ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲମଗିରି ଆଲମଙ୍କୁ ଗିରଫ କଲା ED, ସଚିବଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରୁ ମିଳିଥିଲା ୩୭ କୋଟି ଟଙ୍କା...

Published By : Prameya | May 15, 2024 9:24 PM

ନୂଆଦିଲ୍ଲୀ: ଝାଡଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗିରି ଆଲମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ତାଙ୍କୁ ପଚରାଉଚରା ବେଳେ ସେ ସହଯୋଗ କରିନଥିବା ଅଭିଯୋଗ ହୋଇଛି । ଆଜି (ବୁଧବାର) ମଧ୍ୟ ପଚରାଉଚରା ପାଇଁ ଇଡି ଆଲମଗିର ଆଲାମକୁ ଡାକିଥିଲେ । 

ସୂଚନାଥାଉକି, ଆଲମଗିର ଆଲାମଙ୍କ ସଚିବଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରୁ ୩୭ କୋଟିରୁ ଅଧିକ ମୂଲ୍ୟର ନଗଦ ଟଙ୍କା ଜବତ କରାଯାଇଥିଲା। ଏହି ସଂପର୍କରେ ଇଡି ଆଲମଗିରିଙ୍କୁ ପଚରାଉଚରା କରୁଥିଲା। ଆଉ ଏହି ସମୟରେ ଇଡି ଅନୁଭବ କଲା ଯେ କଂଗ୍ରେସ ନେତା ଏହି ଘଟଣାରେ ସହଯୋଗ କରୁନାହାଁନ୍ତି । ଏହାପୂର୍ବରୁ ମଙ୍ଗଳବାର ଦିନ ଇଡି ଆଲମକୁ ୧୦ ଘଣ୍ଟା ପଚରାଉଚରା କରିଥିଲା।

୭୦ ବର୍ଷିୟ ଆଲମଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ତାଙ୍କ ବିବୃତ୍ତିକୁ ରେକର୍ଡ କରିବା ପାଇଁ ମଙ୍ଗଳବାର ଦିନ ରାଞ୍ଚିରେ ଥିବା ଇଡି ଜୋନାଲ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । ଗତ ବର୍ଷ ଗିରଫ ହୋଇଥିବା  ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବିରେନ୍ଦ୍ର କେ ରାମଙ୍କ ବିରୋଧରେ ଚାଲିଥିବା ଅର୍ଥ ହେରଫେର ମାମଲାର ଅନୁସନ୍ଧାନ ସହ ଏହି ଚଢାଉ କରାଯାଇଥିଲା । ଉଦ୍ଧାର ହୋଇଥିବା ଅଧିକାଂଶ ନଗଦ ୫ଶହ ଟଙ୍କା ନୋଟ୍ ଥିଲା । ଏହା ବ୍ୟତୀତ ଏଜେନ୍ସି ଅଧିକାରୀମାନେ ଆଲାମଙ୍କ ଫ୍ଲାଟରୁ କିଛି ଅଳଙ୍କାର ମଧ୍ୟ ଉଦ୍ଧାର କରିଥିଲେ । ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ ଏବଂ ତାଙ୍କ ଘରୋଇ ସହାୟତା ଜାହାଙ୍ଗୀର ଆଲାମ ଉଭୟଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଥିଲା । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.