ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

କଟକ, ୧୮/୦୬ : ହାଇକୋର୍ଟରେ କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା। ଓସେପାର ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ଜଣିକିଆ ଖଣ୍ଡପୀଠଙ୍କ ରାୟ ସଂଶୋଧନ କଲେ ଡିଭିଜନ ବେଞ୍ଚ୍। ମେରିଟ୍ ସହ ପ୍ରିଫରେନ୍ସକୁ ଗୁରୁତ୍ଵ ଦେଇ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁଣାତ୍ମକ ଶିକ୍ଷା ପାଇଁ ଏକ ଗୁଣାତ୍ମକ ଶିକ୍ଷାଦାନର ବ୍ୟବସ୍ଥା ବା ଜଣେ ମେଧାବୀ ଶିକ୍ଷକର ଆବଶ୍ୟକ ରହିଛି। ଏହି ଯୁକ୍ତିକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। 

ସୂଚନାନୁଯାୟୀ, ଓସେପା ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୩ ସେପ୍ଟେମ୍ଵର ୧୩ରୁ ଏଥିପାଇଁ ଆବେଦନ ପତ୍ର ଆହ୍ଵାନ କରାଯାଇଥିଲା। ୨୦୨୩ ଅକ୍ଟୋବର ୧୦ ତାରିଖ ଆବେଦନର ଶେଷ ତାରିଖ ଥିଲା। ଇତିମଧ୍ୟରେ ବିଭିନ୍ନ ପରୀକ୍ଷା ଶେଷ ହେବା ପରେ ବାହାରିଥିଲା ମେରିଟ୍ ଲିଷ୍ଟ। ପରବର୍ତ୍ତୀ ପର୍ଯ୍ୟାୟରେ ସାର୍ଟିଫିକେଟ୍ ଯାଞ୍ଚ୍ ଲାଗି ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନିଯୁକ୍ତି ବିଜ୍ଞପ୍ତି ନିୟମ ଆଧାରରେ ମେଧା ତାଲିକା ପ୍ରକାଶ କରାଯାଇନଥିବା ଅଭିଯୋଗ ହୋଇଥିଲା। ବିଜ୍ଞପ୍ତି ନିୟମ ଅନୁସାରେ ଜିଲାୱାରୀ ମେରିଟ୍ ଲିଷ୍ଟ ବାହାରିବାର ଥିଲା। କିନ୍ତୁ ସରକାର ରାଜ୍ୟବ୍ୟାପୀ ମେଧା ତାଲିକା ପ୍ରକାଶ କରିଥିଲେ। ଯାହା ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତ ଉଲ୍ଲଙ୍ଘନ କରୁଥିଲା। ତେଣୁ ଆବେଦନକାରୀ ଏହି ପ୍ରକ୍ରିୟାକୁ ବାତିଲ୍ କରିବାକୁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ, ଜିଲାୱାରୀ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ ପାଇଁ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ରାୟ ଦେଇଥିଲେ। ଆଜି ଏହି ରାୟକୁ ସଂଶୋଧନ କରି ଓସେପା ମେରିଟ ଲିଷ୍ଟକୁ କାଏମ ରଖିଛନ୍ତି ଡିଭିଜନ ବେଞ୍ଚ୍।






  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.