ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଟିମ୍‌ ଇଣ୍ଡିଆରେ ସୁନୀଲ ନାରାୟଣଙ୍କ ଏଣ୍ଟ୍ରି ! ବଡ଼ ନିଷ୍ପତ୍ତି ନେଲେ ଗୌତମ ଗମ୍ଭୀର

Image Courtesy: tv9hindi

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ମୁଖ୍ୟ କୋଚ ହେବା ପରେ ଗୌତମ ଗମ୍ଭୀର ନୂଆ ରଣନୀତି ଆପଣାଉଛନ୍ତି । କୋଲକାତା ନାଇଟ ରାଇଡର୍ସ (କେକେଆର)କୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ନେଇଥିବା ଗମ୍ଭୀର ଟିମ୍‌ ଇଣ୍ଡିଆ ପାଇଁ ଖାସ ଯୋଜନା କରୁଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଗମ୍ଭୀର ଏବେ ଭାରତୀୟ ଟିମ୍‌ରେ ଜଣେ ପ୍ରତିଭାବାନ ଖେଳାଳିଙ୍କୁ ବଡ଼ ଦାୟିତ୍ବ ଦେବାକୁ ଯାଉଛନ୍ତି  । 

ଓ୍ବେଷ୍ଟଇଣ୍ଡିଜ୍‌ର ପୂର୍ବତନ ଖେଳାଳି ସୁନୀଲ ନାରାୟଣଙ୍କ ଭଳି ଜଣେ ଖେଳାଳିଙ୍କୁ ଗମ୍ଭୀର ବାଛିଛନ୍ତି । ଯିଏ କ୍ରିଜ୍‌କୁ ଆସୁ ଆସୁ ଛକା ଚୌକା ବର୍ଷା କରିବେ । ଏହି ଖେଳାଳି ଆଉ କେହି ନୁହଁନ୍ତି ଇଏ ହେଉଛନ୍ତି ଓ୍ବାଶିଂଟନ ସୁନ୍ଦର । ସୁନ୍ଦରଙ୍କୁ ସୁନୀଲ ନାରାୟଣଙ୍କ ଭୂମିକାରେ ଟିମ୍‌ ଇଣ୍ଡିଆରେ ଖେଳାଇବାକୁ ଯୋଜନା କରିଛନ୍ତି ଗୌତମ ଗମ୍ଭୀର । ମିଳିଥିବା ରିପୋର୍ଟ ଅନୁସାରେ ଓ୍ବାଶିଂଟନ ସୁନ୍ଦରଙ୍କୁ ଅଭ୍ୟାସ୍‌ ମ୍ୟାଚରେ ନମ୍ବର ୩ରେ ଖେଳିବାକୁ ଦିଆଯାଇଥିବା ବେଳେ ସେ ଲଙ୍ଗ ରେଞ୍ଜ ହିଟ୍‌ ପାଇଁ ପ୍ରାକ୍ଟିସ୍ କରିଛନ୍ତି । ଯେଉଁଭଳି ସୁନୀଲ ନାରାୟଣ ବ୍ୟାଟିଂ ଏବଂ ବୋଲିଂରେ କମାଲ କରିଥିଲେ ଠିକ୍‌ ସେହିଭଳି ଓ୍ବାଶିଂଟନ ସୁନ୍ଦରଙ୍କୁ ଦାୟିତ୍ବ ଦେଇଛନ୍ତି ଗମ୍ଭୀର । 

ସେ ବାମହାତୀ ବ୍ୟାଟର ହୋଇଥିବା ବେଳେ ଭଲ ବୋଲିଂ ମଧ୍ୟ କରୁଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସୁନ୍ଦର ନିଜର ପ୍ରତିଭା ପ୍ରତିପାଦିତ କରିଛନ୍ତି । ୨୪ ବର୍ଷୀୟ ଏହି ଖେଳାଳି ଟି-୨୦, ଦିନିକିଆ ଏବଂ ଟେଷ୍ଟରେ ସେ ଅର୍ଦ୍ଧଶତକ ଲଗାଇ ସାରିଛନ୍ତି । ତେବେ ଗୌତମ ଗମ୍ଭୀରଙ୍କ ଏହି ଯୋଜନା କେତେ ସଫଳ ହେବ ତା ଉପରେ ସମସ୍ତଙ୍କ ନଜର ରହିବ ।

 

  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.