ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଭୁବନେଶ୍ବରରେ ମୁକୁଳା ଡ୍ରେନରେ ଭାସିଯାଇ ନାବାଳକ ମୃତ

ଭୁବନେଶ୍ବର,୧୮।୬ ରାଜଧାନୀ ଭୁବନେଶ୍ବରରେ ଅପରାହ୍ନରେ  ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ଆରମ୍ଭ ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ରାସ୍ତା ବୁଡିଯାଇଥିଲା । ଏହି ସମୟରେ  ଜଣେ ନାବାଳକ ଡ୍ରେନକୁ ଖସିପଡି ବର୍ଷା ଜଳ  ସ୍ରୋତରେ ଭାସିଯାଇଥିଲା।  ଭୁବନେଶ୍ବର ୟୁନିଟ-୩ ମସଜିଦ କଲୋନୀ ନିକଟରେ ଏହି ଘଟଣା ଘଟିଥିଲା। ପରେ ସ୍ଥାନୀୟ ଲୋକେ ଡ୍ରେନରେ ଖୋଜାଖୋଜି କରିଥିଲେ। ଲକ୍ଷ୍ମୀସାଗର ମେଲଣ ପଡିଆ ନିକଟରୁ  ନାବାଳକଙ୍କୁ ଉଦ୍ଧାର କରିଥିଲେ। ପରେ ନାବାଳକଙ୍କୁ ଚିକିତ୍ସା ପାଇଁ  କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।   ସେଠାରେ ନାବାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତ ନାବାଳକ ଜଣକ  ହେଲେ ଅବୁ ବକର। 

ଆଜି ଦିନ ୨ଟା ସମୟରୁ ଆରମ୍ଭ ହୋଇଛି ବର୍ଷା। ତୁହାକୁ ତୁହା ପବନ ସାଙ୍ଗକୁ ବିଜୁଳି ଘଡଘଡି ମାରିଥିଲା। ବଜ୍ରପାତରେ ଲୋକେ ଘରୁ ବାହାରକୁ ବାହାରି ପାରି ନ ଥିଲେ।  ସାମାନ୍ୟ ବର୍ଷାରେ  ସହରର ବିଭିନ୍ନ ସ୍ଥାନରେ ରାସ୍ତା ବୁଡିବା ସହ ମାର୍କେଟ କମ୍ପ୍ଲେକ୍ସ ଅଞ୍ଚଳରେ ପାଖାପାଖି ୨ଫୁଟ୍ ପାଣି ଚାଲୁଥିବା ଦେଖିବାକୁ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.