ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବିଧାନସଭାର ପ୍ରଥମ ଦିନରେ ରୋଚକ ଦୃଶ୍ୟ, ଲକ୍ଷ୍ମଣ ବାଗଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ଵର, ୧୮/୦୬ : ବିଧାନସଭାର ପ୍ରଥମ ଦିନରେ ରୋଚକ ଦୃଶ୍ୟ। ନବୀନ ଚାଲି ଯାଉଥିବା ଦେଖି ଛିଡ଼ା ହୋଇଗଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ। ଛିଡ଼ା ହୋଇ ନବୀନଙ୍କୁ ନିଜର ପରିଚୟ ଦେଲେ। ପରିଚୟ ପାଇ ଲକ୍ଷ୍ମଣ ବାଗଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ। ଏହାପରେ ଉଭୟ ଗୃହ ଭିତରେ ସାମ୍ନାସାମ୍ନି କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ନବୀନ ଓଃ ୟୁ ଡିଫିଟେଡ୍ ମି... ବୋଲି ଲକ୍ଷ୍ମଣଙ୍କୁ କହିଥିଲେ। 


ସୂଚନା ଥାଉକି, ରାଜନୀତିରେ ପାଦ ଦେବା ଦିନଠାରୁ କେବେ ପରାଜୟର ସାମ୍ନା କରି ନଥିଲେ ନବୀନ। ଦୀର୍ଘ ୨୪ ବର୍ଷ ପରେ କଣ୍ଟାବାଞ୍ଜିରେ ପରାଜୟର ସ୍ଵାଦ ଚାଖିଥିଲେ ନବୀନ ପଟ୍ଟନାୟକ। ତାଙ୍କ କ୍ୟାରିଅରରେ ପ୍ରଥମ ଥର ପାଇଁ ସେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ନିର୍ବାଚନରେ ହାରିଥିଲେ। ୧୬ ହଜାରରୁ ଉର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ସେ ପରାଜିତ ହୋଇଥିଲେ। କଣ୍ଟାବାଞ୍ଜି ଆସନରୁ ନବୀନ ୭୪୫୩୨ ଭୋଟ ପାଇଥିବା ବେଳେ ଲକ୍ଷ୍ମଣ ବାଗ ୯୦୮୭୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କୁ ୨୬୮୩୯ ଖଣ୍ଡ ଭୋଟ ମିଳିଥିଲା



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.