ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାଗନେବେ ଆମେରିକାରୁ ସର୍ବବୃହତ୍‌ ଦଳ, ୪ଦେଶରୁ ଜଣେ ଲେଖାଏଁ ପ୍ରତିଯୋଗୀ

ପ୍ୟାରିସ୍‌, ୨୬/୦୭: ୨୦୬ ଦେଶରୁ ମୋଟ୍‌ ୧୦,୭୧୪ପ୍ରତିଯୋଗୀ  ଏଥର ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାଗନେବାକୁ ଯାଉଛନ୍ତି । ୩୨ଟି କ୍ରୀଡ଼ାର ମୋଟ୍‌  ୩୨୯ଟି ପଦକ ଇଭେଣ୍ଟ ପାଇଁ ପ୍ରତିଯୋଗୀମାନଙ୍କ ମଧ୍ୟରେ ଲଢ଼େଇ ହେବ ।  ପୂର୍ବ ଭଳି ଏଥର ମଧ୍ୟ ଆମେରିକା(ୟୁଏସଏ) ସର୍ବବୃହତ୍‌ ଦଳ ନେଇ ପ୍ୟାରିସ୍‌ ଆସିଛି । ଆମେରିକା ଦଳରେ ୫୯୨ଜଣ ପ୍ରତିଯୋଗୀ ରହିଛନ୍ତି ।  ଆୟୋଜକ ଫ୍ରାନ୍ସ ଦ୍ୱିତୀୟ ବଡ଼ ଦଳ ସହ ଓହ୍ଲାଇବ । ଏହି ଦଳରେ ରହିଛନ୍ତି  ୫୭୩ ଜଣ ପ୍ରତିଯୋଗୀ । ୪ଟି ଦେଶ ବେଲିଜ, ଲିଚେନଷ୍ଟାଇନ, ନାଉରୁ ଓ  ସୋମାଲିଆ ଜଣେ ଲେଖାଏଁ ପ୍ରତିଯୋଗୀ ନେଇ ପ୍ୟାରିସ ଆସିଛନ୍ତି । ଏହି  ଦଳରେ ପ୍ରତିଯୋଗୀଙ୍କ ତୁଳନାରେ ଅଫିସିଆଲ ଓ କୋଚଙ୍କ ସଂଖ୍ୟା ଅଧିକ ।  

ପ୍ୟାରିସ୍‌ ଅଲିମ୍ପିକ୍ସରେ ୨୮ଟି ସ୍ଥାୟୀ କ୍ରୀଡ଼ା, ସ୍କେଟ ବୋର୍ଡିଂ, ସ୍ପୋର୍ଟ୍ସ କ୍ଲାଇମ୍ବିଂ,  ସର୍ଫିଙ୍ଗ୍‌ ଓ ବ୍ରେକିଂକୁ ମିଶାଇ ୪ଟି ଅସ୍ଥାୟୀ କ୍ରୀଡ଼ା ସାମିଲ ରହିଛି । ସ୍କେଟ ବୋର୍ଡିଂ,  ସ୍ପୋର୍ଟ୍ସ କ୍ଲାଇମ୍ବିଂ, ସର୍ଫିଙ୍ଗ୍‌ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସାମିଲ ଥିଲା । ଏଥର ବ୍ରେକିଂକୁ  ନୂଆ କ୍ରୀଡ଼ା ଭାବେ ସାମିଲ କରାଯାଇଛି । ଏହି ସ୍ଥାନରେ ବାଦ ପଡ଼ିଛି ସଫ୍ଟ ବଲ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.