ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ହାଇଟେକ ଢଙ୍ଗରେ ନିର୍ବାଚନ ଲଢ଼ିବ କଂଗ୍ରେସ: ଏଥର ଟିକଟ ପାଇଁ କାମ ଦେବନି ଲବି, ଆଶାୟୀ କରିବେ ଅନଲାଇନରେ ଆବେଦନ

Published By : Prameya | February 2, 2024 10:43 AM

ଭୁବନେଶ୍ୱର,୦୨/୦୨: ହାଇଟେକ  ଢଙ୍ଗରେ ନିର୍ବାଚନ ଲଢ଼ିବ କଂଗ୍ରେସ । ଟିକଟ ପାଇଁ ଟଣାଓଟରା କି ଲବି ରାଜନୀତିରେ ଲାଗିବ ରୋକ୍‌ । ପୂରା ସ୍ୱଚ୍ଛ ଢଙ୍ଗରେ ଟିକଟ ବାଣ୍ଟିବ କଂଗ୍ରେସ । ଯିଏ ଟିକଟ ଆଶାୟୀ  ଅନଲାଇନରେ ଆବେଦନ କରିବେ ।  ସବୁ ଆଶାୟୀଙ୍କ ବାବଦରେ ଟିକିନିଖି ପରଖିବ ଦଳ ।  ଜନତାଙ୍କ ମତ ବୁଝିବ ।  ସର୍ଭେ ଟିମ୍‌ ପୂରା ଖୋଳତାଡ଼  କରି ରିପୋର୍ଟ ଦେବେ ।  ଯାହାର ଜିତିବା ସମ୍ଭାବନା ଅଧିକ,  ତାଙ୍କୁ ହିଁ କଂଗ୍ରେସ ଟିକଟ ଦେବ ।   

କଂଗ୍ରେସ ଏଥର ଟିକଟ ଦେଇ ଦଳ ପୂରା ମାପିଚୁପି ବାଟ ଚାଲୁଛି । ପୂର୍ବ ଅଭିଜ୍ଞତାରୁ ଦଳ ଟିକଟ ବଣ୍ଟନରେ କୌଣସି ପ୍ରକାର  ଲବି ରାଜନୀତିକୁ ପ୍ରଶୟ ଦେବନି ବୋଲି  ନିଷ୍ପତ୍ତି ନେଇଛି । ଏ ନେଇ ଦଳର ପ୍ରଭାରୀ  ଡ. ଅଜୟ କୁମାର ନେଇଛନ୍ତି କଡ଼ା  ଆଭିମୁଖ୍ୟ । ଅନ୍ୟପଟେ ଟିକଟ  ବଣ୍ଟନ ପ୍ରକ୍ରିୟା କେମିତି ତ୍ୱରିତ  ହେବ, ସେ ନେଇ ସ୍କ୍ରିନିଂ  କମିଟି ଅଧ୍ୟକ୍ଷ ମଧୁସୂଦନ  ମିସ୍ତ୍ରୀ ଭୁବନେଶ୍ୱର ଆସି  ଦୁଇଦିନ ହେବ ପ୍ରଭାରୀ  ଅଜୟ କୁମାର ଓ ପିସିସି ସଭାପତି ଶରତ  ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।  ଉଭୟ ନେତା କହିଛନ୍ତି, ଦଳ ଏଥର  ଯୋଗ୍ୟ ଓ ଜିତିବା ସମ୍ଭାବନା ଥିବା ନେତାଙ୍କୁ  ହିଁ ଟିକଟ ଦେବ । ଏଥିରେ କାହାର ପ୍ରଭାବ  କି ଲବି କାଟୁ କରିବନି । ପୂରା ବ୍ୟବସ୍ଥା ସ୍ୱଚ୍ଛତାର ସହ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.