ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଛେତ୍ରୀଙ୍କ ୧୯ ବର୍ଷ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ, ବିଦାୟୀ ମ୍ୟାଚ୍‌ରେ କାନ୍ଦି ପକାଇଲେ

ନୂଆଦିଲ୍ଲୀ ୦୭/୦୬: ସୁନୀଲ ଛେତ୍ରୀ କ୍ୟାପଟେନ, ଲିଡର ଓ ଲିଜେଣ୍ଡ୍‌ । କୋଲକାତା ସଲ୍ଟ ଲେକ୍‌ ଷ୍ଟାଡିୟମରେ ଗୁରୁବାର ଖେଳିଥିଲେ କ୍ୟାରିୟରରେ ଶେଷ ମ୍ୟାଚ୍‌ । ବିଦାୟୀ ମ୍ୟାଚ୍‌ କୁଏତ ସହ ଥିଲା ।  ଏହି ମ୍ୟାଚ୍‌ରେ ଦଳକୁ ସେ ଜିତାଇ ପାରି ନଥିଲେ ସତ, ମାତ୍ର ମ୍ୟାଚ୍‌ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଗୋଲଶୂନ୍ୟ ଡ୍ର’ ରହିଥିଲା ଏବଂ ଭାରତ ଓ କୁଏତ ଗୋଟିଏ ଲେଖାଏଁ ପଏଣ୍ଟ  ପାଇଥିଲେ । ବିଦାୟୀ ମ୍ୟାଚ୍‌ରେ ଭାବପ୍ରବଣ ହୋଇ ପଡ଼ିଥିଲେ ଛେତ୍ରୀ । ତାଙ୍କ ଆଖିରୁ ଝରି ଆସିଥିଲା ଲୁହ । ନିଜକୁ ସେ ସମ୍ଭାଳି ପାରି ନଥିଲେ ।ଦଳର ସାଥି ଖେଳାଳିମାନେ ତାଙ୍କୁ ଦେଇଥିଲେ ଶାନ୍ତ୍ୱନା । ଉଭୟ ଦଳର ଖେଳାଳି ଗାର୍ଡ ଅଫ୍‌ ଅନର ସହ ଛେତ୍ରୀଙ୍କୁ ବିଦାୟ ଦେଇଥିଲେ । ଏଥିସହ ଭାରତୀୟ ଫୁଟବଲରେ ଏକ ଯୁଗର ଅବସାନ ଘଟିଥିଲା ।

କିମ୍ବଦନ୍ତୀ ଚୁନି ଗୋସ୍ୱାମୀ, ପି.କେ ବାନାର୍ଜୀ, ଆଇଏମ୍‌ ବିଜୟନ ଏବଂ ବାଇଚୁଙ୍ଗ ଭୂତିଆଙ୍କ ପରେ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲରେ ନିଜର  ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ଦୀର୍ଘ ୧୯ ବର୍ଷର  କ୍ୟାରିୟରରେ ଭାରତୀୟ ଦଳକୁ ସେ ବହୁ ସଫଳତାର ଅଧିକାରୀ କରାଇଥିଲେ । ଗତ ବର୍ଷ ଭାରତ ଚମତ୍କାର  ପ୍ରଦର୍ଶନ କରି ଫିଫା ମାନ୍ୟତାରେ ଶ୍ରେଷ୍ଠ ୧୦୦ ଦଳ  ମଧ୍ୟରେ ପ୍ରବେଶ କରିପାରିଥିଲା । ଯଦିଓ ପରେ ପୁଣି  ଏହି ମାନ୍ୟତାରେ ବହୁ ହ୍ରାସ ଘଟିଛି । 

ଆମ ଦେଶରେ ଫୁଟବଲର ବହୁ ଆଦର ରହିଛି ।  କିନ୍ତୁ ଆମ ଫୁଟବଲ ଦଳ ପୂର୍ବ ଗାରିମା ଫେରି ପାଇବା  ପାଇଁ ଦୀର୍ଘ ୫୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ସଂଘର୍ଷ କରି  ଚାଲିଛି । ହେଲେ ଏ ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ ।  ୧୯୫୦ରୁ ୧୯୬୨ ମସିହା ମଧ୍ୟରେ ଭାରତୀୟ ଫୁଟବଲ୍‌  ଦଳ ବହୁ ସଫଳତା ହାସଲ କରିଥିଲା । ମାତ୍ର ଏହା ପରେ  ଏମିତି କ’ଣ ହେଲା ଯେ ଦଳର ପ୍ରଦର୍ଶନ ଧୀରେ ଧୀରେ  ଧରାସାୟୀ ହୋଇ ପଡ଼ିଲା । 




