ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ୟାରିସ ଅଲିମ୍ପିକ ୨୦୨୪: ଆଉ କିଛି ଘଣ୍ଟା ପରେ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ

ପ୍ୟାରିସ,୨୬/୦୭: ପ୍ରାଚୁର୍ଯ୍ୟ ଭରା ପ୍ୟାରିସ ନଗରୀରେ ଆଉ କିଛି ଘଣ୍ଟା ପରେ ବାଜିବ ୩୩ତମ ଅଲିମ୍ପିକ୍ସ କ୍ରୀଡ଼ାର ବିଗୁଲ ।  ୧୦୦ ବର୍ଷ ପରେ ଆଧୁନିକ ଅଲିମ୍ପିକ୍ସ କ୍ରୀଡ଼ାର  ଜନକ ପିଏରେ ଡି କୁବରଟିନଙ୍କ ସହର  ପ୍ୟାରିସକୁ ଫେରିଛି କ୍ରୀଡ଼ା ମହାକୁମ୍ଭ । ପ୍ରଥମ  ଥର ମୁଖ୍ୟ ଆଥଲେଟିକ୍ସ ଷ୍ଟାଡିୟମ ପରିବର୍ତ୍ତେ  ଖୋଲା ଆକାଶ ତଳେ ନଦୀ ଗର୍ଭରେ  ଆୟୋଜିତ ହେବ ଉଦ୍‌ଘାଟନୀ ଉତ୍ସବ । ସ୍ଥାନୀୟ ସମୟ  ସନ୍ଧ୍ୟା ୭ଟା ୩୦ ମିନିଟରୁ ଅଷ୍ଟ୍ରେର୍ଲିଜ ବ୍ରିଜ୍‌ (ପୋଲ)  ପାଖରୁ ଉତ୍ସବ ଆରମ୍ଭ ହୋଇ ଆଇଫିଲ ଟାୱାର ନିକଟର  ଶେଷ ହେବ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ କ୍ରୀଡ଼ା  ମହାକୁମ୍ଭକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ନଦୀ ଗର୍ଭରେ ଦୀର୍ଘ ୬ କିଲୋ ମିଟର ଧରି  ଆୟୋଜିତ ହେବ କାର୍ଯ୍ୟକ୍ରମ । ୭୦୦୦ କ୍ରୀଡ଼ାବିତଙ୍କୁ  ନେଇ ୮୫ଟି ବଡ଼ ଡଙ୍ଗା ପରେଡ୍‌ରେ ସାମିଲ ହେବ ।  ଏହା ଅଷ୍ଟ୍ରେର୍ଲିଜ ବ୍ରିଜ୍‌ (ପୋଲ) ପାଖରୁ  ଆଇଫିଲ ଟାୱାର ପର୍ଯ୍ୟନ୍ତ ଯାତ୍ରା କରିବ ।  ସେମିତି ପର୍ଯ୍ୟାୟ କ୍ରମିକ ଭାବେ ୩୦୦୦  କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ  ସାମିଲ ହେବେ । ୫ ଲକ୍ଷରୁ ଊଦ୍ଧ୍ୱର୍ ଦର୍ଶକ  ବସି ଉତ୍ସବ ଦେଖିବେ । ସେମାନଙ୍କ  ମଧ୍ୟରୁ ୮୦ ଦେଶର ରାଷ୍ଟ୍ରମୁଖ୍ୟ  ଏବଂ ୨୨୨,୦୦୦ ଜଣ ନିମନ୍ତ୍ରିତ ଅତିଥି  ରହିଛନ୍ତି । ଉଦ୍‌ଘାଟନୀ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା  କଡ଼ି କରି ଦିଆଯାଇଛି । ଉଦ୍‌ଘାଟନୀ ସ୍ଥଳ ସମେତ ପୂରା  ସହରକୁ ୪୫ ହଜାର ସୁରକ୍ଷାକର୍ମୀ ଜଗି ରହିବେ । ଆଜି ଭାରତୀୟ ପୁରୁଷ ଓ ମହିଳା ତୀରନ୍ଦାଜୀ ଦଳ  (ମହିଳାରେ ଅଙ୍କିତା ଭକତ, ଭଜନ କୌର, ଦୀପିକା  କୁମାରୀ ଏବଂ ପୁରୁଷରେ ଧୀରଜ ବୋମାଦେବରା,  ତରୁଣଦୀପ ରାଏ, ପ୍ରବୀଣ ଯାଦବ) ରିକର୍ଭ କ୍ୱାର୍ଟର  ଫାଇନାଲରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଛନ୍ତି ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.