ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଲଗାଣ ବର୍ଷାରେ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ଫିରିଙ୍ଗିଆ,୨୨।୭ :  ସାରା ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଥିବା ବେଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ମଧ୍ୟ୍ୟ ଦୀର୍ଘ ପାଞ୍ଚଦିନ ହେବ  ବର୍ଷା ଲାଗି ରହିଛି I ତେବେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ  ବେଳେ  ଥିବା ନଦୀନାଳ ମାନଙ୍କରେ ବର୍ଷାପାଣି ଭାରିରହିଛି I ଅନେକ ରାସ୍ତା ରେ ବର୍ଷା ଯୋଗୁଁ ଗାଡିଚଳାଚଳ ମଧ୍ୟ୍ୟ ବାଧାପ୍ରାପ୍ତ ରହିଛି I ସେପଟେ ବ୍ଲକ ଅଧୀନରେ ଥିବା ଅନେକ ଗାଁ କୁ ନଦୀ ନାଳ ଘେରି ରହିଥିବା ଓ ନଦୀ ଉପରେ ଯାତାୟତ ପାଇଁ କୌଣସି ପୋଲ ର ସୁବିଧା ନଥିବାରୁ ବ୍ଲକ ଅଧୀନରେ ଥିବା ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି I 

ସୂଚନା ଅନୁସାରେ ଏହି ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଂଚାୟତ ଅଧୀନରେ ଥିବା ଡ଼ଙ୍ଗୀମେଣ୍ଡି ଗାଁ କୁ ସଂଯୋଗ କରୁଥିବା ରାସ୍ତା ମଝିରେ ଯାଇଥିବା ବାଘ ନଦୀରେ ବର୍ଷା ପାଣି ପ୍ରଭାହିତ ହେଉଛି। ନଦୀ ସେପଟେ ଥିବା ଡ଼ଙ୍ଗୀମେଣ୍ଡି ଗାଁରେ ଥିବା ସ୍କୁଲ ଓ ଅଙ୍ଗନବାଡ଼ି ବାଘ ନଦୀରେ ପାଣି ବେଶୀ ବଢି ଯିବାରୁ କିଛି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି I ଠିକ ସେହିପରି ପାଙ୍ଗା ପଞ୍ଚାୟତ ଅଧୀନରେ ଥିବା ମାର୍କାଳୀ ଗାଁ ମଧ୍ୟ ଗାଁ ନିକଟରେ ଥିବା ନଦୀରେ ପାଣି ଆସୁଥିବାରୁ ଏହି ଗାଁର ପ୍ରତି କୋଡିଏ ରୁ ପଚିଶ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି I ସେପଟେ ସାଲାଗୁଡା ଓ ଲୋଇସିଂ ପଞ୍ଚାୟତ  ମଧ୍ୟ୍ୟ କିଛି ଗାଁ ଚାରିଦିନ ହେଲା ବାହ୍ୟ ଜଗତରୁ ବିଛିନ୍ନ ହୋଉପଡ଼ିଛି I ଅନେକ ଯାଗାରେ ବର୍ଷା ଯୋଗୁଁ ରାସ୍ତା ଉପରେ ଗଛ ପଡ଼ିଥିବା ବେଳେ ଯାତାୟତ ମଧ୍ୟ୍ୟ ବାଧାପ୍ରାପ୍ତ ହୋଇଛି I ସୋମବାର ସକାଳୁ ଗୋଛାପଡା ନିକଟରେ ଏକ ବିରାଟ ଗଛ ପଡିଯିବାରୁ ପ୍ରାୟ ତିନି ରୁ ଚାରିଘଣ୍ଟା ରାସ୍ତା ଅବରୋଧ ହୋଇ ରହିଥିଲା ପରେ ଖବର ପାଇଁ ଘଟଣା ସ୍ଥଳରେ ଫିରିଙ୍ଗିଆ ରୁ ଅଗ୍ନିଶମ ବାହିନୀ ଯାଇ ଗଛକାଟି ରାସ୍ତା ସଫା କରିଥିଲେ I ସେପଟେ ଲଗାଣ ବର୍ଷା ପାଇଁ ବ୍ଲକ ପ୍ରଶାସନ ତରଫରୁ ମଧ୍ୟ ବିଭିନ୍ନ ଯାଗାରେ ପ୍ରସ୍ତୁତି କରାଯାଇଥିବା ବେଳେ ବିଭିନ୍ନ ଯାଗାରେ ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଅସ୍ଥାୟୀ ଭାବରେ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ସୂଚନା ଦେବା ସହ ବର୍ଷା ପାଇଁ ବ୍ଲକ ପ୍ରଶାସନ ପ୍ରସ୍ତୁତ ରହିଥିବା କହିଛନ୍ତି I

ଆହୁରି ପଢନ୍ତୁ : ସ୍ତ୍ରୀ ଓ ଶାଶୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଜ୍ବାଇଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.