ବିଗତ ଏକ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ଭାରତୀୟ  ଫୁଟବଲ୍‌ ପୂର୍ବ ଗାରିମା ଫେରି ପାଇବାର ଉଦ୍ୟମ ଅଧିକ  ତୀବ୍ର ହୋଇଛି । ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)  ଆରମ୍ଭ ହେବା ଦିନରୁ ଧୀରେ ଧୀରେ ଦର୍ଶକ ଫୁଟବଲ୍‌  ଦିଗରେ ମୁହାଁଇଲେଣି । ନିଜ ଖେଳାଳି ଓ ଫେବରିଟ୍‌  କ୍ଲବକୁ ନେଇ ଆଲୋଚନା ଆରମ୍ଭ କଲେଣି । ସେମିତି  ଭାରତ ଖେଳୁଥିବା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦର୍ଶକଙ୍କ ଭିଡ଼  ଜମିବାରେ ଲାଗିଲାଣି । ପୂର୍ବାପେକ୍ଷା ଭାରତ ଅନ୍ତର୍ଜାତୀୟ  ଫୁଟବଲ୍‌ରେ ଭଲ ଖେଳୁଛି । ଦର୍ଶକଙ୍କୁ ପ୍ରଭାବିତ  କରିପାରୁଛି । କୁଏତ ବିପକ୍ଷ ମ୍ୟାଚରେ ସଲ୍ଟ ଲେକ୍‌  ଷ୍ଟାଡିୟମ ଏକ ପ୍ରକାର ପୂରି ଉଠିଥିଲା । ଏହା ହିଁ ଦର୍ଶାଉଛି  ଯେ ଭାରତରେ ଫୁଟବଲର ବିକାଶ ଊଦ୍ଧ୍ୱର୍ମୁଖୀ ରହିଛି ।  

ଏସବୁ କାରଣ ପଛରେ ଗୋଟିଏ କଥା ସ୍ପଷ୍ଟ  ହେଉଛି ଯେ ଆମ ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ହିଁ  ଦର୍ଶକଙ୍କୁ ପୁଣି ଫୁଟବଲ୍‌ ମୁହାଁ କରାଇଛି । ବାଇଚୁଙ୍ଗ  ଭୂତିଆଙ୍କ ପରେ ସୁନୀଲ ଛେତ୍ରୀଙ୍କ ଆବିର୍ଭାବ  ଭାରତୀୟ ଫୁଟବଲକୁ ଏକ ନୂଆ ଆଭା ଦେଇଥିଲା ।  

ଜନ୍ମ ଓ ପରିବାର ଛେତ୍ରୀଙ୍କ ଜନ୍ମ ୧୯୮୪ ମସିହା ଅଗଷ୍ଟ ୩ ତାରିଖ ।  ବାପା ବି.କେ ଛେତ୍ରୀ ଥିଲେ ଭାରତୀୟ ସେନାରେ  ମେକାନିକାଲ ଇଞ୍ଜିନିୟର ଓ ମା’ ସୁଶୀଳା ଛେତ୍ରୀ ।  ତେଲଙ୍ଗାନାର ସିକନ୍ଦରାବାଦରେ ସେ ଜନ୍ମ ହୋଇଥିଲେ ।  ବାପା ଆର୍ମି ଦଳରୁ ଫୁଟବଲ୍‌ ଖେଳୁଥିଲେ । ମା’ ଏବଂ ତାଙ୍କର  ଦୁଇ ଯାଆଁଳା ଭଉଣୀ ନେପାଳ ମହିଳା ଦଳ ପାଇଁ ଫୁଟବଲ୍‌  ଖେଳିଛନ୍ତି । ବାପା, ମା’ଙ୍କ ଦ୍ୱାରା ପ୍ରଭାବିତ ହୋଇ ଛେତ୍ରୀ  ଫୁଟବଲ୍‌ ଖେଳିବା ଆରମ୍ଭ କରିଥିଲେ । ୨୦୧୭ ଡିସେମ୍ବର  ୪ ତାରିଖରେ ନିଜ ବାନ୍ଧବୀ ସୋନମଙ୍କୁ ବିବାହ କରିଥିଲେ ।  

