ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

କମ୍ପାନିର ନିଆର ପଦକ୍ଷେପ, କର୍ମଚାରୀଙ୍କ ପାଇଁ ଘୋଷଣା କଲା ଡେଟିଂ ଛୁଟି

ନୂଆଦିଲ୍ଲୀ ୦୭/୦୯ : ଏକ କମ୍ପାନି ନିଜ କର୍ମଚାରୀଙ୍କ ପାଇଁ ଏକ ବଡ଼ ପଦକ୍ଷେପ ହାତକୁ ନେଇଛି । ଡ୍ୟୁଟି ସମୟରେ କର୍ମଚାରୀ ସେମାନଙ୍କ ପ୍ରେମିକ/ପ୍ରେମିକାଙ୍କ ସହ ଡେଟିଂରେ ଯାଇପାରିବେ । ସେତିକି ନୁହେଁ, ଏଥିପାଇଁ ସେମାନଙ୍କୁ ପୂରା ଦରମା ମଧ୍ୟ ମିଳିବ । ହଁ, ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଥାଇର ମାର୍କେଟିଂ ଏଜେନ୍ସି ‘ହ୍ୱାଇଟ୍‌ଲାଇନ୍‌ ଗ୍ରୁପ୍‌’ ନିଜ କର୍ମଚାରୀଙ୍କ ପାଇଁ ଏହି ପଦକ୍ଷେପ ନେଇଛି । ଅଫିସ୍‌ରେ ଡ୍ୟୁଟି ସମୟରେ ଏହା କର୍ମଚାରୀଙ୍କୁ ବାହାରକୁ ଯିବାକୁ ଏବଂ ଲୋକଙ୍କ ସହ ଡେଟ୍‌ କରିବାକୁ ଉତ୍ସାହିତ କରୁଛି । 

ଏଭଳି ଏକ ଅଜବ ନୀତି ଲାଗୁ କରିବାର କାରଣ ବିଷୟରେ କମ୍ପାନି କହିଛି, ଅନେକ ଅଧ୍ୟୟନକର୍ତ୍ତାଙ୍କ କହିବା ଅନୁସାରେ ଯେଉଁମାନେ ପ୍ରେମ କରିଛନ୍ତି ଏବଂ ପ୍ରେମ ସମ୍ପର୍କରେ ଅଛନ୍ତି ଅନ୍ୟମାନଙ୍କ ତୁଳନାରେ ସେମାନେ ଅଧିକ ସୁଖୀ । ସେମାନେ ଖୁସି ରହୁଥିବାରୁ ନିଜ କାମକୁ ମଧ୍ୟ ଉପଭୋଗ କରନ୍ତି । ତେଣୁ କର୍ମଚାରୀଙ୍କ ଉତ୍ପାଦକତା ବଢ଼ାଇବା ପାଇଁ, କମ୍ପାନି ଏହି ଅଦ୍ଭୁତ ନିୟମ ଲାଗୁ କରିଛି । କାମସ୍ଥଳୀରେ କର୍ମଚାରୀଙ୍କ ଉତ୍ପାଦକତା ବୃଦ୍ଧି ଓ ସେମାନଙ୍କ ସାମଗ୍ରୀକ କଲ୍ୟାଣ ପାଇଁ କମ୍ପାନି ‘ଟିଣ୍ଡର୍‌ ଲିଭ୍‌ସ’ ନାମକ ଛୁଟି ନୀତି ଲାଗୁ କରିଛି ।

ଏହି ଛୁଟିରେ କର୍ମଚାରୀଙ୍କ ଦରମା କଟିବ ନାହିଁ । କମ୍ପାନିରେ ପ୍ରାୟ ୨୦୦ କର୍ମଚାରୀ ଅଛନ୍ତି । ସେମାନେ ଗତ ଜୁଲାଇ ମାସରୁ ଆସନ୍ତା ଡିସେମ୍ବର ଶେଷ ପର୍ଯ୍ୟନ୍ତ ୬ ମାସ ପାଇଁ ‘ଟିଣ୍ଡର୍‌ ଲିଭ୍‌ସ’ ବା ଡେଟିଂ ଛୁଟି ନେଇପାରିବେ । ସେତିକି ନୁହେଁ, ଉପଯୁକ୍ତ ସାଥୀ ଖୋଜୁଥିବା କର୍ମଚାରୀଙ୍କୁ ସାହାଯ୍ୟ କରିବା ଲାଗି ଟିଣ୍ଡର୍‌ ଗୋଲ୍ଡ ଓ ଟିଣ୍ଡର୍‌ ପ୍ଲାଟିନମ୍‌ (ଟିଣ୍ଡର୍‌ରେ ସାଥୀ ଖୋଜିବା ପାଇଁ ଉପଲବ୍ଧ ବିକଳ୍ପ, ଯେଉଁଥିପାଇଁ ଶୁଳ୍କ ଦେବାକୁ ପଡ଼େ)ରେ ସବ୍‌ସ୍କ୍ରାଇବ୍‌ କରିଥିବା କର୍ମଚାରୀଙ୍କୁ ମଧ୍ୟ କମ୍ପାନି ଅର୍ଥ ଦେବାକୁ ଘୋଷଣା କରିଛି । ତେବେ, ଡେଟିଂ ଲାଗି କମ୍ପାନି କେତେ ଦିନ ଛୁଟି ଦେବ, ତାହା କହିନାହିଁ । କେବଳ ଗୋଟିଏ ସପ୍ତାହ ପୂର୍ବରୁ ସେମାନଙ୍କୁ ଏ ବିଷୟରେ ଜଣାଇବାକୁ ପଡ଼ିବ । ଏହି ଅଜବ ନୀତି ଲାଗୁ କରିବା ପଛରେ ଏକ କାହାଣୀ ରହିଛି । କମ୍ପାନିର ଜଣେ ମହିଳା କର୍ମଚାରୀ କାମ ବ୍ୟସ୍ତ ଯୋଗୁ ରୋମାଣ୍ଟିକ୍‌ ଡେଟ୍‌ରେ ଯାଇ ପାରୁନଥିବା ଅଭିଯୋଗ କରିବା ପରେ କମ୍ପାନି ଏହି ଯୁଗାନ୍ତକାରୀ ବିଚାରକୁ କାର୍ଯ୍ୟକାରୀ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.