ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା ଭବନ: ଚାଲିଛି ସଫେଇ, ଆବଶ୍ୟକତା ଅନୁସାରେ ସୁସଜ୍ଜିତ ହେବ

ଭୁବନେଶ୍ୱର,୧୫/୦୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ଦିଲ୍ଲୀରେ ପ୍ରସ୍ତୁତ ହେଉଛି ଓଡ଼ିଶା ଭବନ । ୨୭ କୌଟିଲ୍ୟ ମାର୍ଗ ଡିପ୍ଲମାଟିକ ଏନ୍‌କ୍ଲେଭ୍‌ରେ ରହିଛି ଓଡ଼ିଶା ଭବନ । ଦିଲ୍ଲୀ ଆସିଲେ ଏହି ସ୍ଥାନରେ ରୁହନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଏହାର ପ୍ରଥମ ମହଲାରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ୪ ପ୍ରକୋଷ୍ଠ । ଏଥିରେ ବେଡ୍‌ରୁମ୍‌, ଅଫିସ, ସେକ୍ରେଟାରୀ ରୁମ୍‌ ସହିତ କନ୍‌ଫରେନ୍ସ ହଲ୍‌ ରହିଛି । 

ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଓଡ଼ିଶା ଭବନରେ ମଧ୍ୟ ହଲଚଲ ଦେଖିବାକୁ ମିଳିଛି । ବନ୍ଦ ରହିଥିବା ଘରକୁ ଖୋଲି ସଫେଇ କରାଯିବା ସହ ଆବଶ୍ୟକ ପ୍ରସ୍ତୁତି କରାଯାଉଛି । ନୂଆ  ମୁଖ୍ୟମନ୍ତ୍ରୀ ଆସିବା ପରେ ତାଙ୍କ ଆବଶ୍ୟକତା ଓ ବରାଦ ଅନୁସାରେ  ପୁଣି ଏହାକୁ ସୁସଜ୍ଜିତ କରାଯିବ ।  ଏହି ରୁମ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବଶ୍ୟକତା  ଅନୁସାରେ ସଜ୍ଜିତ ଥିଲା । 

ଗତ ୨୪  ବର୍ଷ ହେଲା ୩ ଅବଦୁଲ କଲାମ ରୋଡ୍‌ ଥିଲା ଦିଲ୍ଲୀରେ ନବୀନଙ୍କ ବାସସ୍ଥାନ । ଦିଲ୍ଲୀରେ ଓଡ଼ିଶାର ପାୱାର ସେଣ୍ଟର  ଅବଦୁଲ କଲାମ ରୋଡ୍‌ ଥିଲା । ସେ ଦିଲ୍ଲୀ ଆସିଲେ ଏଠାରେ ରହୁଥିଲେ । ଆବାସିକ  କମିଶନ ଓ ଅନ୍ୟ ସରକାରୀ କାମ ସମସ୍ତ  ବୈଠକ ଓଡ଼ିଶା ଭବନରେ କରୁଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.