ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଫିରିଙ୍ଗିଆ ଆଦର୍ଶ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ ଉଦଘାଟିତ

ଫିରିଙ୍ଗିଆ,୨୨।୭ :  ସାରା ରାଜ୍ୟରେ ୨୨ ତାରିଖରେ  ଶିକ୍ଷା ଶପଥ ସପ୍ତାହ ଆରମ୍ଭ ହୋଇଥିବା ବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଶପଥ ସପ୍ତାହ ଉଦଘାଟିତ ହୋଇଯାଇଛ I 

ବିଦ୍ୟାଳୟର ଅଧକ୍ଷ କୈଳାଶ ଚନ୍ଦ୍ର ସିଂ ଙ୍କ ଅଧକ୍ଷୟତାରେ ଅନୁଷ୍ଠିତ ଏହି ଶିକ୍ଷା ଶପଥ ସପ୍ତାହର ଉଦଘାଟନୀ ଉତ୍ସବରେ ରାଜ୍ୟସ୍ତରୀୟ ଟିଏଲଏମ ତାଲିମ ଦାତା ତଥା ଅବସରପ୍ରାପ୍ତ ଶିକ୍ଷକ ଗୋଲାକ ବିହାରୀ ପଟ୍ଟନାୟକ ଓ ଫିରିଙ୍ଗିଆ ଅଂଚଳର ବରିଷ୍ଠ ଶିକ୍ଷକ ସିମାଞ୍ଚଳ ମୁଖି ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ତେବେ ସାତ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ଦିନରେ ଶିକ୍ଷଣ ସାମଗ୍ରୀ ଦିବସ ପାଳନ ହୋଇଛି।  ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶିକ୍ଷା ପାଇଁ ପ୍ରସ୍ତୁତ କରାଯାଇଥିବା ଶିକ୍ଷଣୀୟ ସାମଗ୍ରୀ ର ପ୍ରଦର୍ଶନ କରାଯାଇଥିଲାI କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନା କରିଥିଲେ I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.