ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବିରଳ ରୋଗରେ ପୀଡିତ ବାବୁଲିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିକିତ୍ସା ସହାୟତା

ଭୁବନେଶ୍ୱର ୧୬/୦୬: ଭଦ୍ରକର ବାବୁଲି ବାରିକଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପରିବାରକୁ ତୁରନ୍ତ ୩୦ ହଜାର ଟଙ୍କା ସହାୟତା ପ୍ରଧାନ କରିବାକୁ କୁହାଯାଇଛି।  ଗରିବ ପିଲାଟି ବିରଳ ରୋଗ ରେ ପୀଡିଥିବା ନେଇ ବିଭିନ୍ନ ସୋସିଆଲ ମିଡିଆ  ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ସୂତ୍ରରୁ ମୁଖ୍ୟମନ୍ତ୍ରୀଙ୍କ ଜାଣିବାକୁ  ପାଇଥିଲେ।

ଭଦ୍ରକ ଜିଲ୍ଲାର ଚାନ୍ଦବାଲିର ମାଧପୁର ଗାଁର ୧୪ ବର୍ଷର ବାବୁଲି ବାରିକଙ୍କ ବାପା ଚିନ୍ତାମଣି ଏବଂ ମା’ ଝରଣା ବାରିକ ଅତ୍ୟନ୍ତ ଗରିବ। ବାବୁଲି ଟ୍ରମାଟିକ୍ ନ୍ୟୁରୋ ମୋଟର ଡିସଅର୍ଡର  ନାମକ  ଏକ ବିରଳ ରୋଗରେ ପୀଡିତ। ଚିିକିତ୍ସା ପାଇଁ ଆର୍ଥି ସାଜିଛି ବାଧକ।  ଏ ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆରୁ ଜାଣିବାକୁ ପାଇବା ପରେ ଦେଇଛନ୍ତି ସହାୟତା।  

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବାବୁଲିର ପରୀକ୍ଷା କରିବା ପାଇଁ ମାଧପୁର ଗ୍ରାମରେ ଥିବା ତାଙ୍କ ଘରକୁ ଏକ ଡାକ୍ତର ଦଳ ପଠାଯାଇଥିଲା। ଚେକ୍ ଅପ୍ ପରେ ପିଲାଟିକୁ ଅଧିକ ଚିକିତ୍ସା ପାଇଁ କଟକସ୍ଥିତ ଏସସିବି ମେଡିକାଲକୁ ପଠାଯାଇଛି। ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପରିବାର ସହିତ ଯୋଗାଯୋଗ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.