କ୍ୟାରିୟର ସିଟି ଫୁଟବଲ୍‌ କ୍ଲବରୁ ୨୦୦୧ରୁ ଛେତ୍ରୀଙ୍କ କ୍ୟାରିୟର  ଆରମ୍ଭ ହୋଇଥିଲା । ତହିଁ ପରବର୍ଷ ସେ ମୋହନ ବାଗାନ  ପକ୍ଷରୁ ଖେଳିଥିଲେ । ୨୦୦୫ ପର୍ଯ୍ୟନ୍ତ ସେ କ୍ଲବ୍‌ ପାଇଁ ୧୮ଟି  ମ୍ୟାଚ୍‌ ଖେଳି ୮ଟି ଗୋଲ୍‌ ସ୍କୋର କରିଥିଲେ । ପରବର୍ତ୍ତୀ  ସମୟରେ ଛେତ୍ରୀ ଏକାଧିକ କ୍ଲବ ପକ୍ଷରୁ ଖେଳିଛନ୍ତି ।  ୨୦୧୪ରେ ଆଇଏସ୍‌ଏଲ୍‌ ଆରମ୍ଭ ହେବା ପରଠୁ ଖେଳି  ଆସୁଛନ୍ତି । ବେଙ୍ଗାଲୁରୁ ଦଳର ସେ ଅଧିନାୟକ ରହିଛନ୍ତି ।  ୨୦୦୪ରେ ୨୦ ବର୍ଷରୁ କପ୍‌ ଜାତୀୟ ଦଳରେ  ସାମିଲ ହୋଇ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ୨୦୦୫  ଜୁନ ୧୨ ତାରିଖରେ ଛେତ୍ରୀ ସିନିୟର ଦଳରେ ସାମିଲ  ହୋଇ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ  ଖେଳିଥିଲେ ଏବଂ ପଦାର୍ପଣ ମ୍ୟାଚ୍‌ରେ ଗୋଟିଏ ଗୋଲ୍‌  ଦେଇଥିଲେ । ସେବେଠୁ ଅନ୍ତର୍ଜାତୀୟ ଯାତ୍ରା ଜାରି ରହିଛି ।  ୨୦୧୧ରେ ସର୍ବାଧିକ ୧୭ଟି ମ୍ୟାଚ୍‌ ଖେଳି ୧୩ଟି ଗୋଲ୍‌  ସ୍କୋର କରିଥିଲେ । ଯାହା ତାଙ୍କ କ୍ୟାରିୟରରେ ଗୋଟିଏ  ବର୍ଷରେ ସର୍ବାଧିକ ଗୋଲ୍‌ । ଏ ପର୍ଯ୍ୟନ୍ତ ସେ ମୋଟ୍‌  ୧୧୫ଟି ମ୍ୟାଚ୍‌ ଖେଳି ୭୨ଟି ଗୋଲ୍‌ ସ୍କୋର କରିପାରିଛନ୍ତି । 

ରେକର୍ଡ ୨୦୧୯ ଅକ୍ଟୋବର ୧୫ ତାରିଖରେ ଛେତ୍ରୀଙ୍କ ନାମରେ  ଏକ ଅନ୍ତର୍ଜାତୀୟ ରେକର୍ଡ ଯୋଡ଼ି ହୋଇଥିଲା । ବିଶ୍ୱରେ  ସର୍ବାଧିକ ଅନ୍ତର୍ଜାତୀୟ ଗୋଲ୍‌ ସ୍କୋରରଙ୍କ ତାଲିକାରେ  ସେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସାମିଲ ହୋଇଥିଲେ ।  ଏବେ ସେ ଏହି ତାଲିକାରେ ଚତୁର୍ଥରେ ରହିଛନ୍ତି ।  ବିଶ୍ୱରେ ଏବେ ଖେଳ ଜାରି ରଖିଥିବା ଖେଳାଳିଙ୍କ  ମଧ୍ୟରେ ସେ ତୃତୀୟ ସର୍ବାଧିକ ଗୋଲ୍‌ ସ୍କୋରର ।  ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ୨୦୬ଟି ମ୍ୟାଚ୍‌ ଖେଳି  ୧୨୮ଟି ଗୋଲ୍‌ (ପ୍ରଥମ) ଏବଂ ଛେତ୍ରୀ (ତୃତୀୟ)୧୫୨ଟି  ମ୍ୟାଚ୍‌ରୁ ୯୪ଟି ଗୋଲ୍‌ ରହିଛି । ପ୍ରତିମ୍ୟାଚ୍‌ରେ ଗୋଲ୍‌  ହାର ଛେତ୍ରୀଙ୍କର ୦.୬୨ ରହିଛି । ଯାହା ରୋନାଲ୍ଡୋଙ୍କ ସହ  ସମାନ । ଭାରତୀୟ ଭାବେ ସେ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌  ଖେଳିବା ସହ ସର୍ବାଧିକ ଗୋଲ୍‌ ମଧ୍ୟ ସ୍କୋର କରିଛନ୍ତି ।  ୨୦୦୭, ୨୦୦୯ ଓ ୨୦୧୨ ନେହରୁ କପ୍‌ ଏବଂ ୨୦୧୧  ସାଫ୍‌ ଚାମ୍ପିଅନସିପ୍‌ରେ ଦଳକୁ ଚାମ୍ପିଅନ କରାଇବାରେ ମୁଖ୍ୟ  ଭୂମିକା ନିର୍ବାହ କରିଥିଲେ । ୨୦୦୮ ଏଏଫ୍‌ସି କପ୍‌ ଚ୍ୟାଲେଞ୍ଜ  କପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାରୁ ଭାରତ ୨୭ ବର୍ଷ ପରେ  ଏଏଫ୍‌ସି ଏସିଆନ୍‌ କପ୍‌କୁ ଯୋଗ୍ୟତା ହାସଲ କରିପାରିଥିଲା । 

