରି ପାରିଛନ୍ତି । ଦୀପିକା ତାଙ୍କଠୁ ଗୋଟିଏ ପଏଣ୍ଟ ପଛରେ ରହି ରାଙ୍କିଙ୍ଗ ରାଉଣ୍ଡରେ ୬୫୮ ପଏଣ୍ଟ ପାଇଛନ୍ତି ।

ନିୟମ ଅନୁସାରେ ଟପ୍-୪ରେ ରହୁଥିବା ଦଳ ସିଧାସଳଖ କ୍ଵାର୍ଟର ଫାଇନାଲ୍‌ରେ ପ୍ରବେଶ କରିବ । ଭାରତ ୧୯୮୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହି ସିଧାସଳଖ କ୍ଵାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି । ଭାରତ ଏବେ କ୍ଵାର୍ଟର ଫାଇନାଲ୍‌ରେ ଫ୍ରାନ୍ସ ବନାମ ନେଦରଲାଣ୍ଡ ମ୍ୟାଚ୍‌ର ବିଜେତା ସହ ଖେଳିବ । ଅନ୍ୟପଟେ ପଞ୍ଚମରୁ ୧୨ ତମ ସ୍ଥାନ ମଧ୍ୟରେ ରହିଥିବା ଦଳଗୁଡ଼ିକ ରାଉଣ୍ଡ ଅଫ୍ ୧୬ ଦେଇ ଗତି କରିବାକୁ ପଡ଼ିବ ।

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.