ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୨୭ରୁ ଟେବୁଲ ଟେନିସ୍‌ରେ ଭାରତୀୟଙ୍କ ଅଭିଯାନ, ପୁରୁଷ, ମହିଳା ଏବଂ ମିକ୍ସଡ୍‌ ଡବଲ୍ସ ଇଭେଣ୍ଟ ଆକ୍ସନକୁ ଓହ୍ଲାଇବେ

ପ୍ୟାରିସ୍‌,୨୬/୦୭ ଆସନ୍ତା ୨୭ ତାରିଖରୁ ଟେବୁଲ ଟେନିସ୍‌ (ଟିଟି)  କ୍ରୀଡ଼ା ଆରମ୍ଭ ହେବ । ପ୍ରଥମ ଦିବସରେ  ପୁରୁଷ, ମହିଳା ଏବଂ ମିକ୍ସଡ୍‌ ଡବଲ୍ସ ଇଭେଣ୍ଟ ରହିଛି । ପୁରୁଷ ସିଙ୍ଗଲ୍ସରେ ହର୍ମିତ୍‌ ଦେଶାଇ ଏକମାତ୍ର ଭାରତୀୟ  ଭାବେ ଆକ୍ସନକୁ ଓହ୍ଲାଇବେ । ସେ ପ୍ରଥମ ରାଉଣ୍ଡ୍‌ରେ ଜୋର୍ଡାନର ଜାୟଦ ଅବୋ  ୟମାନଙ୍କୁ ଭେଟିବେ । ୨୮ ତାରିଖରେ  ମହିଳା ସିଙ୍ଗଲ୍ସ ରାଉଣ୍ଡ୍‌-୬୪ରେ ଶ୍ରୀଜା  ଆକୁଲା, ମନିକା ବାତ୍ରା ଏବଂ ପୁରୁଷ ବର୍ଗ  ରାଉଣ୍ଡ୍‌-୬୪ରେ ଅଚାନ୍ତ ଶରତ କମଲ  ଅଭିଯାନ ଆରମ୍ଭ କରିବେ । ଅଭିଜ୍ଞ କମଲ  ପ୍ରଥମ ରାଉଣ୍ଡ୍‌ରେ ସ୍ଲୋଭାକିଆର ଡେନି  କୋଜୁଲଙ୍କୁ ଏବଂ ମନିକା ବ୍ରିଟେନର ଆନ୍ନା  ହର୍ସିଙ୍କୁ ଭେଟିବେ । 

ଦଳଗତ ଇଭେଣ୍ଟ ଅଗଷ୍ଟ ୫  ତାରିଖରୁ ଆରମ୍ଭ ହେବ । ଭାରତୀୟ  ପୁରୁଷ ଓ ମହିଳା ପାଇଁ କ୍ୱାର୍ଟର ଫାଇନାଲ୍‌  ପଥ କଷ୍ଟକର ରହିଛି । ପୁରୁଷ ଦଳ  ଶକ୍ତିଶାଳୀ ଚୀନକୁ ଭେଟିବ । ଚୀନ ଦଳ  ଗତ ୪ଟି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ  ହାସଲ କରିଛି । ଭାରତୀୟ ମହିଳା ଦଳ  ରାଉଣ୍ଡ୍‌-୧୬ରେ ରୋମାନିଆକୁ ଭେଟିବ ।  ଏହି ମ୍ୟାଚ୍‌ରେ ବିଜୟୀ ହେଲେ ଦଳ  ୨୦୧୬ ରିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା  ଜର୍ମାନୀ ଦଳକୁ ଭେଟିବା ସମ୍ଭାବନା  ରହିଛି । ସୂଚନାଯୋଗ୍ୟ, ଟିଟିରେ ଏଥର  ଭାରତୀୟ ପୁରୁଷ ଓ ମହିଳା ଦଳ ଅଲିମ୍ପିକ୍ସ  ଟିକେଟ୍‌ ହାସଲ କରିଛି । ଫଳରେ ପୁରୁଷ  ଓ ମହିଳା ବର୍ଗରେ ୨ଜଣ ଲେଖାଏଁ  ଖେଳାଳିଙ୍କୁ କୋଟା ସ୍ଥାନ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.