 

ପୁରସ୍କାର  କ୍ୟାରିୟରରେ ସେ ମୋଟ୍‌ ୭ ଥର ( ୨୦୦୭,  ୨୦୧୧, ୨୦୧୩, ୨୦୧୪, ୨୦୧୭ , ୨୦୧୮–୧୯ ଏବଂ  ୨୦୨୧–୨୨ ଏଆଇଏଫ୍‌ଏଫ୍‌ ପ୍ଲେୟାର ଅଫ୍‌ ଦ ଇୟର  ବିବେଚିତ ହୋଇଥିଲେ । ୩୪ତମ ଜନ୍ମ ଦିନରେ  ଏଏଫ୍‌ସି ପକ୍ଷରୁ ‘ଏସିଆନ୍‌ ଆଇକ୍‌’ ନାମରେ ନାମିତ  ହୋଇଥିଲେ । ଯାହା ତାଙ୍କ ଜୀବନର ଶ୍ରେଷ୍ଠ ସମ୍ମାନ ।  ୨୦୧୧ରେ ଅର୍ଜୁନ ଏବଂ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ପ୍ରଦାନ  କରାଯାଇଥିଲା ।  

ଆଇଏସ୍‌ଏଲ ଖେଳିବା ଜାରି ରଖିବେ ଛେତ୍ରୀ ଆଇଏସ୍‌ଏଲ୍‌ରେ ବେଙ୍ଗାଲୁରୁ ଏଫ୍‌ସି  ପକ୍ଷରୁ ଖେଳୁଛନ୍ତି । ‘ ବେଙ୍ଗାଲୁରୁ ସହ ମୋର ଆଉ  ଏକ ବର୍ଷ ଚୁକ୍ତି ରହିଛି । ତେଣୁ ଆଇଏସ୍‌ଏଲ୍‌ ଖେଳିବା  ଜାରି ରଖିବି । ମୋତେ ଜଣା ନାହିଁ, କେତେ ଦିନ ଘରୋଇ  ଫୁଟବଲ ଖେଳି ପାରିବି । ମୁଁ ମୋର ନିଷ୍ପତ୍ତିରେ ଖୁସି  ରହିଛି । ସ୍ୱପ୍ନ ଠାରୁ ଅଧିକ ପାଇଛି ବୋଲି ସନ୍ନ୍ୟାସ  ଘୋଷଣା କରିବା ପରେ ଛେତ୍ରୀ କହିଥିଲେ ।


 ୩୯ ବର୍ଷୀୟ ଛେତ୍ରୀ ଦୀର୍ଘ ୧୯ ବର୍ଷର ଅନ୍ତର୍ଜାତୀୟ  ଫୁଟବଲ କ୍ୟାରିୟରରେ ୧୫୨ଟି ମ୍ୟାଚ୍‌ ଖେଳି ୯୪ଟି  ଗୋଲ୍‌ ସ୍କୋର କରିବାରେ ସଫଳ ହୋଇଥିଲେ । ଛେତ୍ରୀ  କହିଥିଲେ, ‘ ବିରାଟ କୋହଲି ମୋର ଭଲ ବନ୍ଧୁ । ସେ  ମୋତେ ବୁଝି ପାରନ୍ତି । ତାଙ୍କ ସହ ଅବସର ନେବା  ସଂପର୍କରେ ଆଲୋଚନା କରିଥିଲି । ସେମିତି ଆମ  କୋଚ ଇଗୋର ଷ୍ଟିମାକଙ୍କ ପାଖକୁ ଯାଇ ଯେତେବେଳେ  ଅବସର ନେବା କଥା କହିଥିଲି, ସେ ବୁଝି ଯାଇଥିଲେ ।’ 

ସେ ଆହୁରି କହିଥିଲେ, ‘ମୋ ସନ୍ନ୍ୟାସର  କାରଣ ଶାରୀରିକ ସମସ୍ୟା ନୁହେଁ । ଏବେବି ମୁଁ ଫିଟ୍‌  ଅଛି । ରନିଂ, ଚେଜିଂ, ଡିଫେଣ୍ଡିଂ କରିପାରୁଛି । କଠିନ  ପରିଶ୍ରମ କରିବା ମୋ ପାଇଁ ଆଦୌ କଷ୍ଟକର ନୁହେଁ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.